ଶକ୍ତି ପମ୍ପସର ଆର୍ଥିକ ବର୍ଷ ୧୯ରେ ତ୍ରୟିମାସିକ ୨୦୭% ପର୍ଯ୍ୟନ୍ତ ଲାଭ


ଭାରତର ଅଗ୍ରଣୀ ଏନର୍ଜି ଏଫିସିଏଣ୍ଟ ଷ୍ଟେନଲେସ ଷ୍ଟିଲ ପମ୍ପସ ଏବଂ ସୋଲାର ଏନର୍ଜି ସମାଧାନ ପ୍ରଦାନକାରୀ କମ୍ପାନୀ, ଶକ୍ତି ପମ୍ପସ ପକ୍ଷରୁ ୨୦୧୯ ତ୍ରୟିମାସିକ ଆର୍ଥିକ ବର୍ଷସୁଦ୍ଧା ସମ୍ପୂର୍ଣ୍ଣ ୧୩୯ କୋଟି ଟଙ୍କାର ରେଭିନ୍ୟୁର ଘୋଷଣା କରାଯାଇଛି । ୨୦୧୯ରେ ଏହାର ସମ୍ପୂର୍ଣ୍ଣ ବୃଦ୍ଧି ୧୦୪ ପ୍ରତିଶତ ହୋଇଥିବାବେଳେ ସମ୍ପୂର୍ଣ୍ଣ ଲାଭ ୯.୨୭କୋଟି ଟଙ୍କା ହୋଇଛି, ଯାହାକି ବର୍ଷାନୁଯାୟି ୨୦୭% ଅଭିବୃଦ୍ଧି ହୋଇଛି ।
ଏହି ପରିପ୍ରେକ୍ଷୀରେ ଶକ୍ତି ପମ୍ପସର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ, ଶ୍ରୀଯୁକ୍ତ ଦିନେଶ ପତିଦାର କହିଛନ୍ତିଯେ, “କମ୍ପାନୀର ଏହି ସଫଳତା ଦର୍ଶାଉଛିଯେ କମ୍ପାନୀର ରଣନିତୀ ସଠିକଭାବେ କାର୍ଯ୍ୟ କରୁଛି । ଅଗ୍ରଣୀଭାବେ ଆମ୍ଭେମାନେ ଏମଏନଆରଇ, ରାଜ୍ୟ ସରକାର, କୁସୁମ ଏବଂ ଆନ୍ତର୍ଜାତୀୟ ସୋଲାର ଆଲିଆନ୍ସ (ଆଇଏସଏ)ର ସୋଲାର କାର୍ଯ୍ୟକ୍ରମରେ କ୍ରମାଗତ ଲକ୍ଷ୍ୟ ପ୍ରଦାନ କରିବୁ ।”
ବର୍ତ୍ତମାନର ଘୋଷଣା ଅନୁଯାୟୀ ସରକାରଙ୍କର ଅକ୍ଷୟ ଶକ୍ତି ମଧ୍ୟରେ ସୋଲାର ଶକ୍ତି ଉପରେ ଅଧିକ ଲକ୍ଷ୍ୟ ପ୍ରଦାନ କରାଯାଉଛି । ଆଇଏସଏ ପକ୍ଷରୁ ଇଇଏସଏଲକୁ ୫୦,୦୦୦୦ସୋଲର ପମ୍ପ ପ୍ରୋଜେକ୍ଟ ପ୍ରଦାନ କରାଯାଇଛି ଏବଂ ଆନ୍ତର୍ଜାତୀୟ ସୋଲାର ବ୍ୟବସାୟରେ ଭାରତୀୟ କମ୍ପାନୀର ପ୍ରବେଶ ପାଇଁ ପଥ ସୃଷ୍ଟି କରିବ । କୁସୁମ ଯେଜାନାର ଘୋଷଣା କରାଯାଇଥିଲା ଯାହାକି ଆଗାମୀ ନିକଟରେ ୧୭.୫ଲକ୍ଷ ଡିଜେଲ ପମ୍ପସ ଏବଂ ଆଗାମୀ ଭିବଷ୍ୟତରେ ୩୦ଏମଏନର କୃଷି ପମ୍ପ ସୃଷ୍ଟି କରିବାର ଉଦ୍ଦେଶ୍ୟ ରଖାଯାଇଛି । କୁସୁମ ଏକ ଲମ୍ବା ଅବଧିର ମହତ୍ୱକାଂକ୍ଷୀ ଯୋଜନା ।


Share It

Comments are closed.