ଭାରତରେ ସେନ୍ସୋଡାଇନର ପ୍ରଥମ ମାଉଥ୍‌ୱାଶର ଶୁଭାରମ୍ଭ


ଭୁବନେଶ୍ୱର : ହାଲିଅନ (ପୂର୍ବରୁ ଗ୍ଲାକ୍ସୋସ୍ୱିଥ୍‌କ୍ଲାଇନ୍ କଞ୍ଜ୍ୟୁମର ହେଲ୍‌ଥକେୟାର ଭାବେ ପରିଚିତ) କମ୍ପାନୀର ଏକ ଅଗ୍ରଣୀ ଓରାଲ କେୟାର ବ୍ରାଣ୍ଡ ସେନ୍ସୋଡାଇନ ଏହାର ନୂତନ ଉଦ୍ଭାବନ- ସେନ୍ସୋଡାଇନ କମ୍ପ୍ଲିଟ ପ୍ରୋଟେକ୍ସନ+ମାଉଥ୍‌ୱାଶର ଶୁଭାରମ୍ଭ କରିଛି । ଭାରତୀୟମାନେ ଅଧିକ ସ୍ୱାସ୍ଥ୍ୟ ସଚେତନ ହେଉଥିବାରୁ ସେନ୍ସୋଡାଇନ ଲୋକମାନଙ୍କୁ ସେମାନଙ୍କର ପାଟି ଯତ୍ନ ରୁଟିନରେ ମାଉଥୱାଶକୁ ସାମିଲ କରିବାର ଉପକାରିତା ସମ୍ପର୍କରେ ସଚେତନ କରିବାକୁ ଚାହୁଁଛି । ସେନ୍ସୋଡାଇନ କମ୍ପ୍ଲିଟ ପ୍ରୋଟେକ୍ସନ+ମାଉଥ୍‌ୱାଶକୁ ପ୍ରତିଦିନର ବ୍ରଶ୍ କରିବା ରୁଟିନକୁ ପରିପୂର୍ଣ୍ଣ କରିବା ଲାଗି ଡିଜାଇନ କରାଯାଇଛି ଯାହା ପାଟି ଯତ୍ନରେ ସୁରକ୍ଷାର ଏକ ଅତିରିକ୍ତ ସ୍ତର ଯୋଗ କରିଥାଏ । ଆଲ୍‌କୋହଲ ମୁକ୍ତ ଏକ ଫର୍ମୁଲେଶନ ସହିତ ଏହା ମଜଭୁତ ଦାନ୍ତ ବଜାୟ ରଖିବା ପାଇଁ ଦାନ୍ତ ସମ୍ବେଦନଶୀଳତା ଓ ଏନାମେଲ ୱେୟାର ବିରୋଧରେ ସୁରକ୍ଷା ପ୍ରଦାନ କରିଥାଏ । ଫ୍ଲୁରାଇଡର ଉପସ୍ଥିତି କ୍ୟାଭିଟି ବିରୋଧରେ ଲଢିବାରେ ସାହାଯ୍ୟ କରିଥାଏ ଏବଂ ରିଫ୍ରେଶିଂ କୁଲ୍ ମିଂଟ୍ ଫ୍ଲେଭର୍ ଜଳିବା ଅନୁଭୂତି ବିନା ସତେଜତାର ଅନୁଭବ ପ୍ରଦାନ କରିଥାଏ ।
ସେନ୍ସୋଡାଇନର ପ୍ରଥମ ମାଉଥୱାଶର ଶୁଭାରମ୍ଭକୁ ନେଇ ନିଜର ଉତ୍ସାହ ବ୍ୟକ୍ତ କରି ହାଲି ହାଲିଅନ ଆଇଏସସିର ଓରାଲ ହେଲଥକେୟାର ବିଭାଗ ମୁଖ୍ୟ ଶ୍ରୀ ଭାୱନା ସିକ୍କା କହିଛନ୍ତି, “ଏକ ବ୍ରାଣ୍ଡ ଭାବେ ଆମର ପ୍ରୟାସ ହେଉଛି ଉପଭୋକ୍ତାଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଉତ୍କୃଷ୍ଟମାନର ବୈଜ୍ଞାନିକ ଉତ୍ପାଦ ପ୍ରଦାନ କରିବା । ମାଉଥୱାଶ ସହିତ ଆମେ ସାମଗ୍ରିକ ମୁଖ ସ୍ୱାସ୍ଥ୍ୟ ସମାଧାନ ଆବଶ୍ୟକ କରୁଥିବା ଲୋକମାନଙ୍କୁ ସାହାଯ୍ୟ କରିବାକୁ ସକ୍ଷମ ହେବୁ । ଆମେ ସେନ୍ସୋଡାଇନ କମ୍ପ୍ଲିଟ ପ୍ରୋଟେକ୍ସନ+ମାଉଥ୍‌ୱାଶର ଶୁଭାରମ୍ଭ କରି ଉତ୍ସାହିତ ଅଛୁ ଯାହା ଉପଭୋକ୍ତାଙ୍କୁ ସମ୍ବେଦନଶୀଳତା, ଏନାମେଲ ୱେୟାର ଓ କ୍ୟାଭିଟିରୁ ସୁରକ୍ଷା ପ୍ରଦାନ କରିବ ।” ଏହି ନୂତନ ମାଉଥୱାଶ ଭାରତର ବିଭିନ୍ନ ଗ୍ରୋସରୀ, କେମିଷ୍ଟ, ମଡର୍ଣ୍ଣ ଟ୍ରେଡ୍ ଓ ଇକମର୍ସ ପ୍ଲାଟ୍‌ଫର୍ମରେ ଉପଲବ୍ଧ ହେବ । ଏହି ନୂଆ ଉତ୍ପାଦ ଦୁଇଟି ସୁବିଧାଜନକ ପ୍ୟାକ୍ ସାଇଜ୍ ଯଥା ୧୦୦ ଏମ୍‌ଏଲ୍ ପାଇଁ ୧୩୦ ଟଙ୍କାରେ ଓ ୨୫୦ ଏମ୍‌ଏଲ୍ ପାଇଁ ୨୩୦ ଟଙ୍କାରେ ଉପଲବ୍ଧ ହେବ ।


Share It

Comments are closed.