୨୦୧୯ର ସବୁଠାରୁ ବଡ ଷ୍ଟାର ହେଲେ ‘ଶାହିଦ’, ସଲମାନ, ଶାହାରୁଖ, ଅକ୍ଷୟଙ୍କୁ ଦେଲେ ମାତ


ବଲିଉଡ ଅଭିନେତା ‘ଶାହିଦ କପୁର’ଙ୍କ ପାଇଁ ଚଳତି ବର୍ଷ ଖୁବ ଭଲ ରହିଛି କାରଣ ତାଙ୍କ ଫିଲ୍ମ, ‘କବୀର ସିଂହ’ ୨୦୧୯ ବକ୍ସ ଅଫିସରେ ସବୁଠାରୁ ବଡ ଫିଲ୍ମ ରୂପେ ପ୍ରମାଣିତ ହୋଇଥିବାବେଳେ ସେ ଏହି ଦୈଡରେ ଅନେକ ବଡ ବଡ ଫିଲ୍ମକୁ ପଛରେ ପକାଇ ଦେଇଛନ୍ତି ।
ଶାହିଦଙ୍କ ଫିଲ୍ମ ଏହି ମାମଲାରେ ‘ଉରୀ ଦ ସର୍ଜିକାଲ’ ଷ୍ଟ୍ରାଇକକୁ ମଧ୍ୟ ପଛରେ ପକାଇଦେଇଛନ୍ତି । ରିଲିଜର ୨୦ ଦିନ ପରେ ଏହି ଫିଲ୍ମ ୨୪୬.୨୮ କୋଟି ଟଙ୍କା ଆୟ କରିଥିବାବେଳେ ‘ଉରୀ ଦ ସର୍ଜିକାଲ’ ୨୪୫ କୋଟି ଆୟ କରିଥିଲା ।
କବୀର ସିଂହ, ଚଳିତ ବର୍ଷର ବ୍ଲକ ବଷ୍ଟର ଫିଲ୍ମ ହୋଇଥିବାବେଳେ ବ୍ୟବସାୟ ମାମଲାରେ ଏହା ସମସ୍ତଙ୍କୁ ପଛରେ ପକାଇଦେଇଛି । ସାହିଦ , ଏହି ମାମଲାରେ ସଲମାନ, ଅକ୍ଷୟ ଏବଂ ଅଜୟ ଦେବଗନଙ୍କୁ ମଧ୍ୟ ପଛରେ ପକାଇଦେଇଛନ୍ତି ।


ଅନ୍ୟପଟେ ଚଳିତ ଇଦ୍ ରେ ରିଲିଜ ହୋଇଥିବା ଫିଲ୍ମ ‘ଭାରତ’ ୨୧୦ କୋଟିର ବ୍ୟବସାୟ କରିଥିବାବେଳେ ସଲମାନ ଏହି କ୍ଷେତ୍ରରେ ସାହିଦଙ୍କ ଠାରୁ ମଧ୍ୟ ପଛରେ ପଡିଯାଇଛନ୍ତି ।


Share It

Comments are closed.