ଜାଣନ୍ତି କି ଭାରତୀୟ ରିତି-ନିତୀ ଏବଂ ନିୟମ ପଛରେ କଣ ରହିଛି ବୈଜ୍ଞାନିକ ତଥ୍ୟ

Share It

ଭାରତ ଏକ ପ୍ରାଚୀନ ଦେଶ । ଭାରତର ପ୍ରତ୍ୟେକ ରାଜ୍ୟର ବିଭିନ୍ନ ପ୍ରକାରର ରିତି ନିତି ଏବଂ ନିତି ନିୟମ ରହିଛି । ବିଭିନ୍ନ ପୂଜା ପର୍ବାଣି ସହିତ ବିଭିନ୍ନ ନିୟମ ଭାରତୀୟଙ୍କୁ ବାନ୍ଧି ରଖିଛି । ଭାରତରେ ବହୁ ଲୋକେ ଏହାର ବୈଜ୍ଞାନିକ ଜାଣିନାହାଁନ୍ତି କିମ୍ବା ଜାଣିବାକୁ ଚେଷ୍ଟା କରିନାହାଁନ୍ତି ବରଂ ଏହାକୁ ଅନ୍ଧବିଶ୍ୱାସ କହି ଏଡାଇ ଦେଇଥାନ୍ତି । କିନ୍ତୁ ଭାରତର ପ୍ରତ୍ୟେକ କୋଣ ଅନୁକୋଣର ବିଭିନ୍ନ ରିତୀ ନିତୀର କୌଣସି ନା କୌଣସି ବୈଜ୍ଞାନିକ କାରଣ ରହିଛି । ଏହି ରିତିନିତୀକୁ ସମସ୍ତେ ଭଲରେ ମାନିବା ଏବଂ ପାଳନ କରିବା ପାଇଁ ଋଷିମୁନିମାନେ ଏହାକୁ ବିଶ୍ୱାସ ଏବଂ ଅନ୍ଧବିଶ୍ୱାସର ନାମ ଦେଇଛନ୍ତି । ଆସନ୍ତୁ ଜାଣିବା ସେହି ବୈଜ୍ଞାନିକ କାରଣଗୁଡିକ ସମ୍ପର୍କରେ . . . . .
୧. ନବରାତ୍ରିର ମହତ୍ୱ – ଭାରତରେ ପ୍ରାୟତଃ ଉତ୍ତର ଏବଂ ପୂର୍ବ ରାଜ୍ୟଗୁଡିକରେ ଇଂରାଜୀ କ୍ୟାଲେଣ୍ଡରର ଅକ୍ଟୋବର ମାସରେ ହୋଇଥାଏ । ଏହି ନବରାତ୍ରି ବତ୍ରରେ ପ୍ରାୟତଃ ମହିଳାମାନେ ୯ରାତି ପର୍ଯ୍ୟନ୍ତ ଉପବାସ କରିଥାନ୍ତି ଏବଂ କେବଳ ଫଳ ଆହାର କରିଥାନ୍ତି । କିନ୍ତୁ ଏହାର ବୈଜ୍ଞାନିକ ମତ ଅନୁଯାୟୀ ଏହା ସମ୍ପୂର୍ଣ୍ଣ ବର୍ଷର ଡିଟକ୍ସ ଡାଏଟ ପରି ହୋଇଥାଏ । ସେହି ସମୟରେ ଋତୁ ପରବିର୍ତ୍ତନ ହୋଇଥାଏ ତେଣୁ ସାଧାରଣ ଖାଦ୍ୟ ଖାଇବା ଦ୍ୱାରା ଶରୀର ଏବଂ ମନ ସୁସ୍ଥ ରହିଥାଏ ।
୨. ଅସ୍ୱସ୍ତ ଗଛ ପୂଜା କରାଯିବାର କାରଣ – ହିନ୍ଦୁ ଧର୍ମରେ ଅସ୍ୱସ୍ତ ଗଛକୁ ପୂଜା କରିବା ନିମ ରହିଛି । ବୈଜ୍ଞାନିକ ନିୟମ ଅନୁଯାୟୀ ଅସ୍ୱସ୍ତ ଗଛ ସବୁଠାରୁ ଅଧିକ ଅମ୍ଳଜାନ ତ୍ୟାଗ କରିଥାଏ ତେଣୁ ଅସ୍ୱସ୍ତ ଗଛକୁ ପୂଜା କରିବା ଦ୍ୱାରା ତାହାର ଆଦର ହୋଇଥାଏ । ରାତିରେ ଏହା ଖୁବ ଅଧିକ ପରିମାଣର ଅଙ୍ଗାରାମ୍ଳ ଗ୍ୟାସ ତ୍ୟାଗ କରିଥାଏ ।
୩. ତୁଳସୀ କୁ ପୂଜା କରିବା – ତୁଳସୀ ଗଛ ପ୍ରାକୃତିକ ଆଣ୍ଟି-ବାୟୋଟିକ ଏବଂ ଏହାର ପ୍ରଚୁର ଔଷଧିୟ ଗୁଣ ମଧ୍ୟ ରହିଛି । ଏହା ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ଏବଂ ଜନ୍ତୁ ଜୁନ୍ତାଙ୍କୁ ଘରଠାରୁ ଦୂରେଇ ରଖିବାକୁ ସାହାଯ୍ୟ କରିଥାଏ । ତେଣୁ ପୂର୍ବରୁ ମୁନିଋଷିମାନେ ଏହାକୁ ପବିତ୍ର ବୋଲି ମଧ୍ୟ କହିଛନ୍ତି ଏବଂ ପ୍ରତ୍ୟେକ ଦିନ ତୁଳସୀରେ ପାଣିଦେଇ ଗୋଟିଏ ଲେଖାଁଏ ପତ୍ର ଖାଇଥାନ୍ତି ।
୪. ମହିଳାଙ୍କ ମେକଅପର କାରଣ – ମହିଳାମାନେ ଲାଗଉଥିବା କାଜଲ, ସିନ୍ଦୁର ଏବଂ ବିଭିନ୍ନ ଗହଣା ପଛରେ ବିଭିନ୍ନ ବୌଜ୍ଞାନିକ କାରଣ ରହିଛି । ପୂର୍ବରୁ କର୍ପୂର ଏବଂ ଦେଶୀ ଘିଅରେ କାଜଲ ପ୍ରସ୍ତୁତ କରୁଥିଲେ ଏହା ଆଖିକୁ ଥଣ୍ଡା କରିଥାଏ । ତେଣୁ ମହିଳାମାନେ ବହୁ ପୁରାତନ କାଳରୁ କାଜଲ ଲଗାଇ ଆସୁଛନ୍ତି । ସେହିପରି ସିନ୍ଦୁର ଏବଂ ବିନ୍ଦି ମଥାର ଏକ ପ୍ରକାର ଆକ୍ୟୁପ୍ରେସର କରିବାରେ ସାହାଯ୍ୟ କରିଥାଏ । ସେିହପରି ଗହଣା ତଥା ସୁନାର ଗହଣା ଶରୀରର ତାପମାତ୍ରା ନିୟନ୍ତ୍ରଣ କରିଥାଏ । ସେହିପରି ନାକର ନୋଥ, କାନର କାନଫୁଲ, ପାଦ ମୁଦି ଇତ୍ୟାଦି ଏକ ପ୍ରକାରର ଆକ୍ୟୁପ୍ରେସରର କାମ କରିଥାଏ । ମହିଳାମାନଙ୍କର ହରମୋନରେ ସନ୍ତୁଳନ ରକ୍ଷା ହୋଇଥାଏ ଏବଂ ମାସିକ ଧର୍ମ ଠିକ ସମୟରେ ହୋଇଥାଏ । ମେହେନ୍ଦି ମଧ୍ୟ ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରି ମାନସିକ ଚିିନ୍ତାରୁ ମୁକ୍ତି ପ୍ରଦାନ କରିଥାଏ ।
୫. ଉତ୍ତର ଦିଗରୁ ମୁଣ୍ଡ କରି ନଶୋଇବା – ଉତ୍ତର ଦିଗକୁ ମଥା କରି ଶୋଇଲେ ଅଶୁଭ ବୋଲି ବିଶ୍ୱାସ ରହିଛି । ଏହାର ବୈଜ୍ଞାନିତ ସମ୍ମତ ମଧ୍ୟ ରହିଛି । ପୃଥିବିର ଦୁଇଟି ପୋଲ ଉତ୍ତର ଏବଂ ଦକ୍ଷିଣ ପୋଲ ରହିଛି । ଉତ୍ତର ଦିଗକୁ ମଥା ଦେଇ ଶୋଇବା ଦ୍ୱାରା ଏହା ଗୁରୁତ୍ୱାକର୍ଷଣର ବିପରୀତ ପ୍ରଭାବ ପକାଇଥାଏ । ଏହା ଦ୍ୱାରା ଆପଣ ଯେତେ ଶୋଇଲେ ମଧ୍ୟ ଆପଣଙ୍କ ନିଦ ସମ୍ପୂର୍ଣ୍ଣ ହୋଇନଥାଏ ଏବଂ ଶରୀର ଉପରେ ଖରାପ ପ୍ରଭାବ ପଡିଥାଏ ।

 


Share It

Comments are closed.