ଅଷ୍ଟ୍ରେଲିଆ ଠାରୁ ପରାଜୟ ପରେ ଭାରତୀୟ ବୋଲରଙ୍କୁ କଟାକ୍ଷ କଲେ ସେହୱାଗ


ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ତିନି ଟିକିଆ ସିରିଜରେ ପରାସ୍ତ ହୋଇଛି । ଏବେସୁଦ୍ଧା ଅଷ୍ଟ୍ରେଲିଆ ୨-୦ରେ ଅଗ୍ରଣୀ ରହି ସିରିଜକୁ ଆଗୁଆ କବଜା କରିନେଇଛି । ଭାରତ ସବୁ ବିଭାଗରେ ଫେଲ୍ ହୋଇଛି । ବୋଲିଂରେ ଭାରତର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ସବୁ ବୋଲର ଦୁର୍ବଳ ପ୍ରଦର୍ଶନ କରିଛନ୍ତି । ଏହାକୁ ନେଇ ପୂର୍ବତନ ଖେଳାଳି ବିରେନ୍ଦ୍ର ସେହ୍ୱାଗ କଡା ସମାଲୋଚନା କରିଛନ୍ତି ।

ଟିମ୍ ଇଣ୍ଡିଆ ଓ କଙ୍ଗାରୁ ମ୍ୟାଚରେ କମେଣ୍ଟ୍ରୀ କରୁଥିବା ସେହ୍ୱାଗ କହିଛନ୍ତି ଯେ, ଭାରତୀୟ ବୋଲରମାନେ ଯେପରି ବୋଲିଂ କରୁଛନ୍ତି ଲାଗୁଛି ତୃତୀୟ ଦିନିକିଆରେ ଅଷ୍ଟ୍ରେଲିଆ ୪୦୦ ରନ୍ କରିବ । ୩୯୦ର ବିଜୟ ଲକ୍ଷ୍ୟ କେବଳ ଭାରତୀୟ ବୋଲର ହିଁ ହାସଲ କରିପାରିବେ । ଅଷ୍ଟ୍ରେଲିଆର ବୋଲିଂ ମଜବୁତ ଅଛି । ସେମାନେ ଲକ୍ଷ୍ୟକୁ ବଞ୍ଚାଇବାରେ ସଫଳ ହେବେ । ସେହ୍ୱାଗଙ୍କ ସମେତ ଅନ୍ୟ କ୍ରିକେଟ୍ ବିଶେଷଜ୍ଞ ଏଥିପାଇଁ ବୋଲରଙ୍କ ଉପରେ ପ୍ରଶ୍ନ କରୁଛନ୍ତି କାରଣ ବିଶ୍ୱସ୍ତରୀୟ ବୋଲରମାନେ ଅଧିକ ରନ୍ ବ୍ୟୟ କରିଛନ୍ତି । ଜସପ୍ରିତ ବୁମରାହ ଓ ମହମ୍ମଦ ସାମି ଫର୍ମରେ ନଥିଲା ଭଳି ଲାଗୁଛି । ସାମି ୯ ଓଭରରେ ୭୩ ରନ୍ ଦେଇଥିବା ବେଳେ ବୁମରାହ ୭୯ ରନ୍ ଓ ନବଦୀପ ସାଇନି ୭୦ ରନ୍ ଦେଇଥିଲେ । କିନ୍ତୁ ଆଇପିଏଲ ୨୦୨୦ରେ ସେମାନେ ଦମଦାର ପ୍ରଦର୍ଶନ କରିଥିଲେ ।


Share It

Comments are closed.