ଶାହାରୁଖ ଖାନଙ୍କ ସିନ୍‌ରୁ ଆରମ୍ଭ ହେବ ଫିଲ୍ମ ‘ବ୍ରହ୍ମାସ୍ତ୍ର’, ନିର୍ମାତା କଲେ ଘୋଷଣା


ଆଜିକାଲି ଶାହାରୁଖ ଖାନ ତାଙ୍କର ଅନେକ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି। ଗୋଟିଏ ପରେ ଗୋଟିଏ, ସେ ତାଙ୍କର ଭିନ୍ନ ଭିନ୍ନ ଫିଲ୍ମରେ କାମ କରୁଛନ୍ତି। ସେ ପଠାନ ଫିଲ ସହିତ ଇଣ୍ଡଷ୍ଟ୍ରିକୁ ଫେରୁଛନ୍ତି। ଏହା ବ୍ୟତୀତ ଜାୱାନ୍ ଏବଂ ଡଙ୍କି ଫିଲ୍ମରେ ଶାହାରୁଖ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ଏବଂ ଆହୁରି ଅନେକ ଫିଲ୍ମ ଅଛି ଯେଉଁଥିରେ ସେ କେମିୟୋ କରୁଛନ୍ତି।
ବର୍ତ୍ତମାନ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରୁ ତାଙ୍କର ନୂଆ ଅପଡେଟ୍ ସାମ୍ନାକୁ ଆସିଛି। ଖବର ଅନୁଯାୟୀ, ଏଥିରେ ଶାହାରୁଖ ଜଣେ ବୈଜ୍ଞାନିକ ଭୂମିକାରେ ନଜର ଆସିବେ। ତାଙ୍କ ଏହି ସିନ୍‌ରୁ ହିଁ ଫିଲ୍ମ ଆରମ୍ଭ ହେବ। ଏହା ୧୦ ମିନିଟର ଲମ୍ବା ସିନ୍ ହେବ।

ଏହା ବ୍ୟତୀତ ରଣବୀରଙ୍କ ଚରିତ୍ର ଫିଲ୍ମରେ ଶାହାରୁଖ ଖାନଙ୍କ ଚରିତ୍ରକୁ ଅନେକ ଥର ଭେଟିବ। ରଣବୀରଙ୍କୁ ବିଭିନ୍ନ ସ୍ଥାନରୁ ବ୍ରହ୍ମାସ୍ତ୍ର ପାଇବା ପାଇଁ ସୂଚନା ମିଳିବି। ଏହି ଫିଲ୍ମରେ ନାଗାର୍ଜୁନ ମଧ୍ୟ ଅଭିନୟ କରିଛନ୍ତି। ଯିଏ ଜଣେ ପ୍ରତ୍ନତତ୍ତ୍ୱବିତ୍ ଭୂମିକାରେ ଅଭିନୟ କରୁଛନ୍ତି। ଫିଲ୍ମର ଟିଜର ରିଲିଜ୍ ହୋଇଛି। ଯେଉଁଥିରେ ଫ୍ୟାନ୍ସ ଶାହାରୁଖ ଖାନଙ୍କ ଝଲକକୁ ଚିହ୍ନି ପାରିଥିଲେ। ଏହି ଟିଜରରେ ଅମିତାଭ ବଚ୍ଚନ ଏବଂ ମୌନି ରାୟଙ୍କ ଚରିତ୍ର ମଧ୍ୟ ପ୍ରଦର୍ଶିତ ହୋଇଥିଲା।


Share It

Comments are closed.