ବଡ ପରଦାରେ ପୁଣି ଏକାଠି ନଜର ଆସିବେ ଶାହାରୁଖ-ଦୀପିକା


ବଲିଉଡ ବାଦଶାହ ଶାହରୁଖ ଖାନ୍ ଟ୍ୟାଲେଣ୍ଟେଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସହ ଏକାଠି ନଜର ଆସିବେ । ତାମିଲ ଫିଲ୍ମ ନିର୍ଦ୍ଦେଶକ ଏଟଲୀ କୁମାରଙ୍କ ଏକ ଫିଲ୍ମରେ ଉଭୟ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଫିଲ୍ମଟିର ନାମ ‘ସନକୀ’ ରହିଛି । ଫିଲ୍ମଟି ଉଭୟ ହିନ୍ଦୀ ଏବଂ ତାମିଲ ଭାଷାରେ ପ୍ରସ୍ତୁତ କରାଯିବ ।

ଚଳିତବର୍ଷ ଆରମ୍ଭରେ ଫିଲ୍ମଟିର ପୋଷ୍ଟର ଆସିପାରେ। ଚତୁର୍ଥ ଥର ପାଇଁ ଶାହରୁଖ-ଦୀପିକା ଯୋଡି ଏକାଠି ନଜର ଆସିବେ । ଦୀପିକାଙ୍କ ଡେବ୍ୟୁ ଫିଲ୍ମ ‘ଓମ୍ ଶାନ୍ତି ଓମ୍‌’ରେ ସେ ଶାହରୁଖଙ୍କ ସହ ଅଭିନୟ କରିଥିଲେ । ପରେ ଫିଲ୍ମ ‘ଚେନ୍ନାଇ ଏକ୍ସପ୍ରେସ’ରେ ମଧ୍ୟ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ‘ହାପି ନ୍ୟୁ ଇୟର’ରେ ମଧ୍ୟ ଶାହରୁଖ ଓ ଦୀପିକା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଇତିମଧ୍ୟରେ ଶାହରୁଖ ରାଜକୁମାର ହିରାନୀଙ୍କର ଏକ ଫିଲ୍ମ ମଧ୍ୟ ସାଇନ କରିଛନ୍ତି । ଦୀପିକା ନିର୍ଦ୍ଦେଶକ ଶକୁନ ବତ୍ରାଙ୍କ ସହ ଏକ ଫିଲ୍ମ ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି ।


Share It

Comments are closed.