ଏସ୍‌ବିଆଇ ପକ୍ଷରୁ “ଏମ୍‌ଏସ୍‌ଏମ୍‌ଇ ସହଜ’’- ଡିଜିଟାଲ୍ ଇନ୍‌ଭଏସ୍ ପ୍ଲାଟଫର୍ମ”ର ଶୁଭାରମ୍ଭ


ଭୁବନେଶ୍ୱର: ଦେଶର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍‌ବିଆଇ) ପକ୍ଷରୁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ଇନ୍‌ଭଏସ୍ ଫାଇନାନ୍ସ ପାଇଁ ୱେବ୍ ଭିତିକ ଡିଜିଟାଲ ବ୍ୟବସାୟ ଋଣ ସମାଧାନ “ଏମ୍‌ଏସ୍‌ଏମ୍‌ଇ ସହଜ’କୁ ଉନ୍ମୋଚନ କରାଯାିଛି । ଏହା ହେଉଛି ଏକ ତଥ୍ୟଭିତିକ ଇନ୍‌ଭଏସ୍ ଫାଇନାନ୍ସିଂ ଋଣ ଅନୁଶୀଳନ ଇଞ୍ଜିନ ଯାହା ଋଣ ଆବେଦନଠାରୁ ଆରମ୍ଭ କରି କାଗଜପତ୍ର କାର୍ଯ୍ୟ ଏବଂ ଋଣ ମଞ୍ଜୁର ଆଦି ୧୫ ମିନିଟ୍‌ରେ ସମ୍ପାଦନ କରିବ ଏବଂ ଏଥିରେ କୌଣସିି ମାନବ ହସ୍ତକ୍ଷେପ ରହିବନି । ସିଷ୍ଟମ୍ ସେହି ଋଣକୁ ସ୍ୱୟଂକ୍ରିୟ ଭାବେ ସମ୍ପାଦନ କରିବ । ଏମ୍‌ଏସ୍‌ଏମ୍‌ଇ ସହଜକୁ ବ୍ୟବହାର କରି ଗ୍ରାହକମାନେ ସେମାନଙ୍କ ଜିଏସଟି ପଞ୍ଜୀକୃତ ବିକ୍ରି ଇନଭଏସ୍ ଜରିଆରେ ୧୫ ମିନିଟ୍‌ରୁ କମ୍ ସମୟରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇପାରିବେ ।
ଏହି ଉତ୍ପାଦ ମେସିନ୍ ଲର୍ଣ୍ଣିଂ ମଡେଲ୍ ଉପରେ ଆଧାରିତ ଯାହା ଜିଏସ୍‌ଟିଆଇଏନ୍‌, ଗ୍ରାହକଙ୍କ ବ୍ୟାଙ୍କ ଷ୍ଟେଟ୍‌ମେଂଟ୍ ଓ ସିଆଇସି ତଥ୍ୟ ବ୍ୟବହାର କରୁଛି।
ଏହି ଉତ୍ପାଦର ଲକ୍ଷ୍ୟ ହେଉଛି ଅଣୁ ଏସ୍‌ଏମ୍‌ଇ ୟୁନିଟ୍‌ଗୁଡ଼ିକୁ ସ୍ୱଳ୍ପକାଳୀନ କାର୍ଯ୍ୟକାରୀ ପୁଞ୍ଜି ଆବଶ୍ୟକତାକୁ ପୂରଣ କରିବା । ୟୋନୋ ଆପ୍‌ରେ ଡିଜିଟାଲ୍ ମାଧ୍ୟମରେ ଏହି ଉତ୍ପାଦ ଗ୍ରାହକଙ୍କ ଲାଗି ଉପଲବ୍ଧ ହେବ ଏବଂ ଏମ୍‌ଏସ୍‌ଏମ୍‌ଇମାନଙ୍କ ଲିକ୍ୱିଡିଟି ଆବଶ୍ୟକତାକୁ ଏହା ପୂରଣ କରିବ ।
ଏମ୍‌ଏସ୍‌ଏମ୍‌ଇ ଋଣକୁ ବ୍ୟାଙ୍କ ଆସନ୍ତା ପାଂଚ ବର୍ଷର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଭାବେ ଚିହ୍ନଟ କରିଥିବା ବେଳେ ଏମ୍‌ଏସ୍‌ଏମ୍‌ଇ ସହଜ ଏହି ଋଣ ପ୍ରଦାନ କ୍ଷେତ୍ରରେ ନୂତନ ମାନଦଣ୍ଡ ନିର୍ଧାରଣ କରିବ । ଷ୍ଟେଟ୍ ବ୍ୟାଙ୍କର ସୋଲ୍ ପ୍ରୋପାଇଟରସିପ୍ ଅଣ-ଋଣ ଗ୍ରାହକମାନେ ବ୍ୟାଙ୍କରେ ଚଳନ୍ତୀ ଖାତା ଜରିଆରେ ଏହି ଋଣ ପାଇପାରିବେ । ବ୍ୟାଙ୍କର ଇଂଟରନେଟ୍ ବ୍ୟାଙ୍କିଙ୍ଗରେ ମଧ୍ୟ ଏହି ସୁବିଧା ହାସଲ କରିହେବ ।
ଏସବିଆଇର ଅଧ୍ୟକ୍ଷ ଦିନେଶ ଖାରା କହିଛନ୍ତି ଯେ, “ଏସବିଆଇ ଏସଏମଇ ବ୍ୟବସାୟ ଋଣରେ ଡିଜିଟାଲ ସମାଧାନ ଆରମ୍ଭ କରି ନୂତନ ଶିଳ୍ପ ମାନଦଣ୍ଡ ସ୍ଥାପନ କରିବାକୁ ପ୍ରତିଶ୍ରୁତିବଦ୍ଧ । ଏମଏସଏମଇ ଋଣରେ ଅଭିନବତାକୁ ପ୍ରୋତ୍ସାହିତ କରିବା ପାଇଁ ଆମର ନିରନ୍ତର ପ୍ରୟାସ ଉପରେ ଗୁରୁତ୍ୱାରୋପ କରୁଛି । ଡିଜିଟାଲ ମାଧ୍ୟମରେ ଏମଏସଏମଇ ୟୁନିଟଗୁଡ଼ିକୁ ଦ୍ରୁତ ଏବଂ ସହଜ ଆର୍ôଥକ ସହାୟତା ପ୍ରଦାନ କରିବାର ଲକ୍ଷ୍ୟ ନେଇ ଏମଏସଏମଇ ସହଜ ପ୍ରସ୍ତୁତ କରାଯାଇଛି । ଏମଏସଏମଇ ସହଜ ହେଉଛି ଏମଏସଏମଇ ଋଣ ଜଗତରେ ବୈପ୍ଳବିକ ପରିବର୍ତନ ଆଣିବା, ମାନବ ହସ୍ତକ୍ଷେପ ହ୍ରାସ କରିବା ଏବଂ ବ୍ୟବସାୟ କରିବାର ସହଜତା ବୃଦ୍ଧି କରିବା ପାଇଁ ଅଭିନବତା ଏବଂ ଗ୍ରାହକ-କେନ୍ଦ୍ରୀତ ଆଭିମୁଖ୍ୟକୁ ସମନ୍ୱିତ କରିବା ଦିଗରେ ଆମର ପ୍ରୟାସର ଫଳ । ଏମ୍‌ଏସଏମ୍‌ଇ ସହଜର ଶୁଭାରମ୍ଭର ଉଦ୍ଦେଶ୍ୟ ହେଉଛି ଦ୍ରୁତ ଏବଂ ସବୁଠାରୁ ସହଜ ଋଣ ସମାଧାନ ପ୍ରଦାନ କରିବା ଏବଂ ଦେଶର ଅଗ୍ରଣୀ ଏମ୍‌ଏସ୍‌ଏମ୍‌ଇ ଋଣଦାତା ଭାବରେ ଆମର ସ୍ଥିତିକୁ ଆହୁରି ସୁଦୃଢ଼ କରିବା ।’’
ଏସବିଆଇର ରିଟେଲ ବ୍ୟାଙ୍କିଂ ଆଣ୍ଡ ଅପରେସନର ଏମଡି ଶ୍ରୀ ବିନୟ ଟନ୍‌ସେ କହିଛନ୍ତି ଯେ, “ଏମଏସଏମଇ କ୍ଷେତ୍ରର ଅଭିବୃଦ୍ଧିକୁ ପୂରଣ କରିବା ପାଇଁ ବ୍ୟାଙ୍କ ଡିଜିଟାଲ ଉଦ୍ଭାବନ ସହିତ ଅର୍ଥନୀତିର ଏମଏସଏମଇ କ୍ଷେତ୍ରର ମିଳିତ ସମ୍ଭାବନାରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛି । “ଏମଏସଏମଇ ସହଜ – ଇନଭଏସ୍ ଫାଇନାନ୍ସିଂ ପାଇଁ ଡିଜିଟାଲ ବିଜନେସ୍ ଲୋନ୍‌’ ଆମର ବର୍ତମାନର ଅଣୁ ଏସଏମଇ ୟୁନିଟଗୁଡିକୁ ଏକ ଅନନ୍ୟ ପ୍ରସ୍ତାବ ପ୍ରଦାନ କରିବ ଯେଉଁମାନେ ଜିଏସଟି ବ୍ୟବସ୍ଥାର ଅଂଶ ବିଶେଷ ଅଟନ୍ତି । ସେମାନେ ଏସବିଆଇର ୟୋନୋ ବିରେ ଡିଜିଟାଲ ମାଧ୍ୟମରେ କାର୍ଯ୍ୟକାରୀ ପୁଞ୍ଜି ଆବଶ୍ୟକତା ପାଇଁ ତୁରନ୍ତ “ଅନ୍ ଟ୍ୟାପ୍‌” ସ୍ୱଳ୍ପକାଳୀନ ଋଣ ପାଇପାରିବେ ।


Share It

Comments are closed.