ଆଗକୁ ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ!


ଚଳିତ ବର୍ଷ ଅଗଷ୍ଟ ୨୬ରେ ପାଳନ କରାଯିବ ଜନ୍ମାଷ୍ଟମୀ। ଏହି ଦିନ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମଦିନ। ଜନ୍ମାଷ୍ଟମୀକୁ ଦିନ ଅଧିକାଂଶ ଲୋକେ ବ୍ରତ ରଖିବା ସହିତ ବିଭିନ୍ନ ସ୍ଥାନରେ ଶ୍ରୀକୃଷ୍ଣଙ୍କ ଜନ୍ମଦିନକୁ ପାଳନ କରାଯାଏ। ଚଳିତ ଥର ପୂଜାର ଶୁଭ ମୁହୂର୍ତ୍ତ ୨୫ ତାରିଖ ସନ୍ଧ୍ୟା ୬ଟା ୯ ମିନିଟ୍ ସମୟରୁ ଆରମ୍ଭ ହୋଇ ୨୬ ତାରିଖ ସକାଳ ୪ଟା ୪୯ ମିନିଟ୍ ରେ ଶେଷ ହେବ। ବିଶେଷକରି, ଏହି ଦିନ ରୋହିଣୀ ନକ୍ଷେତ୍ରରେ ସର୍ବାର୍ଥ ସିଦ୍ଧି ଯୋଗ ପଡୁଥିବାରୁ ଅତ୍ୟନ୍ତ ଦୁର୍ଲଭ ସଂଯୋଗ ସୃଷ୍ଟି ହେଉଛି । ଏ-ହି ଦୁର୍ଲଭ ସଂଯୋଗ କିଛି ରାଶିଚକ୍ରରେ ଥିବା କିଛି ରାଶିଙ୍କ ଉପରେ ବଡ଼ ପ୍ରଭାବ ପକାଇବ। ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ଗୁଡିକ ବିଷୟରେ….
ମେଷ: ଜନ୍ମାଷ୍ଟମୀରେ ପଡୁଥିବା ଦୁର୍ଲଭ ସଂଯୋଗ ଏହି ରାଶିର ଭାଗ୍ୟରେ ବଡ଼ ପରିବର୍ତ୍ତନ ଆଣିବ। ବିଶେଷ କରି, ଏହି ଅବଧି ମଧ୍ୟରେ ଆର୍ଥିକ ସ୍ଥିତି ମଜବୁତ୍ ହେବ। ପରୋପକାରରେ କାର୍ଯ୍ୟରେ ସମୟ ବିତିବ। ବେକାରିମାନ ଭଲ ନିଯୁକ୍ତି ପାଇବେ। ବ୍ୟବସାୟୀମାନେ ବ୍ୟବସାୟରେ ଅଗ୍ରଗତି କରିବା ସହ ନୂତନ ବ୍ୟବସାୟ ଆରମ୍ଭ କରିବାରେ ସଫଳ ହେବେ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ପ୍ରେମୀମାନଙ୍କ ପାଇଁ ସମୟ ଅତ୍ୟନ୍ତ ଭଲ ରହିବ। ଭଗବାନ୍ ଶ୍ରୀକୃଷ୍ଣଙ୍କ କୃପାରୁ ଭାଙ୍ଗି ଯାଇଥିବା ସମ୍ପର୍କ ପୁଣି ଥରେ ଗଢି ଉଠିବ।
ବୃଷ: ଜନ୍ମାଷ୍ଟମୀ ଠାରୁ ଏହି ରାଶିଙ୍କ ପାଇଁ ଶୁଭ ଦିନ ଆରମ୍ଭ ହେବାକୁ ଯାଉଛି। ବିଶେଷ କରି କର୍ମକ୍ଷେତ୍ରରେ କୌଣସି ପ୍ରକାର ଖୁସି ଖବର ପାଇ ପାରନ୍ତି। ଏହି ଅବଧି ମଧ୍ୟରେ ନୂତନ ଗାଡି଼ କିମ୍ବା ଜମି କ୍ରୟ କରିପାରନ୍ତି। ପ୍ରେମୀ ମାନଙ୍କ ପାଇଁ ସମୟ ଅତ୍ୟନ୍ତ ଭଲ ରହିବ। ନିଜ ସାଥୀଙ୍କ ଏହ ଭଲ ସମୟ ଅତିବାହିକ କରିବେ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ପାରିବାରିକ ଜୀବନ ସୁଖମୟ ହେବ।
ତୁଳା: ଜନ୍ମଷ୍ଟମୀରେ ସୃଷ୍ଟି ହେଉଥିବା ଦୁର୍ଲଭ ସଂଯୋଗ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ଚମକାଇବ। ଦିର୍ଘ ଦିନ ଧରି ଲାଗି ରହିଥିବା ବିବାଦର ଅନ୍ତ ଘଟିବ। ସରକାରୀ ଯୋଜନାରୁ ଲାଭ ପାଇବେ। ବ୍ୟବସାୟୀଙ୍କ ପାଇଁ ସମୟ ଖୁବ୍ ଅନୁକୂଳ ରହିବ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହ ପ୍ରେମ ଜୀବନରେ ମଧୁରତା ଭରିବ। ଭଲ ପାଉଥିବା ସାଥୀଙ୍କ ସହ ପ୍ରେମ ବିବାହ ହେବାର ସମ୍ଭାବନା ରହିଛି। ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେବ। ତେଣୁ ନିଜ ସ୍ବାସ୍ଥ୍ୟର ଯତ୍ନ ନେବା ଅତ୍ୟନ୍ତ ଜରୁରୀ।


Share It

Comments are closed.