ବିଜୟ ମାଲ୍ୟାଙ୍କୁ ପୁଣି ଝଟକା, ପୁନଃ ବିଚାର ପିଟିସନକୁ ଖାରଜ କଲେ ସୁପ୍ରିମକୋର୍ଟ

0

ବ୍ୟାଙ୍କରୁ ହଜାର ହଜାର କୋଟି ଟଙ୍କାର ଋଣ ନେଇ ଦେଶ ଛାଡ଼ି ଫେରାର୍ ହୋଇଥିବା ମଦ ସମ୍ରାଟ ବିଜୟ ମାଲ୍ୟାଙ୍କୁ ପୁଣି ଲାଗିଛି ଝଟକା । କୋର୍ଟଙ୍କ ନିର୍ଦ୍ଦେଶକୁ ଉଲ୍ଲଂଘନ କରି ବ୍ୟାଙ୍କ ଋଣ ନ ସୁଝି ତାଙ୍କ ପିଲାମାନଙ୍କୁ ୪୦ ମିଲିୟନ୍ ଡଲାର ସ୍ଥାନାନ୍ତର କରିଥିବା ଅଦାଲତର ଅବମାନନା ମାମଲାରେ କୋର୍ଟ ପୁଣି ଦୋଷୀ ସାବ୍ୟସ୍ତ କରିଥିଲେ। ଏହାପରେ ଏହି ମାମଲାର ପୁନଃବିଚାର କରିବାକୁ ବିଜୟ ମାଲ୍ୟା ସୁପ୍ରିମକୋର୍ଟରେ ପିଟିସନ୍ ଦାଖଲ କରିଥିଲେ। କିନ୍ତୁ କୋର୍ଟ ତାଙ୍କର ଏହି ପିଟିସନ୍‌କୁ ଖାରଜ କରିଦେଇଛନ୍ତି। ୨୭ ଅଗଷ୍ଟରେ ଏହି ମାମଲାରେ ସୁପ୍ରିମ୍‌କୋର୍ଟ ନିଜ ବିଚାରକୁ ସଂରକ୍ଷିତ ରଖିଥିଲେ କୋର୍ଟ। ସୂଚନାଯୋଗ୍ୟ ପଳାତକ ଘୋଷିତ ହୋଇଥିବା ବିଜୟ ମାଲ୍ୟା ୨୦୧୭ ମେ’ ମାସରେ ଉଚ୍ଚତମ ନ୍ୟାୟାଳୟରେ ଏହି ନିର୍ଦ୍ଦେଶ ଉପରେ ପୁନର୍ବିଚାର କରିବାକୁ ପିଟିସନ୍ ଦାଖଲ କରିଥିଲେ। ଏହି ନିର୍ଦ୍ଦେଶନାମାରେ ତାଙ୍କ ବିରୋଧରେ ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା ବ୍ୟାଙ୍କ ଋଣ ପରିଶୋଧ କରିବା ପରିବର୍ତ୍ତେ ନିଜ ପିଲାଙ୍କ ଖାତାରେ ୪କୋଟି ଆମେରିକାନ୍ ଡଲାର ସ୍ଥାନାନ୍ତରିତ କରିବା ନେଇ ଦୋଷୀ ସାବ୍ୟସ୍ତ କରାଯାଇଥିଲା।

ଏହି ନିଷ୍ପତ୍ତି ବିରୋଧରେ ମାଲ୍ୟା ସୁପ୍ରିମକୋର୍ଟରେ ଏକ ରିଭ୍ୟୁ ଆବେଦନ କରିଥିଲେ। ଚଳିତ ବର୍ଷ ଜୁନ୍ ୧୬ ରେ ଜଷ୍ଟିସ୍ ୟୁୟୁ ଲଲିତ ଏବଂ ଜଷ୍ଟିସ୍ ଅଶୋକ ଭୂଷଣଙ୍କ ଏକ ବେଞ୍ଚ ଦର୍ଶାଇଥିଲେ ଯେ ରେକର୍ଡ ଅନୁଯାୟୀ ତିନି ବର୍ଷ ପାଇଁ କୋର୍ଟରେ ଏହି ପୁନଃ ବିଚାର ମାମଲାର ଶୁଣାଣି ହୋଇନାହିଁ। ତେବେ ଏହା ପରେ ବେଞ୍ଚ ବିଳମ୍ବ ପାଇଁ କୋର୍ଟ ରେଜିଷ୍ଟ୍ରିରଙ୍କୁ ସ୍ପଷ୍ଟୀକରଣ ମାଗିଥିଲେ। ଏହା ପରେ ସମୀକ୍ଷା ଆବେଦନ ଉପରେ ବିଚାର କରାଯାଇଥିଲା ଏବଂ ଅଗଷ୍ଟ ୨୭ରେ କୋର୍ଟ ଏହାର ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ। ଜଷ୍ଟିସ ଉଦୟ ଉମେଶ ଲଲିତ ଏବଂ ଜଷ୍ଟିସ ଭିନେଟ ସରନଙ୍କ ଦ୍ୱାରା ଗଠିତ ବେଞ୍ଚ ସୋମବାର ଦିନ ଏହି ରାୟ ଦେଇଛନ୍ତି।

Leave A Reply

Your email address will not be published.