ଅାମାଜନ୍ ଡଟ୍ ଇନର ସ୍କୁଲ ବୁକ୍ ଷ୍ଟୋର


ଦେଶର ଅଗ୍ରଣୀ ଅନଲାଇନ୍ ସଂସ୍ଥା ଅାମାଜନ୍ ଡଟ୍ ଇନ୍ ପକ୍ଷରୁ ଅାଜି ଏହାର ନୂତନ ସ୍କୁଲ୍ ବୁକ୍ ଷ୍ଟୋରର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି ଏହି ଷ୍ଟୋରରେ ଶିକ୍ଷାର୍ଥୀଙ୍କ ଉପଯୋଗୀ ସ୍କୁଲ ବୁକ୍, ଏକାଡେମିକ୍ ବୁକ୍ ଏବଂ ବିଭିନ୍ନ ପ୍ରକାର ଅାବଶ୍ୟକୀୟ ସାମଗ୍ରୀ ରହିଛି ଅଭିଭାବକମାନେ ଗୋଟିଏ ସ୍ଥାନରୁ ସମସ୍ତ ସାମଗ୍ରୀ ପାଇପାରିବେ।

ଏଠାରେ ନର୍ସରୀଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସିବିଏସ୍ଇ, ଅାଇସିଏସ୍ଇ ଏବଂ ଅାଇଜିସିଏସ୍ଇ ତଥା ଏନସିଇଅାରଟିର ସମସ୍ତ ବହି ତଥା ଜେଇଇ, ଏନ୍ଇଇଟି, ଅଲମ୍ପିଅାଡ୍ ସମ୍ପର୍କିତ ସମସ୍ତ ସାମଗ୍ରୀ ଉପଲବ୍ଧ ହେଉଛି ଏଠାରେ ପରୀକ୍ଷା ଉପଯୋଗୀ ଗାଇଡବୁକ୍ ଓ ସାମ୍ପଲ ପେପର ମହଜୁଦ୍ ରହିଛି।

ଏହି ଅବସରରେ ଅାମାଜନ ଇଣ୍ଡିଅାର କ୍ୟାଟାଗୋରୀ ମ୍ୟାନେଜମେଂଟ୍ ନିର୍ଦ୍ଦେଶକ ସୌରଭ ଶ୍ରୀବାସ୍ତବ କହିଲେ, ‘ଅାମେ ଏକ ଶ୍ରେଷ୍ଠ ଷ୍ଟୋର ନିର୍ମାଣ କରିବାର ଲକ୍ଷ୍ୟ ନେଇ ଅଗ୍ରସର ହେଉଛୁ ଯାହାକି ଶିକ୍ଷାର୍ଥୀଙ୍କ ଅାବଶ୍ୟକତା ପୂରଣ କରିବାକୁ ସକ୍ଷମ ହେବ ବେଳେବେଳେ ଅଭିଭାବକ ତଥା ଶିକ୍ଷାର୍ଥୀ ଅନେକ ଅାବଶ୍ୟକ ସାମଗ୍ରୀ ପାଇପାରି ନ ଥାନ୍ତି କିନ୍ତ ଏହି ଷ୍ଟୋରରେ ସମସ୍ତ ସାମଗ୍ରୀ ମହଜୁଦ୍ ରହିଛି ଫଳରେ ଅତି ସହଜରେ ସମସ୍ତ ସ୍କୁଲ ଉପଯୋଗୀ ସାମଗ୍ରୀ ଏଠାରୁ ମିଳିପାରିବ।

 


Share It

Comments are closed.