ଭୁବନେଶ୍ୱରର ଏହି ହୋଟେଲରେ ଆରମ୍ଭ ହେଉଛି ସିଫୁଡ ଫେଷ୍ଟିଭାଲ


ଭିଟସ ଭୁବନେଶ୍ୱର ପକ୍ଷରୁ ଏକ ଅଭୁତପୂର୍ବ ଡାଇନିଙ୍ଗ ଅନୁଭୁତି ପାଇଁ ବିଦେଶୀ ସିଫୁଡ ଫେଷ୍ଟିଭାଲ ଆୟୋଜିତ ହେବାକୁ ଯାଉଛି । ଏହି ଫେଷ୍ଟିଭାଲଟି ଭିଟସ୍ ରେଷ୍ଟୁରାଣ୍ଟ, ସିଜଲରେ ମଧ୍ୟାହ୍ନ ଭୋଜନ(ମଧ୍ୟାହ୍ନ ୧୨ ରୁ ଅପରାହ୍ନ ୩.୩୦ ପର୍ଯ୍ୟନ୍ତ) ଏବଂ ରାତ୍ରି ଭୋଜନ(ସଂନ୍ଧ୍ୟା ୭.୩୦ରୁ ରାତି ୧୦.୩୦ ପର୍ଯ୍ୟନ୍ତ) ପାଇଁ ଆସନ୍ତା ୧୭ରୁ ୩୧ ଜାନୁଆରୀ ପର୍ଯ୍ୟନ୍ତ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି । ଏଠାରେ ଲବଷ୍ଟର, କଙ୍କଡ଼ା, ଚିଙ୍ଗୁଡ଼ି ଏବଂ ମାଛକୁ ନେଇ ପ୍ରସ୍ତୁତ ଫ୍ରାଏଡ, ଗ୍ରୀଲଡ, କରି, ସସ ଏବଂ ତନ୍ଦୁରୀ ଷ୍ଟାଇଲ ଆଦିର ଏକ ବିଶାଳ ସିଫୁଡ ମହତ୍ସୋବ ଆପଣଙ୍କ ଅପେକ୍ଷାରେ ରହିଛି । ଏଠାରେ ଦୁଇଟି ମିଲର ମୂଲ୍ୟ ୭୦୦ ଟଙ୍କାରୁ ଆରମ୍ଭକରି ୧୫୦୦ ଟଙ୍କା ପର୍ଯ୍ୟନ୍ତ ରହିଛି ।

ଲାଇଭ କୁକିଙ୍ଗ ରୋଷେଇ ଅନୁଭୂତିକୁ ଆହୁରି ରୋମାଞ୍ଚମୟ କରିଦେଇଥାଏ । ସିଜଲଠାରେ ଥିବା ସମସ୍ତ ଶ୍ରେଷ୍ଠ ଖାଦ୍ୟ ସହିତ ଆପଣଙ୍କର ସ୍ୱାଦର ପିପାଷାକୁ ଅବାଧରେ ଉପଭୋଗ କରନ୍ତୁ । ଏହା ହେଉଛି ଏଭଳି ଏକ ମଞ୍ଚ ଯେଉଁଠାରେ ନନ-ଭେଜିଟେରିଆନ ରୋଷେଇର ସମୂହ ଗୋଟିଏ ସାଧାରଣ ସ୍ଥଳ ପାଇପାରିବେ । ସେଫ ସିତାରାମ ନାୟକ ଏହି ସିଫୁଡ ଗୁଡ଼ିକର ସ୍ୱାଦ ନେବାକୁ ପସନ୍ଦ କରିବେ ଯାହାକି ଆପଣଙ୍କ ପାଇଁ ଉପଯୁକ୍ତ ହେବ ।


Share It

Comments are closed.