ଖୁବ ଶୀଘ୍ର ତାମିଲି ଫିଲ୍ମରେ ନଜର ଆସିବେ ‘ଶାହାରୁଖ’


ଶାହାରୁଖ ଖାନ ବର୍ତ୍ତମାନ ବଲିଉଡ ଫିଲ୍ମରୁ ଧ୍ୟାନ ହଟାଇ ‘ୱେବ ସୋ’ ନିର୍ମାଣ ଉପରେ ନିଜ ଧ୍ୟାନ କେନ୍ଦ୍ରିତ କରିଛନ୍ତି । ମିଳିଥିବା ସୂଚନା ମୁତାବକ ଶାହାରୁଖ ଖୁବ ଶୀଘ୍ର ତାଲିମି ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି । ଯେଉଁଥିରେ ସେ ଖଳନାୟକ ଭୂମିକାରେ ନଜର ଆସିବେ । ସୂଚନା ମୁତାବକ, ସେ ତାମିଲି ସୁପରଷ୍ଟାର ‘ବିଜୟ’ଙ୍କ ଆଗାମୀ ଫିଲ୍ମ ବିଗିଲରେ ଖଳନାୟକ ଭୂମିକାରେ ଖୁବ ଶୀଘ୍ର ନଜର ଆସିବାକୁ ଯାଉଛନ୍ତି ।
ଶାହାରୁଖ ଏହି ଫିଲ୍ମରେ କୋମିଓ ଭୂମିକାରେ ନଜର ଆସିବାକୁ ଥିବାବେଳେ ଫିଲ୍ମର କ୍ଲାଇମ୍ୟାକ୍ସରେ ତାଙ୍କର ଏଣ୍ଟ୍ରି ହୋଇପାରେ ବୋଲି ସୂଚନା ମିଳିଛି । ଶାହାରୁଖ, ଫିଲ୍ମରେ ବିଜୟଙ୍କ ସହ ଫାଇଟିଙ୍ଗ କରୁଥିବାର ମଧ୍ୟ ଦେଖିବାକୁ ମିଳିବ । ଏହି ଫିଲ୍ମର ସୁଟିଙ୍ଗ ଖୁବ ଶୀଘ୍ର ଆରମ୍ଭ ହେବ ବୋଲି ସୂଚନା ମିଳିଛି ।


Share It

Comments are closed.