ଖୁବ ଶୀଘ୍ର ପରଦାକୁ ଆସିବ ଶାହାରୁଖଙ୍କ ଆଗାମୀ ଫିଲ୍ମ ‘ଡନ ୩’


ବଲିଉଡର ବାଦଶା ଶାହାରୁଖ ବର୍ତ୍ତମାନ ତାଙ୍କର ଆଗାମୀ ଫିଲ୍ମ ‘ଜିରୋ’କୁ ନେଇ ଖୁବ ଚର୍ଚ୍ଚାରେ ରହିଛନ୍ତି । ଫିଲ୍ମରେ ଶାହାରୁଖ ଏକ ବାମନ ବ୍ୟକ୍ତିର ଭୂମିକାରେ ନଜର ଆସିବେ, ଯାହାଙ୍କର ନାମ ‘ବୱଆ ସିଂହ’ ରହିଥିବାବେଳେ ସେପଟେ କ୍ୟାଟ୍ରିନା ଏକ ଅଭିନେତ୍ରୀଙ୍କ ଭୂମିକାରେ ନଜର ଆସିବେ । ଯାହଙ୍କ ନାମ ହେଉଛି ‘ବବିତା’ । ଏହି ଫିଲ୍ମରେ ଶାହାରୁଖ ଏବଂ କ୍ୟାଟ୍ରିନାଙ୍କ ସମେତ ଅନୁଷ୍କା ମଧ୍ୟ ନଜର ଆସିବେ, ଯିଏକି ଫିଲ୍ମରେ ଜଣେ ବୈଜ୍ଞାନିକଙ୍କ ଭୂମିକାରେ ନଜର ଆସିବେ । ଏହି ଫିଲ୍ମଟି ୨୧ ଡିସେମ୍ବରରେ ରିଲିଜ ହେବାକୁ ଯାଉଥିବାବେଳେ ଏହା ପରେ ଶାହାରୁଖଙ୍କ ଆଗାମୀ ଫିଲ୍ମ କ’ଣ ରହିଛି, ତାହାକୁ ନେଇ ଏବେ ଠାରୁ ପ୍ରସଂଶକଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଗଲାଣି ।
ମିଳିଥିବା ସୂଚନା ମୁତାବକ ଶାହାରୁଖ ଏହି ଫିଲ୍ମ ପରେ ରାକେଶ ଶର୍ମାଙ୍କ ଜିବନୀ ଉପରେ ପର୍ଯ୍ୟବେଷିତ ଫିଲ୍ମରେ ନଜର ଆସିବେ । କେବଳ ଏତିକି ନୁହେଁ ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ, ଶାହାରୁଖ ଏହା ପରେ ଖୁବ ଶୀଘ୍ର ‘ଡନ’ ଫିଲ୍ମର ଆଗାମୀ ସିରିଜ ଉପରେ ମଧ୍ୟ କାମ କରିପାରନ୍ତି ।
ଏବେ ଏହାକୁ ନେଇ ଏକ ନୂଆ ଖବର ସାମନାକୁ ଆସିଛି । ମିଳିଥିବା ସୂଚନା ମୁତାବକ ପ୍ରଡକ୍ସନ ହାଉସ ‘ଡନ’ ଫିଲ୍ମର ଆଗାମୀ ସିରିଜକୁ ନେଇ ବର୍ତ୍ତମାନ କାମ ଆରମ୍ଭ କରିଦେଲେଣି । ଏହି ଫିଲ୍ମର ଟିମ ‘ଡନ-୩’ ପାଇଁ ପ୍ରିପଡକ୍ସନ କାମ ଆରମ୍ଭ କରିଦେଇଛନ୍ତି । ରିପୋର୍ଟ ମିଳିଥିବା ସୂଚନା ମୁତାବକ ଏକ୍ସେଲ ଏଣ୍ଟରଟେନମେଣ୍ଟର ଆଗାମୀ ଫିଲ୍ମ ‘ଡନ-୩’ । ଶାହାରୁଖଙ୍କୁ ଏହି ଫିଲ୍ମର ଥିମ ମଧ୍ୟ ଶୁଣାଇ ଦିଆଯାଇଛି, ଯାହାକୁ ସେ ଖେବ ପସନ୍ଦ ମଧ୍ୟ କରିଛନ୍ତି । ବର୍ତ୍ତମାନ ଫିଲ୍ମର କ୍ରିଟିକ ଉପରେ କାମ ଚାଲୁଛି ।
ଏହା ମଧ୍ୟ ଶୁଣିବା ମିଳୁଛି ଯେ, ଫିଲ୍ମଟି ୨୦୨୦ରେ ରିଲିଜ ହୋଇପାରେ । ‘ଡନ-୨’ର ୭ ବର୍ଷ ପରେ ଶାହାରୁଖ ପୁଣି ଥରେ ‘ଡନ-୩’ରେ ଅଣ୍ଡରୱାର୍ଲଡ ଡନ ଭୂମିକାରେ ନଜର ଆସିବେ । ଏହି ଫିଲ୍ମଟିର ସୁଟିଙ୍ଗ ଡୁବାଇ ଏବଂ ଆବୁଦାବୀରେ ହେବ ବୋଲି ଶୁଣିବାକୁ ମିଳିଛି । ଶାହାରୁଖଙ୍କ ପ୍ରସଂଶକ ମାନେ ତାଙ୍କର ଏହି ଫିଲ୍ମକୁ ଦେଖିବା ପାଇଁ ଖୁବ ଉତ୍ସୁକତାର ସହ ଚାହିଁ ରହିଛନ୍ତି ।


Share It

Comments are closed.