କଡ଼ାକଡ଼ି ଲକଡାଉନର ଆଉ ଏକ ପର୍ଯ୍ୟାୟ! ଏହି ଦେଶରେ ପୁଣି ଲାଗୁ କରାଗଲା ୨୧ ଦିନର ଲକଡାଉନ


ବିଶ୍ୱରେ କରୋନା ଭାଇରସ୍ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି | ଅନେକ ଦେଶରେ କିଛି ଦିନ ପାଇଁ ନୂଆ ସଂକ୍ରମଣ ମାମଲା ହ୍ରାସ ପାଇଛି, କିନ୍ତୁ ପୁନର୍ବାର ମାମଲା ବଢ଼ବାରେ ଲାଗିଛି। ଏହି କାରଣରୁ, ବିଶ୍ୱରେ ଆଉ ଏକ ପର୍ଯ୍ୟାୟ ପ୍ରତିବନ୍ଧକ ଆରମ୍ଭ କରିବାର ବିପଦ ଦେଖାଦେଇଛି | ଇସ୍ରାଏଲ ବିଶ୍ୱର ପ୍ରଥମ ଦେଶ ହୋଇଛି ଯିଏକି ପୁଣିଥରେ ଜାତୀୟ ଲକଡାଉନର ଘୋଷଣା କରିଛି। ଏଥିରେ ଲୋକଙ୍କୁ ନିଜ ଘରଠାରୁ ୫୦୦ ମିଟରରୁ ଆଗକୁ ଯିବାକୁ ଦିଆଯିବ ନାହିଁ |

ତିନି ସପ୍ତାହ ପାଇଁ ଇସ୍ରାଏଲ ପୁଣିଥରେ ଜାତୀୟ ଲକଡାଉନ ଘୋଷଣା କରିଛି । ବିଳମ୍ବିତ ରାତିରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ପୁଣିଥରେ ଜାତୀୟ ଲକଡାଉନ ପାଇଁ ଘୋଷଣା କରିଛନ୍ତି। ଜାତୀୟ ଲକଡାଉନ୍ ଶୁକ୍ରବାର ଅପରାହ୍ନ ୨ ଟାରୁ ଲାଗୁ ହେବ ଏବଂ ତିନି ସପ୍ତାହ ପର୍ଯ୍ୟନ୍ତ ଚାଲିବ ବୋଲି ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି।

ନେତାନ୍ୟାହୁ କହିଛନ୍ତି ଯେ ‘ମୁଁ ଜାଣେ ଏହି ନିଷ୍ପତ୍ତି ପାଇଁ ଭାରି ମୂଲ୍ୟ ଦେବାକୁ ପଡ଼ିବ’ | ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ଆମେ ନିୟମର ପାଳନ କରୁ, ତେବେ ଆମେ କରୋନା ଭାଇରସକୁ ପରାସ୍ତ କରିପାରିବା। ସେ କହିଛନ୍ତି ଯେ ଟିକା ମଧ୍ୟ ଶୀଘ୍ର ଆସିବାକୁ ଯାଉଛି ଓ ଏହାସହ ଦ୍ରୁତ ପରୀକ୍ଷଣ ମଧ୍ୟ କର।

ସରକାରଙ୍କ କହିବାନୁସାରେ, ଜାତୀୟ ଲକ୍-ଡାଉନରେ ସମସ୍ତ ପବ୍-ରେଷ୍ଟୁରାଣ୍ଟ (ବିତରଣ ବ୍ୟତୀତ), ଦୋକାନ ଏବଂ ମନୋରଞ୍ଜନ ସୁବିଧା ବନ୍ଦ ରହିବ | ବିଦ୍ୟାଳୟଗୁଡ଼ିକ ମଧ୍ୟ ବନ୍ଦ ରହିବ ଏବଂ ଲୋକଙ୍କୁ ନିଜ ଘରଠାରୁ ୫୦୦ କିମିରୁ ଆଗକୁ ଯିବାକୁ ଅନୁମତି ଦିଆଯିବ ନାହିଁ |
ଜନସଂଖ୍ୟା ଦୃଷ୍ଟିରୁ କରୋନା ଭାଇରସ ଦ୍ବାରା ଇସ୍ରାଏଲ୍ ବହୁଳ ଭାବେ ପ୍ରଭାବିତ ହୋଇଛି। ଇସ୍ରାଏଲର ଜନସଂଖ୍ୟା ପ୍ରାୟ ୮୮ ନିୟୁତ, କିନ୍ତୁ ଏଠାରେ ୩୭,୪୦୦ ରୁ ଅଧିକ ସକ୍ରିୟ ମାମଲା ଅଛି | ରବିବାର ଦିନ ୩୧୦୦ ରୁ ଅଧିକ ଲୋକ ପଜିଟିଭ ବୋଲି ଜଣାପଡିଛି। ଏପର୍ଯ୍ୟନ୍ତ ସଂକ୍ରମିତ ଲୋକଙ୍କ ସଂଖ୍ୟା ହେଉଛି ୧୫୬,୫୯୬ ଏବଂ କରୋନାରେ ଅତି କମରେ ୧୧୯ ଜଣଙ୍କର ମୃତ୍ୟୁ ହୋଇଛି।

ଭାରତରେ ମଧ୍ୟ କରୋନାର ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ପ୍ରତିଦିନ ନୂଆ ପଜିଟିଭ ମାମଲା ଚିହ୍ନଟ ହେଉଥିବାବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି । ଅନ୍ୟପଟେ ଲକଡାଉନ କୋହଳ ହେବା ପରଠୁ ଲୋକମାନେ କରୋନା ପାଇଁ ଉଦ୍ଦିଷ୍ଟ ନିୟମଗୁଡ଼ିକୁ ଗମ୍ଭୀରତାର ସହ ପାଳନ କରୁନାହାଁନ୍ତି । ତେଣୁ ଏହି ଦିଗରେ ଆପଣଙ୍କ ମତ କଣ ରହିଛି? କଣ ଦେଶରେ ପୁଣି ଥରେ ଜାତୀୟ ଲକଡାଉନ ଘୋଷଣା କରାଯିବାର ଆବଶ୍ୟକତା ରହିଛି?


Share It

Comments are closed.