ଏସ୍‌ବିଆଇ ଲାଇଫ୍ ପକ୍ଷରୁ “ସ୍ମାର୍ଟ ପ୍ଳାଟିନା ସୁପ୍ରିମ୍‌” ପ୍ଲାନ୍‌ର ଶୁଭାରମ୍ଭ, ଗ୍ୟାରେଂଟି ଆୟ ଓ ସୁରକ୍ଷାକୁ ନେଇ ଗ୍ରାହକଙ୍କ ବର୍ଦ୍ଧିତ ଚାହିଦା ପୂରଣ କରିବ

ଏସ୍‌ବିଆଇ ଲାଇଫ୍ ସ୍ମାର୍ଟ ପ୍ଲାଟିନମ୍ ସୁପ୍ରିମ ଆସ୍ୟୁରାନ୍ସ ବର୍ଦ୍ଧିତ ବଜାର ଅସ୍ଥିରତା ବେଳେ ଜୀବନ ବୀମା ସୁରକ୍ଷା ସହିତ ଗ୍ୟାରେଂଟି ଆୟ ପ୍ରଦାନ କରି ଗ୍ରାହକଙ୍କ ଆସ୍ୟୁରାନ୍ସ ଆବଶ୍ୟକତାକୁ ପୂରଣ କରିବ

Share It

ଭୁବନେଶ୍ୱର: ଦେଶର ସବୁଠୁ ବିଶ୍ୱାସଯୋଗ୍ୟ ଘରୋଇ ବୀମା କମ୍ପାନି ଏସ୍‌ବିଆଇ ଲାଇଫ୍ ଇନ୍‌ସ୍ୟୁରାନ୍ସ ପକ୍ଷରୁ ଏକ ନନ୍‌-ଲିଙ୍କଡ୍‌, ନନ-ପାର୍ଟିସିପେକଟିଂ ଜୀବନ ବୀମା ପ୍ଲାନ୍ “ଏସ୍‌ବିଆଇ ଲାଇଫ୍‌-ସ୍ମାର୍ଟ ପ୍ଲାଟିନା ସୁପ୍ରିମ୍‌’ର ଶୁଭାରମ୍ଭ କରାଯାଇଛି ଯାହା ଉଭୟ ସୁରକ୍ଷା ଓ ଗ୍ୟାରେଂଟି ବୀମା ରାଶି ପ୍ରଦାନ କରିବ। ଆଜିର ଅନିଶ୍ଚିତତାର ଦୁନିଆରେ ଗ୍ରାହକମାନେ ନିଶ୍ଚିତତା ଚାହୁଛନ୍ତି। ସେଥିପାଇଁ ଭବିଷ୍ୟତରେ ଗ୍ୟାରେଂଟି ରିଟର୍ଣ୍ଣ ପ୍ରଦାନ କରୁଥିବା ଆର୍ଥିକ ଉପକରଣର ଚାହିଦା ବଢ଼ିଛି। ସେହି ଆବଶ୍ୟକତାକୁ ପୂରଣ କରିବା ଲାଗି ଏସ୍‌ବିଆଇ ଲାଇଫ୍‌-ସ୍ମାର୍ଟ ପ୍ଲାଟିନା ସୁପ୍ରିମ୍ ଗ୍ରାହକମାନଙ୍କ ଚୟନ ଅନୁସାରେ ଗ୍ୟାରେଂଟି ଭବିଷ୍ୟତ ରିଟର୍ଣ୍ଣ ପ୍ରଦାନ କରୁଛି।
ବର୍ତମାନର ଅର୍ଥନୈତିକ ଅନିଶ୍ଚିତତା ଯୋଗୁଁ ସମସ୍ତ ବୟସ ବର୍ଗ ଏବଂ ଜନସଂଖ୍ୟାରେ ଅନୁଭବ ହେଉଛି ଯେ ନିଜ ଭବିଷ୍ୟତର ଆର୍ôଥକ ସ୍ଥିତିକୁ ସୁରକ୍ଷିତ ରଖିବା ପାଇଁ ଆଜି କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ଏସବିଆଇ ଲାଇଫ- ସ୍ମାର୍ଟ ପ୍ଲାଟିନା ସୁପ୍ରିମକୁ ବୟସ ବର୍ଗ ଏବଂ ଜନସଂଖ୍ୟାର ବିବିଧ ଆବଶ୍ୟକତାକୁ ଅନୁକୂଳ କରିବା ପାଇଁ ପ୍ରସ୍ତୁତ କରାଯାଇଛି। ନିଶ୍ଚିତ ଆୟ ଯୋଜନା ଏହାର ସୁହାଇବା ଭଳି ବୈଶିଷ୍ଟ୍ୟ, ଯେପରିକି ନମନୀୟ ପଲିସି ପ୍ରିମିୟମ୍ ପୈଠ ମିଆଦ, ପଲିସି ମିଆଦ, ପେମେଂଟ ପ୍ରଦାନ ଅବଧି, ସ୍ତର ଏବଂ ନିଶ୍ଚିତ ଆୟ ବୃଦ୍ଧି ଏବଂ ପେମେଂଟ୍ ପ୍ରଦାନ ଅବଧି ଶେଷରେ ପ୍ରଦାନ କରାଯାଇଥିବା ମୋଟ ପ୍ରିମିୟମର ୧୧୦% ରିଟର୍ଣ୍ଣ ମାଧ୍ୟମରେ ଦୀର୍ଘକାଳୀନ ସ୍ଥିରତା ସୁନିଶ୍ଚିତ କରୁଛି। ନିଶ୍ଚିତ ସଂଚୟ ଯୋଜନା ନିଶ୍ଚିତ ରିଟର୍ଣ୍ଣ ଖୋଜୁଥିବା ବ୍ୟକ୍ତିମାନଙ୍କ ପାଇଁ ଏକ ସ୍ଥାୟୀ ସମାଧାନ ଭାବରେ କାର୍ଯ୍ୟ କରୁଛି ଏବଂ ନିଜ ଏବଂ ସେମାନଙ୍କ ପ୍ରିୟଜନଙ୍କ ଆକାଂକ୍ଷା ପୂରଣ କରିବା ପାଇଁ ଏକ ଦୃଢ଼ ଆର୍ôଥକ ନିରାପତା ଜାଲ ନିର୍ମାଣ କରୁଛି।
ଉତ୍ପାଦ ସମ୍ପର୍କରେ ଜାଣିବା ଲାଗି ନିମ୍ନରେ ଦିଆଯାଇଥିବା ଲିଙ୍କରେ କ୍ଲିକ୍ କରନ୍ତୁ: ଷଗ୍ଧଗ୍ଧକ୍ଟ୍ରଗ୍ଦ://ଙ୍ଗଙ୍ଗଙ୍ଗ.ଗ୍ଦଭସକ୍ଷସଲର.ମକ୍ଟ.ସଦ୍ଭ/ରଦ୍ଭ/ସଦ୍ଭୟସଙ୍ଖସୟଙ୍କବକ୍ଷ-କ୍ଷସଲର-ସଦ୍ଭଗ୍ଦଙ୍କକ୍ସବଦ୍ଭମର/ଗ୍ଧକ୍ସବୟସଗ୍ଧସକ୍ଟଦ୍ଭବକ୍ଷ/ଗ୍ଦଜ୍ଞବକ୍ସଗ୍ଧ-କ୍ଟ୍ରକ୍ଷବଗ୍ଧସଦ୍ଭବ-ଗ୍ଦଙ୍କକ୍ଟ୍ରକ୍ସରଜ୍ଞର.

ଏହି ଯୋଜନା ସମ୍ପର୍କରେ ଏସ୍‌ବିଆଇ ଲାଇଫ୍‌ର ଏମ୍‌ଡି ଓ ସିଇଓ ଶ୍ରୀ ଅମିତ ଝିଙ୍ଗରଣ କହିଛନ୍ତି ଯେ, “ଆଜିର ଚମତ୍କାର ଆର୍ଥିକ ପରିବେଶରେ ଲୋକମାନଙ୍କୁ ଏଭଳି ବୀମା ସମାଧାନ ଦରକାର ଯାହା ସୁରକ୍ଷା, ନମନିୟତା ଓ ସବୁଠୁ ଉପରେ ସେମାନଙ୍କ ଅଭିଳାଷ ପୂରଣ କରିବା ଲାଗି ଭବିଷ୍ୟତ ଆୟର ଗ୍ୟାରେଂଟି ପ୍ରଦାନ କରୁଥିବ। ଆମର ନୂଆ ଗ୍ୟାରେଂଟି ରିଟର୍ଣ୍ଣ ପ୍ଲାନ୍ “ଏସବିଆଇ ଲାଇଫ୍ -ସ୍ମାର୍ଟ ପ୍ଲାଟିନମା ସୁପ୍ରିମ୍‌’ ସହ ଗ୍ରାହକମାନ ନିଜ ଜୀବନର ପ୍ରମୁଖ ମାଇଲଖୁଂଟ ପାଇଁ ବିଶ୍ୱାସର ସହ ଯୋଜନା ପ୍ରସ୍ତୁତ କରିପାିବେ ଏବଂ ନିଜ ପ୍ରିୟଜନଙ୍କ ଭବିଷ୍ୟତକୁ ସୁରକ୍ଷିତ କରିପାରିବେ। ସମସ୍ତ ବୟସ ବଗ ଓ ଜନସଂଖ୍ୟା ପାଇଁ ବୀମାକୁ ଏକ ବିବିଧ ଆର୍ଥିକ ଉପକରଣ ପାଇଁ ଆମ ପ୍ରତିବଦ୍ଧତାର ପ୍ରତିଫଳନ ହେଉଛି ଏକ ଆସ୍ୟୁରଡ୍ ବୀମା ଯୋଜନା ଯାହା ବ୍ୟାପକ ବୀମା ସୁବିଧା ସହିତ ଗ୍ୟାରେଂଟି ରିଟର୍ଣ୍ଣ ପ୍ରଦାନ କରୁଛି। ସେ ଏହା ମଧ୍ୟ କହିଛନ୍ତି ଯେ ଏସବିଆଇ ଲାଇଫ୍‌ରେ ଆମେ ବୁଝିଛୁ ଯେ ପ୍ରତି ବ୍ୟକ୍ତିଙ୍କ ସ୍ୱତନ୍ତ୍ର ଆର୍ଥିକ ଅଭିଳାଷ ରହିଛି। ଗ୍ରାହକମାନଙ୍କ ନିର୍ଦ୍ଦିଷ୍ଟ ଆବଶ୍ୟକତା ପୂରଣ କରିବା ଲାଗି ଆମର ଉଦ୍ୟମ ଅନୁସେରେ ଏସବିଆଇ ଲାଇଫ୍ ସ୍ମାର୍ଟ ପ୍ଲାଟିନା ସୁପ୍ରିମ୍‌ର ଶୁଭାରମ୍ଭ କରାଯାଇଛି। ବୀମାର ରୂପାନ୍ତରିତ ଶକ୍ତି ପ୍ରତି ଆମର ରହିଥିବା ବିଶ୍ୱାସର ଏହା ଏକ ପ୍ରମାଣ । ଏଭଳି ନୂଆ ପିଢ଼ିର ବୀମା ସମାଧାନ ଦୀର୍ଘକାଳୀନ ଆର୍ଥିକ ସୁରକ୍ଷାକୁ ସୁନିଶ୍ଚିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ, ଯାହା ଫଳରେ ବ୍ୟକ୍ତିମାନେ ସେମାନଙ୍କ ସ୍ୱପ୍ନ ପୂରଣ କରିବା ସହିତ ନିଜ ପ୍ରିୟଜନଙ୍‌କ ଆବଶ୍ୟକତା ଓ ଅଭିଳାଷକୁ ସୁରକ୍ଷିତ ରଖିପାରିବେ।’’
“ଏସ୍‌ବିଆଇ ଲାଇଫ୍‌-ସ୍ମାର୍ଟ ପ୍ଲାଟିନା ସୁପ୍ରିମ୍‌’ର ପ୍ରମୁଖ ବୈଶିଷ୍ଟ୍ୟ:
– ବ୍ୟାପକ ସୁରକ୍ଷା: ପରିବାରର ଆର୍ôଥକ ସୁରକ୍ଷା ପାଇଁ ପଲିସି ଅବଧି ସମୟରେ ଜୀବନ ବୀମା ସୁରକ୍ଷା ପ୍ରଦାନ କରୁଛି।
– ନମନୀୟତା: ବ୍ୟକ୍ତିର ଆର୍ôଥକ ଲକ୍ଷ୍ୟ ସହିତ ସମନ୍ୱିତ ହେବା ପାଇଁ ସୁହାଇବା ଭଳି ପ୍ରିମିୟମ୍ ଦେୟ ସର୍ତାବଳୀ, ପଲିସି ଅବଧି ଏବଂ ଆୟ ଦେୟ ବାରମ୍ବାରତା ପ୍ରଦାନ କରୁଛି
– ଅତିରିକ୍ତ ସୁରକ୍ଷା: ଏସବିଆଇ ଜୀବନ ମାଧ୍ୟମରେ ସୁରକ୍ଷା ବଢ଼ାଇବାର ବିକଳ୍ପ – ଦୁର୍ଘଟଣା ଲାଭ ରାଇଡର
– ଅଧିକ ପ୍ରିମିୟମ ପାଇଁ ନିଶ୍ଚିତ ଆୟ ବୃଦ୍ଧି
– ପରିପକ୍ୱତା ଲାଭ: ନିର୍ଦ୍ଧାରିତ ଆୟ ବାରମ୍ବାରତାର ଆରମ୍ଭ କିମ୍ବା ଶେଷରେ ନିଶ୍ଚିତ ଆୟ ଲାଭ କରିବାର ବିକଳ୍ପ ସହିତ ସ୍ତର ଆକାରରେ ପରିପକ୍ୱତା ଲାଭ କିମ୍ବା ନିଶ୍ଚିତ ଆୟ ପେ-ଆଉଟ୍ ବୃଦ୍ଧି ଏବଂ ପେ-ଆଉଟ୍ ଅବଧି ଶେଷରେ ପ୍ରଦାନ କରାଯାଇଥିବା ମୋଟ ପ୍ରିମିୟମର ୧୧୦% ରିଟର୍ଣ୍ଣ। ଭବିଷ୍ୟତର ଲାଭ (ଭବିଷ୍ୟତର ନିଶ୍ଚିତ ଆୟ ଏବଂ ମୋଟ ପ୍ରିମିୟମର ୧୧୦%) ରିହାତି ମୂଲ୍ୟ ମଧ୍ୟ ଏକକାଳୀନ ଆକାରରେ ପାଇବାର ବିକଳ୍ପ ରହିଛି।
– ମୃତ୍ୟୁ ସୁବିଧା: ପଲିସି ଅବଧି ମଧ୍ୟରେ ବୀମାଭୁକ୍ତ ବ୍ୟକ୍ତିଙ୍କ ଅକାଳ ବିୟୋଗ ଘଟିଲେ, ନୋମିନି କିମ୍ବା ପରିବାରକୁ ସହାୟତା କରିବା ପାଇଁ ମୃତ୍ୟୁ ସୁବିଧା ପ୍ରଦାନ କରାଯିବ।
ଏହି ଯୋଜନା ହେଉଛି ବିଭିନ୍ନ ପ୍ରୋଫାଇଲ୍ ପାଇଁ ଏକ ମୂଲ୍ୟବାନ ଆର୍ôଥକ ସମାଧାନ – ପିଲାଙ୍କ ଶିକ୍ଷା ପାଇଁ ଯୋଜନା ହେଉ, ଏକ ସୁରକ୍ଷିତ ଅବସର ହେଉ କିମ୍ବା କେବଳ ଜୀବନର ଅନିଶ୍ଚିତତା ପାଇଁ ଏକ ଆର୍ôଥକ ସୁରକ୍ଷା ନିର୍ମାଣ ହେଉ, ଏହି ଯୋଜନା ଏକ ବିଶ୍ୱସନୀୟ ଏବଂ ଗଠନମୂଳକ ସମାଧାନ ପ୍ରଦାନ କରିବ। ଏହା ଅଧିକ ପ୍ରିମିୟମ ରାଶି ପାଇଁ ବର୍ଦ୍ଧିତ ନିଶ୍ଚିତ ଆୟ ଏବଂ ପଲିସି ବିରୁଦ୍ଧରେ ଋଣ ପ୍ରଦାନ କରିବ। ଏସବିଆଇ ଲାଇଫ୍ – ଦୁର୍ଘଟଣା ଲାଭ ୍ ରାଇଡର୍ ଭଳି ଅତିରିକ୍ତ ରାଇଡର୍ ଉତ୍ପାଦର ସୁରକ୍ଷା ଭାଗକୁ ଆହୁରି ବଢ଼ାଇଥାଏ ଯାହା ଜୀବନର ସମସ୍ତ ପର୍ଯ୍ୟାୟ ପାଇଁ ଏକ ବିଶ୍ୱସ୍ତ ଆର୍ôଥକ ଅଂଶୀଦାର ଭାବରେ ଉଭା ହୁଏ।
ଏସବିଆଇ ଲାଇଫ୍‌-ସ୍ମାର୍ଟ ପ୍ଲାଟିନା ସୁପ୍ରିମ୍ କଂପାନିର ପ୍ରତିଶ୍ରୁତିକୁ ଦୋହରାଇଛି ଯେ ବ୍ୟକ୍ତିମାନେ ସେମାନଙ୍କ ପାରିବାରିକ ଦାୟିତ୍ୱ ତୁଲାଇବା ସହିତ ସେମାନଙ୍କ ଆକାଂକ୍ଷା ପୂରଣ କରିବା, ଗ୍ରାହକ ଏବଂ ସେମାନଙ୍କ ପ୍ରିୟଜନଙ୍କ ଆର୍ôଥକ ସ୍ୱାଧୀନତା ଏବଂ ମାନସିକ ଶାନ୍ତି ସୁନିଶ୍ଚିତ କରିବା ସହିତ ସେମାନଙ୍କ ଆକାଂକ୍ଷା ପୂରଣ କରିବା ପାଇଁ କମ୍ପାନିର ବ୍ରାଣ୍ଡ୍ ଉଦ୍ଦେଶ୍ୟ ପୂରଣ କରିବ।

 


Share It

Comments are closed.