ଶକ୍ତି ପମ୍ପସ୍ ରାଜସ୍ୱରେ ଜବରଦସ୍ତ ୨୬% ବୃଦ୍ଧି


ଇନ୍ଧନ ମିତବ୍ୟୟୀ ପମ୍ପସ୍ ଏବଂ ସୌର ଶକ୍ତି ସମାଧାନ ପ୍ରଦାନ କରିବାର ଅଗ୍ରଣୀ ସଂସ୍ଥା, ଶକ୍ତି ପମ୍ପସ୍ (ଇଣ୍ଡିଆ) ଲିମିଟେଡ୍ କାରବାରରେ ଜବରଦସ୍ତ ସଫଳତା ହାସଲ କରିଛି । ଚଳିତ ଆର୍ଥିକ ବର୍ଷ (୨୦୧୮-୧୯)ର ପ୍ରଥମ ୯ ମାସରେ କଂପାନିର ରାଜସ୍ୱ ୨୬% ବୃଦ୍ଧି ପାଇ୩୮୯.୩୫ କୋଟି ଟଙ୍କା ହୋଇଛି । ପୂର୍ବବର୍ଷ ସେହି ନଅ ମାସରେ ରାଜସ୍ୱ ପରିମାଣ ୩୦୭.୬୮ କୋଟି ଟଙ୍କା ଥିଲା ।
ଚଳିତ ଆର୍ଥିକ ବର୍ଷର ପ୍ରଥମ ୯ ମାସରେ କଂପାନିର ଇବିଆଇଡିଟିଏ , ପିଏଟି ଏବଂ ଇପିଏସ୍ ଯଥାକ୍ରମେ ୧୪%, ୧୭% ଏବଂ ୧୭% ହାରରେ ଆଗକୁ ବଢ଼ିଛି । ଇବିଆଇଡିଟିଏ ପରିମାଣ ୬୩.୭୬ କୋଟି ଟଙ୍କା, ପିଏଟି ୨୮.୯୧ କୋଟି ଟଙ୍କା ଏବଂ ଇପିଏସ୍ ପରିମାଣ ୧୫.୫୨ କୋଟି ଟଙ୍କା ହୋଇଛି ।
୨୦୧୮ ଡିସେମ୍ବର ସୁଦ୍ଧା ଶେଷ ତ୍ରୟମାସରେ କଂପାନିର ରାଜସ୍ୱ ପରିମାଣ ୧୫୨.୧୬ କୋଟି ଟଙ୍କା ହୋଇଛି ଯାହା ପୂର୍ବବର୍ଷର ୧୪୮.୬୭ କୋଟି ଟଙ୍କା ତୁଳନାରେ ଅଧିକ । ଗ୍ରାମୀଣ, ଉଦ୍ୟାନ କୃଷି ଓ ଶିଳ୍ପ ଗ୍ରାହକଙ୍କ ତରଫରୁ ଶକ୍ତି ମିତବ୍ୟୟୀ ପମ୍ପସ୍ ଏବଂ ସୌର ସମାଧାନ ଚାହିଦା ବଢ଼ୁଥିବାରୁ କଂପାନିର କାରବାର ପରିମାଣ ବଢ଼ିଛି ।
ଏ ସମ୍ପର୍କରେ ଶ୍ରୀଯୁକ୍ତ ଦିନେଶ ପଟିଦାର, ପରିଚାଳନା ନିର୍ଦେଶକ, ଶକ୍ତି ପମ୍ପସ୍ (ଇଣ୍ଡିଆ) ଲିମିଟେଡ୍ କହିଛନ୍ତି ଯେ, “ଗ୍ରାହକ କୈନ୍ଦ୍ରୀକ, ଶକ୍ତି ମିତବ୍ୟୟୀ ଏବଂ ଅକ୍ଷୟ ଶକ୍ତି ସମାଧାନ ମାଧ୍ୟମରେ ପ୍ରଥମ ୯ ମାସରେ ପ୍ରଦର୍ଶନ ଆମର ଅଗ୍ରଣୀ ସ୍ଥିତିକୁ ଆହୁରି ସୁଦଢ଼ କରିଛି । ଆମର ବିଶ୍ୱାସ ରହିଛି ଯେ, ନିକଟରେ ସରକାରଙ୍କ ତରଫରୁ ଘୋଷଣା କରାଯାଇଥିବା କେତେକ ଯୋଜନା ଯୋଗୁଁ ଉଭୟ ଗ୍ରାମୀଣ କ୍ଷେତ୍ରରେ ଏବଂ ସୌର ଚାହିଦା ବଢ଼ିବ । ଏହି କ୍ଷେତ୍ରର ଅଗ୍ରଣୀ ସଂସ୍ଥା ଭାବେ ଆମର ବିଶ୍ୱାସ ରହିଛି ଯେ, ଆମେ ଅଭିବୃଦ୍ଧି ସୁଯୋଗକୁ ହାସଲ କରିପାରିବୁ ଯାହା ଆମ ପାଇଁ ପ୍ରଦର୍ଶନ ଜାରି ରଖିବାରେ ସହାୟକ ହେବ ।’’


Share It

Comments are closed.