ABCD 3 ଜରିଆରେ ବଲିଉଡରେ ପାଦ ଥାପିବାକୁ ଯାଉଛନ୍ତି ‘ଶକ୍ତି’


ବରୁଣ ଧୱନଙ୍କ ଆଗାମୀ ଫିଲ୍ମ ABCD 3 ବର୍ତ୍ତମାନ ଖୁବ ଚର୍ଚ୍ଚାରେ ରହିଛି । ପୂର୍ବରୁ ଏହି ଫିଲ୍ମରେ ବରୁଣ ଧୱନ ମୁଖ୍ୟ ଭୂମିକା ନିର୍ବାହ କରିବାକୁ ନିଶ୍ଚିତ ହୋଇସାରିଥିବାବେଳେ ଅନ୍ୟପଟେ ଟି.ଭି ଅଭିନେତ୍ରୀ ତଥା ଡ୍ୟାନସର ‘ଶକ୍ତି ମୋହନ’ ପ୍ରଥମ ଥର ପାଇଁ ଏହି ଫିଲ୍ମ ଜରିଆରେ ବଲିଉଡରେ ପାଦ ଥାପିବାକୁ ଯାଉଛନ୍ତି । ସେପଟେ ଏହି ଫିଲ୍ମରେ ବରୁଣ ଏବଂ ଶକ୍ତିଙ୍କ ସହ ଅଭିନେତ୍ରୀ ‘ଶ୍ରଦ୍ଧା କପୁର’ଙ୍କୁ ମଧ୍ୟ ଦେଖିବାକୁ ମିଳିବ ।
ସେପଟେ ଏହି ଫିଲ୍ମକୁ ନେଇ ଶକ୍ତି କହିଛନ୍ତି ଯେ, “ମୁଁ ଏହି ଜରିଆରେ ମୋ ମେଣ୍ଟର ‘ରେମୋ ଡିସୁଜା’ଙ୍କ ସହ କାମ କରିବା ପାଇଁ ସୁଯୋଗ ପାଇଥିବା ହେତୁ ମୁଁ ବେଶ ଉତ୍ସାହିତ ଅଟେ । ଏବଂ ଏହି ପ୍ରୋଜେକ୍ଟକୁ ନେଇ ମୁଁ ଖୁବ ଆନନ୍ଦିତ । କାରଣ ଏହା ଏକ ଡ୍ୟାନ୍ସ ଫିଲ୍ମ ଏବଂ ମୁଁ ମୋ କୋଚଙ୍କ ସହ କାମ କରୁଛି ।”
ଶକ୍ତି ଏହା ମଧ୍ୟ କହିଛନ୍ତି ଯେ, “ଏହି ଫିଲ୍ମର ପ୍ରଥମ ପର୍ଯ୍ୟାୟ ସୁଟିଙ୍ଗ ପାଇଁ ଆମେମାନେ ଲଣ୍ଡନ ଗସ୍ତରେ ଯାଉଛୁ ଏବଂ ଆଶା କରୁଛୁ ଏହା ଆମେ ପାଇଁ ଏକ ପିକନିକ ସଦୃଶ ରହିବ ।”


Share It

Comments are closed.