ଋତୁକାଳୀନ ପରିବର୍ତନ ଆସ୍ଥମା ବିପଦକୁ ଆହୁରି ଉତ୍କଟ କରିପାରେ


ଭୁବନେଶ୍ୱର: ଅଧିକାଂଶ ଲୋକଙ୍କ ପାଇଁ ମୌସୁମୀର ଆଗମନ ଆଶ୍ୱସ୍ତି କର ହୋଇପାରେ କିନ୍ତୁ ଆସ୍ଥମା ରୋଗୀଙ୍କ ପାଇଁ ଏହି ଋତୁ ଆହ୍ୱାନଭରା ହୋଇଥାଏ । କାରଣ ଏହିସମୟରେ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହୋଇପଡ଼େ । ଆସ୍ଥମା ହେଉଛି ଏଭଳି ଏକ ରୋଗ ଯାହା ଫିମ୍ପି/ଫଙ୍ଗସ୍‌, ଅଧିକ ଲୋମଯୁକ୍ତ ପୋଷାଜୀବ, ଡଷ୍ଟ ମାଇଟ୍‌ସ ଏବଂ ଭାଇରାଲ ସଂକ୍ରମଣ ଭଳି ଆଲର୍ଜିକାରୀ ପଦାର୍ଥରୁ ବଢ଼ିପାରେ । ମୌସୁମୀ ମଧ୍ୟ ଆସ୍ଥମା ରୋଗ ବଢ଼ିବାର ଏକ ପ୍ରମୁଖ କାରଣ ହୋଇଥାଏ । ବର୍ଷା ଋତୁରେ କମ୍ ସୂର୍ଯ୍ୟା ଲୋକ ଯୋଗୁଁ ଭିଟାମିନ ଡି ର ଅଭାବ ଦେଖାଦିଏ, ଯାହାକି ଆସ୍ଥମା ଆକ୍ରମଣ ଉକ୍‌ôଟ ହେବାର ପ୍ରମୁଖ କାରଣ ହୋଇଥାଏ । ମୌସୁମୀର ଥଣ୍ଡା ପରିବେଶ ମଧ୍ୟ ଆସ୍ଥମାର ସଙ୍କେତ ଓ ଲକ୍ଷଣକୁ ଅଧିକ ଉତ୍କଟ କରିପାରେ । ଆଖପାଖର ବାତାବରଣରେ ଆର୍ଦ୍ରତାରୁ ଫଙ୍ଗସ ଜନ୍ମିପାରେ, ଯାହାଦ୍ୱାରା ଆଲର୍ଜି ବଢ଼ିପାରେ ଏବଂ ଆସ୍ଥମା ଆକ୍ରମଣର କାରଣ ହୋଇପାରେ । ଏହା ସହିତ ଏହି ଋତୁରେ ଭାଇରାଲ ସଂକ୍ରମଣର ଅଧିକ ସମ୍ଭାବନା ଥାଏ ତଥା ଆଲର୍ଜେନ ଅଧିକ ବଢ଼ିପାରେ ଯାହାକି ଲକ୍ଷଣଗୁଡ଼ିକ ଆହୁରି ଉତ୍କଟ ହେବାର କାରଣ ହୋଇଥାଏ ।
ପ୍ରତି ମୌସୁମୀରେ ଆସ୍ଥମା କାରଣରୁ ହସ୍ପିଟାଲକୁ ଆସୁଥିବା ଲୋକଙ୍କ ସଂଖ୍ୟାରେ ଭାରୀ ବୃଦ୍ଧି ହୋଇଥାଏ ବିଶେଷ କରି ଛୋଟ ପିଲାଙ୍କ ଠାରେ ଏହା ଅଧିକ ହୋଇଥାଏ । ବର୍ତମାନ ପରିସ୍ଥିତିରେ ଲୋକମାନେ ନିୟମିତ ଭାବେ ଡାକ୍ତରଖାନାକୁ ଆସିବାକୁ କିମ୍ବା ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ସମର୍ଥ ହୋଇପାରୁନଥିବାବେଳେ ଏଭଳି ପରିସ୍ଥିତିରେ ଆସ୍ଥମାକୁ ବଢ଼ିବାକୁ ରୋକିବା ଅଧିକ ଜରୁରୀ ହୋଇପଡ଼ିଛି । ତେଣୁ ମୌସୁମୀ ସମୟରେ ଆସ୍ଥମାର ପରିଚାଳନା ପାଇଁ ଉପଯୋଗୀ ପରାମର୍ଶ ସର୍ବଦା ନିଜ ସହରଖିବା ଅଧିକ ଭଲ ହେବ ।
ଏ ସମ୍ପର୍କରେ କିମ୍‌ସ ହସ୍ପିଟାଲର ଆସୋସିଏଟ ପ୍ରଫେସର, ଏମଡି(ଚେଷ୍ଟ), ଡିଏମ(ପୁଲ୍‌ମୋ), ଡା ଦେବାଶିଷ ବେହେରା କହିଛନ୍ତିଯେ, “ଘଡ଼ଘଡ଼ହେବା, କାଶ ଏବଂ ଶ୍ୱାସକ୍ରିୟାରେ ସମସ୍ୟା ଆସ୍ଥମାର କାରଣ ହୋଇଥାଏ, ଯାହାକି ଏକ ଦୀର୍ଘସ୍ଥାୟୀ ଶ୍ୱାସସମ୍ବନ୍ଧୀତ ରୋଗ ଅଟେ । ଏହା ଫୁସଫୁସରେ ଥିବାବାୟୁ ନଳୀଗୁଡ଼ିକରେ ଫୁଲା ଯୋଗୁଁ ସୃଷ୍ଟି ହୋଇଥାଏ । ଆସ୍ଥମାରେ ପୀଡ଼ିତ ଜଣେ ବ୍ୟକ୍ତିଙ୍କୁ ବାୟୁ ପଥରେବାଧା ଅନୁଭବ ହୋଇଥାଏ । ଯାହାଫଳରେ ରୋଗୀଙ୍କ ପାଇଁ ଶ୍ୱାସକ୍ରିୟା କରିବା କଷ୍ଟକର ହୋଇପଡ଼େ ।”
ସେ ଆହୁରି ମଧ୍ୟ କହିଛନ୍ତିଯେ, “ଆସ୍ଥମାରଚିକିତ୍ସା ପାଇଁ ଏମରଜେନ୍ସି ରୁମର ପରଦର୍ଶନ କରିବା ବର୍ଷା ଋତୁରେ ଅଧିକ ବଢ଼ି ଯାଇଥିଲା, ଯାହାକି ଆର୍ଦ୍ରତାର ବାର୍ଷିକ ବୃଦ୍ଧି ପରେ ଗୋଟିଏରୁ ଦୁଇ ମାସ ବଢ଼ିବା ସହିତ ଶୁଷ୍କ ଋତୁରେ କମିଗଲା । ଏହି ପାରିସ୍ପରିକ ସମ୍ବନ୍ଧ ଘରେ ଡଷ୍ଟ ମାଇଟସ ଏବଂ ଭାଇରାଲ ସଂକ୍ରମଣ ସହିତ ପ୍ରସାରିତ ହେବାର ସମ୍ଭାବନାକୁ ବଢ଼ାଇଥାଏ । ତେଣୁ ମୌସୁମୀ ସମୟରେ ଆସ୍ଥମାର ପରିଚାଳନା କରି ଉତମ ଶ୍ୱାସକ୍ରିୟା କରିବା ଲାଗି ଡାକ୍ତରଙ୍କ ଠାରୁ ଉତମ ପରାମର୍ଶ ଗ୍ରହଣ କରିବା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ।”
ଆସ୍ଥମାର ପରିଚାଳନା ପାଇଁଇନ୍‌ହେଲର୍‌ଓରାଲଚିକିତ୍ସାତୂଳନାରେ ଏକ ପ୍ରଭାବଶାଳୀଚିକିତ୍ସାଭାବେଉଭାହୋଇଛି । ଇନହେଲରସହିତଔଷଧ ରକ୍ତ ପ୍ରବାହକିମ୍ବାଶରୀରର ଅନ୍ୟ ଅଙ୍ଗ ମାଧ୍ୟମରେ ପ୍ରଭାହିତହେବା ପରିବର୍ତେସିଧାସଳଖ ଫୁସଫୁସରେ ପହଂଚିଥାଏ । ତେଣୁଔଷଧର କମ୍‌ମାତ୍ରା ଆବଶ୍ୟକ ହୋଇଥାଏଏବଂ କମ ପାଶ୍ୱର୍ ପ୍ରତିକ୍ରିୟାହୋଇଥାଏ ।


Share It

Comments are closed.