ଭାବୁକ କରିଦେବ ମିତାଲି ରାଜଙ୍କ ସଂଘର୍ଷର କାହାଣୀ, ରିଲିଜ୍ ହେଲା ‘ସାବାଶ ମିଠୁ’ ଟ୍ରେଲର୍


ଭାରତୀୟ ମହିଳା କ୍ରିକେଟ୍ ଟିମ୍‌ର ପୂର୍ବତନ ଅଧିନାୟକ ମିତାଲି ରାଜଙ୍କ ବାୟୋପିକ୍ ‘ସାବାଶ ମିଠୁ’ର ଟ୍ରେଲର ରିଲିଜ୍ ହୋଇଛି। ଜୁଲାଇ ୧୫ ରେ ସିନେମାଘରେ ରିଲିଜ୍ ହେବାକୁ ଥିବା ଏହି ଫିଲ୍ମରେ ମିତାଲି ରାଜଙ୍କ ପିଲାଦିନରୁ କ୍ରିକେଟର ହେବା ପର୍ଯ୍ୟନ୍ତ ସଂଘର୍ଷକୁ ଦେଖାଯାଇଛି।

ତାପସୀ ପନ୍ନୁଙ୍କ ଅଭିନୀତ ଫିଲ୍ମ ‘ସାବାଶ ମିଠୁ’ ଭାରତୀୟ ମହିଳା ଟେଷ୍ଟ ଟିମ୍‌ର ଅଧିନାୟକ ମିତାଲି ରାଜଙ୍କ ଜୀବନୀ ଉପରେ ଆଧାରିତ। ଏହି ଫିଲ୍ମରେ ତାପସୀ, ମିତାଲି ରାଜଙ୍କ ଭୂମିକାରେ ନଜର ଆସିବେ। ଏହି ଭୂମିକାରେ ନିଜକୁ ଗଢିବା ପାଇଁ ତାପସୀ କଠିନ ପରିଶ୍ରମ କରିଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରାହୁଲ ଢୋଲକିଆ ଏବଂ ପ୍ରିୟା ଅଭାନ୍ ଲେଖିଛନ୍ତି। ଫିଲ୍ମଟି ଭାୟାକମ୍ ୧୮ ଷ୍ଟୁଡିଓ ଦ୍ୱାରା ପ୍ରସ୍ତୁତ କରାଯାଇଛି।


Share It

Comments are closed.