ପୁଣି ଥରେ ଗମ୍ଭୀରଙ୍କୁ ସମାଲୋଚନା କଲେ ଆଫ୍ରିଦି


ପାକିସ୍ତାନ କ୍ରିକେଟ ଟିମର ପୂର୍ବତ୍ତନ ଅଲରାଉଣ୍ଡର ସାହିଦ ଆଫ୍ରିଦି ଏବଂ ଗୌତମ ଗମ୍ଭୀରଙ୍କ ମଧ୍ୟରେ ସବୁଥର ଭଳି ପୁଣି ଥରେ ବାକ ଯୁଦ୍ଧ ଆରମ୍ଭ ହୋଇଯାଇଥିବା ଦେଖିବାକୁ ମିଳିଛି । ଖେଳୁଥିବା ସମୟରେ ଉଭୟଙ୍କ ମଧ୍ୟରେ ପଡିଆରେ ଯୁକ୍ତିତର୍କ ଚାଲୁଥିବାବେଳେ ବର୍ତ୍ତମାନ ଖେଳରୁ ସନ୍ୟାସ ନେବା ପରେ ମଧ୍ୟ ଉଭୟ କ୍ରିକେଟର ପରସ୍ପରକୁ ସମାଲୋଚନା ନ କରି ରହି ପାରୁନାହାନ୍ତି ।
ପ୍ରକାଶ ଥାଉକି, ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସମସ୍ତ ଦେଶ ଆତଙ୍କବାଦୀଙ୍କ ଏହି ଘୃଣ୍ୟ କାର୍ଯ୍ୟକଳାପ ଯୋଗୁଁ ପାକିସ୍ତାନକୁ ନିନ୍ଦା କରୁଥିବାବେଳେ ସେହି ସମୟରେ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ପାକିସ୍ତାନ ସହ ଭାରତ, ଖେଳ କିମ୍ବା ଅନ୍ୟାନ୍ୟ ବ୍ୟାପାରରେ କୌଣସି ସଂପର୍କ ରଖିବା ଉଚିତ ନୁହେଁ ବୋଲି ଗମ୍ଭୀର ମନ୍ତବ୍ୟ ଦେଇଥିଲେ ।

ତେବେ ଗମ୍ଭୀରଙ୍କ ଏହି ମନ୍ତବ୍ୟକୁ ନେଇ ସାମ୍ବାଦିକମାନେ ଆଫ୍ରିଦିଙ୍କୁ, ଗମ୍ଭୀର ନିର୍ବାଚନ ଜିତି ଜାଇଛନ୍ତି ଏବଂ ସେ କହିଥିଲେ ଯେ ଅଙ୍କ କଟିଯାଉ ପଛେ କିନ୍ତୁ ବିଶ୍ୱକପରେ ପାକିସ୍ତାନ ସହ ଭାରତ ମ୍ୟାଚ ଖେଳିବା ଉଛିତ ନୁହେଁ ? ବୋଲି କହିକି କିଛି ପ୍ରଶ୍ନ କରିଥିଲେ । ତେବେ ସାମ୍ବାଦିକମାନଙ୍କ ଏହି ପ୍ରଶ୍ନ ଶୁଣି ସେ ଖୁବ ଉତକ୍ଷୀପ୍ତ ହୋଇଯାଇଥିଲେ ଏବଂ କହିଥିଲେ ଯେ, “ଏହା ଗୌତମ କହିଛନ୍ତି । ତେବେ ତାଙ୍କ କଥାରୁ ଜଣାଯାଉଛି କି ? ସେ ବୁଦ୍ଧିମାନର କଥା କହିଛନ୍ତି । କ’ଣ ଶିକ୍ଷିତ ଲୋକ ଏହି ଭଳି କଥା କହିଥାନ୍ତି । ଏହା ସମ୍ପୂର୍ଣ୍ଣ ବୋକାମୀର ପରିଚୟ ଅଟେ । ସେ ନିର୍ବାଚନ ତ ଜିତି ଯାଇଛନ୍ତ କିନ୍ତୁ ଲୋକମାନେ ଜଣେ ବୋକାଙ୍କୁ ଭୋଟ ଦେଇ ଜିତାଇଛନ୍ତି ।”


Share It

Comments are closed.