ପାଣି ତଳେ ଷ୍ଟଣ୍ଟ ଦେବାରେ ନଜର ଆସିବେ କିଙ୍ଗ ଖାନ


ଆଗକୁ ଆସିବାକୁ ଯାଉଛି କିଙ୍ଗ ଖାନ୍ଙ୍କ ଆଗାମୀ ଫିଲ୍ମ “ଜିରୋ” । ଏହି ଫିଲ୍ମରେ କିଙ୍ଗ ଖାନ ଶାହାରୁଖ ପାଣି ଭିତରେ ଏକ ଦୃଶ୍ୟର ସୁଟିଂ କରିଛନ୍ତି । ଏବେ ସମସ୍ତଙ୍କର ନଜର ତାହା ଉପରେ ରହିଛି । ପ୍ରଥମ ଥର ଏହି ଫିଲ୍ମରେ ଶାହାରୁଖ ଜଣେ ଗେଡା ଲୋକର ଭୂମିକାରେ ନଜର ଆସିବେ । ଏହା ବ୍ୟତୀତ ଏହି ଫିଲ୍ମରେ ଅନେକ ଗୁଡିଏ ବିଶେଷତ୍ୱ ରହିଛି । ସେଥି ମଧ୍ୟରେ ଶାହାରୁଖଙ୍କୁ ନେଇ ପାଣି ତଳେ କିଛି ଦୃଶ୍ୟ ବି ସାମିଲ ରହିଛି ।
ମିଳିଥିବା ସୂଚନା ମୁତାବକ ଫିଲ୍ମ “ଜିରୋ” ପାଇଁ ଶାହାରୁଖ ନ୍ୟୁୟର୍କ ଯାଇ ସେଠାରେ ପାଣିତଳେ ସୁଟିଙ୍ଗ କରିଥିଲେ । ଏଥି ମଧ୍ୟରେ ଚଳିଚିତ୍ରର ସମସ୍ତ ଦୃଶ୍ୟର ସୁଟିଂ ଶେଷ ହୋଇଛି । ଏହି ଦୃଶ୍ୟକୁ ସୁଟିଙ୍ଗ କରିବା ପାଇଁ ଶାହାରୁଖଙ୍କୁ ଅନେକ କଷ୍ଟର ସାମ୍ନା କରିବାକୁ ପଡିଥିଲା । ତେବେ ଶାହାରୁଖ ଏଥିପାଇଁ ନିଜକୁ ପୂର୍ଣ୍ଣ ପ୍ରସ୍ତୁତ କରିଥିଲେ । ଏପରି ଗୋଟେ ଦିନରେ ସେ ସବୁତକ ସଟ ଦେଇଥିବା କୁହାଯାଇଛି । ଯଦି ଏହା ସତ ହୁଏ ତେବେ ଶାହାରୁଖଙ୍କ ଧୈର୍ଯ୍ୟ ମାନିବାକୁ ପଡିବ ବୋଲି ଟେକ୍ନିସିଆନ କହିଛନ୍ତି ।
ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅନନ୍ଦ ଏଲ ରାଏ । ସୁଟିଙ୍ଗ ସରିବା ପରେ ଶାହାରୁଖ ଛୁଟି କଟାଇବା ପାଇଁ ସ୍ପେନ ଯାଇଛନ୍ତି । ଏଥିରେ ଶାହାରୁଖ ମୁଖ୍ୟ ଭୂମିକାରେ ନଜର ଆସିଥିବାବେଳେ ତାଙ୍କ ସହ କ୍ୟାଟ୍ରିନା ଏବଂ ଅନୁଷ୍କା ଶର୍ମାଙ୍କୁ ମଧ୍ୟ ଦେଖିବାକୁ ମିଳିବ । କ୍ୟାଟ୍ରିନାଙ୍କୁ ନେଇ ଭାରତରେ ସୁଟିଂ କରାଯାଇଥିବା ବେଳେ ଅନୁଷ୍କା ଆମେରିକା ଯାଇଥିଲେ । ଏମାନଙ୍କ ସମେତ ଏହି ଚଳଚିତ୍ରରେ ସ୍ୱର୍ଗୀୟା ଶ୍ରୀଦେବୀଙ୍କୁ ମଧ୍ୟ ସଟ ଦେଇଥିବା କୁହାଯାଇଛି । ଉକ୍ତ ଚଳଚିତ୍ରଟି ଚଳିତ ବର୍ଷ ଡିସମ୍ବେର ୨୧ରେ ମୁକ୍ତି ଲାଭ କରିବାକୁ ଯାଉଛି ।


Share It

Comments are closed.