ଗୋଡ ହଲାଇବା ଅଭ୍ୟାସ ଅଛି କି ? ସୁଧୁରିଯାଆନ୍ତୁ ନଚେତ ଚାଲିଯାଇ ପାରେ ଆପଣଙ୍କ ଜୀବନ


ବେଳେ ବେଳେ ଖାଲି ସମୟରେ ବସିବା ବେଳେ ଅଧିକାଂଶ ବ୍ୟକ୍ତିଙ୍କର ଗୋଡ ହଲାଇବାର ଅଭ୍ୟାସ ଥାଏ । ଏହି ଅଭ୍ୟାସଗତ ବ୍ୟକ୍ତିଙ୍କ ଭିତରେ ଆପଣ ଅଛନ୍ତି କି, ତେବେ ଏବେ ଠାରୁ ସୁଧୁରି ଯାନ୍ତୁ ନଚେତ ଆପଣଙ୍କୁ ଭୋଗିବାକୁ ପଡିପାରେ ଏହି ବଡ ଅସୁବିଧା କାରଣ ଏହି ଭଳି ଅଭ୍ୟାସ ଥିବା ବ୍ୟକ୍ତିଙ୍କୁ ଖୁବ ଶୀଘ୍ର ହୃଦଘାତ ହେବାର ସମ୍ଭାବନା ରହିଥାଏ ।
ତେବେ ଆସନ୍ତୁ ଜାଣିବା ଏହି ବଦାଅଭ୍ୟାସ ଦ୍ୱାରା ଜଣେ ବ୍ୟକ୍ତିଙ୍କୁ କେଉଁ କେଉଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ ।
ପ୍ରକାଶ ଥାଉକି ଏହା ହେଉଛି ‘ରେଷ୍ଟଲେସ ସିନଡ୍ରୋମ’ର ଲକ୍ଷଣ । ଏହି ଭଳି ସମସ୍ୟା ୧୦ ପ୍ରତିଶତ ଲୋକଙ୍କ ମଧ୍ୟରେ ଦେଖାଦେଇଥାଏ । ଏହି ଭଳି ସମସ୍ୟା ପ୍ରାୟ ୩୫ ବୟସରୁ ଉର୍ଦ୍ଧ ବୟସ୍କ ବ୍ୟକ୍ତିଙ୍କ ଠାରେ ପରିଲକ୍ଷିତ ହେଉଥିବାବେଳେ ଏବେ ଅଳ୍ପ ବୟସ୍କ ଯୁବକଙ୍କ ଠାରୁ ଆରମ୍ଭ ହୋଇ ପିଲାମାନଙ୍କ ମଧ୍ୟରେ ଏହି ଲକ୍ଷଣ ପରିଲକ୍ଷିତ ହେଉଛି ।
ବିଶେଷଜ୍ଞଙ୍କ କହିବା ମୁତାବକ ଏହି ରୋଗର ମୁଖ୍ୟ କାରଣ ହେଲା ରାତିରେ ଠିକସେ ନିଦ ନହେବା । ଏହି ରୋଗରେ ପୀଡିତ ଥିବା ବ୍ୟକ୍ତି ଦିନକୁ ୨୦୦-୩୦୦ ଥର ନିଜ ଗୋଡ ହଲାଇଥାନ୍ତି । ଯାହା ଦ୍ୱାରା ତା ଶରୀରରେ ହୃଦ ସ୍ପନ୍ଦନ ବଢିଯାଇଥାଏ ଏବଂ ଏହା ସହ ଶରୀରର ଉଚ୍ଚ ରକ୍ତ ଚାପ ବଢିଯିବା ସହ ହାର୍ଟ ଆଟାକ ହେବାର ଅନେକ ସମ୍ଭାବନା ମଧ୍ୟ ରହିଥାଏ ।
‘ରେଷ୍ଟଲେସ ସିନଡ୍ରୋମ’ ଭଳି ରୋଗରେ ପୀଡିତ ଥିବା ବ୍ୟକ୍ତି ଖୁବ ଶୀଘ୍ର ହୃଦୟ ସମ୍ବନ୍ଧୀୟ ଅନେକ ମାରାତ୍ମକ ରୋଗର କବଳରେ ଚାଲି ଆସିଥାନ୍ତି ।
ଗୋଡ ହଲାଇବା ଦ୍ୱାରା ଶରୀରରେ ‘ଡୋପାମାଇନ ହରମୋନ’ କ୍ଷରିତ ହୋଇଥାଏ । ଏହା ଦ୍ୱାରା ବ୍ୟକ୍ତିକୁ ଗୋଡ ହଲାଇବା ପାଇଁ ଭଲ ଲାଗିଥାଏ ଏବଂ ବାରମ୍ବର ପୁଣି ଗୋଡ ହଲାଇବା ପାଇଁ ଇଚ୍ଛା କରିଥାନ୍ତି ।

କାରଣ
ଏହି ରୋଗ ହେବା ପଛରେ ରାତ୍ରିରେ ସଠିକ ନିଦ୍ରା ନହେବା ସହ ଖାଦ୍ୟପେୟ ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହା ଶରୀରରେ ଆଇରନର ଅଭାବରୁ ମଧ୍ୟ ହୋଇଥାଏ । ଏହା ସମେତ ଅତ୍ୟାଧିକ ନିଶା ସେବନ ଏବଂ କିଛି ବିଶେଷ ହାଇଡୋଜ ଔଷଧ ଯୋଗୁଁ ଏଇ ରୋଗ ମଧ୍ୟ ହୋଇପାରେ ।
ଲକ୍ଷଣ
ଗୋଡ ଝିମ ଝିମ ଲାଗିବା ସହ ପାଦରେ ପିମ୍ପୁଡି ଚାଲିବା ଭଳି ମଧ୍ୟ ଲାଗିଥାଏ । ଦିନରେ ଓ ରାତିରେ ଶୋଇବାବେଳେ ବ୍ୟକ୍ତି ଜଣକ ଗୋଟ ହଲାଉଥିବାବେଳେ ସବୁବେଳେ ପାଦ ଘସିବା ପାଇଁ ଇଚ୍ଛାପ୍ରକଟ କରିଥାନ୍ତି ।
ଚିକିତ୍ସା
ଏଥି ପାଇଁ ବ୍ୟକ୍ତି ଜଣକ ଆଇରନ ବଟିକା ଓ ଆଇରନ ଭରପୂର ଥିବା ଖାଦ୍ୟ ଖାଇବା ନିହାତି ଆବଶ୍ୟକ । ରୋଗ ଗମ୍ଭୀର ହେବା ପରେ ରୋଗୀକୁ ଅନ୍ୟ ଔଷଧ ମଧ୍ୟ ଦେବାକୁ ପଡିଥାଏ, ଯାହାକି ରୋଗୀକୁ ଶୋଇବାର ଦୁଇ ଘଣ୍ଟା ପୂର୍ବରୁ ଖାଇବାକୁ ପଡିଥାଏ । ଏହା ଅନିଦ୍ରାପଣ ଦୂର କରି ସ୍ଥିତିକୁ ନିୟନ୍ତ୍ରଣରେ ଆଣିଥାଏ ।


Share It

Comments are closed.