ଏସ୍ବିଆଇ ଲାଇଫ୍ ପକ୍ଷରୁ ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଂଟ୍ ଭୁବନେଶ୍ୱରରୁ ଆଇଡିଏସନ୍ଏକ୍ସ ୨.୦ର ଶୁଭାରମ୍ଭ; ସାରା ଭାରତର ୧୦୦ ବି-ସ୍କୁଲ୍କୁ ଯୋଡ଼ିବ
- ଜୀବନ ବୀମା କ୍ଷେତ୍ରରେ ନବସୃଜନକୁ ଆଗକୁ ବଢ଼ାଇବାରେ ଛାତ୍ରଛାତ୍ରୀଙ୍କୁ ସଶକ୍ତ କରିବା ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ
ଭୁବନେଶ୍ୱର: ଦେଶର ଅନ୍ୟତମ ସବୁଠୁ ବିଶ୍ୱସନୀୟ ଜୀବନ ବୀମା କମ୍ପାନି ଏସବିଆଇ ଲାଇଫ୍ ଇନ୍ସ୍ୟୁରାନ୍ସ ପକ୍ଷରୁ ପ୍ରମୁଖ ନବସୃଜନ ଅଭିଯାନ “ଆଇଡିଏସନଏକ୍ସ ୨.୦”ର ଦ୍ୱିତୀୟ ସଂସ୍କରଣ ଆରମ୍ଭ କରାଯାଇଛି। ଏସବିଆଇ ଲାଇଫ୍ର ଆଇଡିଏସନ୍ଏକ୍ସ ହେଉଛି ଜୀବନ ବୀମା ଶିଳ୍ପରେ ବାସ୍ତବ ଦୁନିଆ ଆହ୍ୱାନ ପାଇଁ ନବସୃଜନ ଓ ସମାନ ମିଳିତ ଭାବ ପ୍ରସ୍ତୁତ କରିବାରେ ଯୁବ ପ୍ରତିଭାମାନଙ୍କୁ ସଶକ୍ତ କରୁଥିବା ଏକ ପ୍ଲାଟଫର୍ମ। ଦ୍ୱିତୀୟ ସଂସ୍କରଣରେ ଆଇଡିଏସନ୍ଏକ୍ସ ୨.୦ ଭାରତର ଶ୍ରେଷ୍ଠ ୧୦୦ ବି-ସ୍କୁଲ୍ର ପ୍ରତିଭାବାନ ଛାତ୍ରଛାତ୍ରୀମାନଙ୍କୁ “୨୦୪୭ ସୁଦ୍ଧା ସମସ୍ତଙ୍କ ପାଇଁ ବୀମା”ର ଜାତୀୟ ମିସନ ପ୍ରତି ଅର୍ଥପୂର୍ଣ୍ଣ ସମର୍ଥନ ପ୍ରଦାନ କରିବାକୁ ଉତ୍ସାହିତ କରୁଛି।
ଆଇଡିଏସନ୍ଏକ୍ସକୁ ସ୍ୱତନ୍ତ୍ର ପ୍ରୟାସ ଭାବେ ବି-ସ୍କୁଲଗୁଡ଼ିକ ପାଇଁ ଆରମ୍ଭ କରାଯାଇଥିଲା ଯାହାର ଲକ୍ଷ୍ୟ ହେଉଛି ଶିଳ୍ପ ଏବଂ ଦେଶର ଭବିଷ୍ୟତ ବ୍ୟବସାୟିକ ଲିଡରଙ୍କ ମଧ୍ୟରେ ସହଯୋଗିତା ବୃଦ୍ଧି କରିବା। ଦ୍ୱିତୀୟ ସଂସ୍କରଣରେ ଭାରତର ଶୀର୍ଷ ୧୦୦ ବି-ସ୍କୁଲକୁ ସାମିଲ କରି ୨୫,୦୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଯୋଡ଼ିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ପ୍ରୟାସ କେବଳ ଦେଶର ନୂଆ ଯୁବପିଢ଼ିଙ୍କୁ ଉତ୍ସାହିତ କରିବାର ଏକ ପ୍ଲାଟଫର୍ମ ପ୍ରଦାନ କରୁନାହିଁ, ବରଂ ଜୀବନ ବୀମା କ୍ଷେତ୍ରର ଅଭିବୃଦ୍ଧି ପାଇଁ ଅବଦାନ ଦେବାର ଏକ ବଡ଼ ସୁଯୋଗ ମଧ୍ୟ ପ୍ରଦାନ କରୁଛି।
ଏହି ପ୍ରୟାସର ଅଂଶ ଭାବେ, ଏସବିଆଇ ଲାଇଫ୍ ପକ୍ଷରୁ ୨୦୨୫ ଜୁଲାଇ ୨୫ରେ ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଂଟ୍, ଭୁବନେଶ୍ୱରରେ ଏକ କ୍ୟାମ୍ପସ୍ ସମ୍ପୃକ୍ତି ଅଭିଯାନ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଏନଏମଆଇଏମଏସ ମୁମ୍ବାଇ, ଆଇଆଇଏମ କୋଜିକୋଡ଼, ଆଇଆଇଏମ ଲକ୍ଷ୍ନୌ ଭଳି ଭାରତର ଅନ୍ୟ ପ୍ରତିଷ୍ଠିତ ବି-ସ୍କୁଲଗୁଡ଼ିକୁ ସାମିଲ କରିବ। ଏହି ଅଭିଯାନରେ ଏସବିଆଇ ଲାଇଫ୍ ଇନସ୍ୟୁରାନ୍ସର ଉପ ମୁଖ୍ୟ ପରିଚାଳନା ଅଧିକାରୀ-ଅନବୋର୍ଡିଂ ଓ କ୍ଲେମ୍ସ ଶ୍ରୀ ବିଶ୍ୱରଞ୍ଜନ ସାବତ ଏବଂ ବ୍ରାଣ୍ଡ୍, କର୍ପୋରେଟ୍ ଯୋଗାଯୋଗ ଓ ସିଏସ୍ଆର୍ ମୁଖ୍ୟ ଶ୍ରୀ ରବିନ୍ଦ୍ର ଶର୍ମା ଛାତ୍ରଛାତ୍ରୀଙ୍କ ସହିତ ସିଧାସଳଖ ଆଲୋଚନା କରି ସହଯୋଗିତାକୁ ଉତ୍ସାହିତ କରିଥିଲେ। ଏହି ସମ୍ପୃକ୍ତି ମାଧ୍ୟମରେ କମ୍ପାନି କଲେଜ୍ ସ୍ତରରେ ନବସୃଜନକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ କାର୍ଯ୍ୟ କରୁଛି ଯାହା ଭବିଷ୍ୟତରେ ବୀମା ଶିଳ୍ପକୁ ଆକୃତି ଦେବା ଏବଂ ଦେଶର ବ୍ୟାପକ ଆର୍ôଥକ ଅର୍ନ୍ତର୍ଭୁକ୍ତୀକରଣ ଲକ୍ଷ୍ୟକୁ ସମର୍ଥନ କରିବା ସହିତ ଯୋଗଦାନ ଦେଇପାରିବ।
ଏହି ଅଭିଯାନ ବିଷୟରେ ନିଜର ମତାମତ ସ୍ୱରୂପ ଏସବିଆଇ ଲାଇଫ୍ ଇନସ୍ୟୁରାନ୍ସର ବ୍ରାଣ୍ଡ, କର୍ପୋରେଟ୍ ଯୋଗାଯୋଗ ଏବଂ ସିଏସ୍ଆର୍ ମୁଖ୍ୟ ଶ୍ରୀ ରବିନ୍ଦ୍ର ଶର୍ମା କହିଛନ୍ତି ଯେ, “ଏସବିଆଇ ଲାଇଫ୍ରେ ଆମେ ସର୍ବଦା ବିଶ୍ୱାସ କରୁ ଯେ ଅର୍ଥପୂର୍ଣ୍ଣ ପରିବର୍ତନ ସହଯୋଗ ଏବଂ ନବୀନ ଚିନ୍ତାଧାରାରୁ ଆସିଥାଏ। ଆଇଡିଏସନ୍ଏକ୍ସ ଏହି ବିଶ୍ୱାସର ଏକ ପ୍ରତିଫଳନ। ଏହା ଏକ ପ୍ଲାଟଫର୍ମ ଯେଉଁଠାରେ ଭାରତର ଶୀର୍ଷ ବି-ସ୍କୁଲର ଛାତ୍ରଛାତ୍ରୀମାନେ ଜୀବନ ବୀମା କ୍ଷେତ୍ରରେ ବାସ୍ତବ ସମସ୍ୟାଗୁଡ଼ିକର ବ୍ୟବହାରିକ ସମାଧାନ ପାଇଁ ଏକତ୍ର କାମ କରନ୍ତି। ଆଇଡିଏସନ୍ଏକ୍ସ ୨.୦ ମାଧ୍ୟମରେ ଆମେ ଦେଶର ୧୦୦ଟି ଶୀର୍ଷ ବି-ସ୍କୁଲକୁ ସାମିଲ କରିବୁ। ଆମେ ଏବେ୨୫,୦୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସାମିଲ କରୁଛୁ ଯେଉଁମାନେ ନୂତନ ଧାରଣା ନେଇ ଆସିବେ ସହ ବୀମାକୁ ଭବିଷ୍ୟତ-ପ୍ରସ୍ତୁତ ଏବଂ ଅଧିକ ସୁଲଭ କରିବା ପାଇଁ ପୁନର୍ବିଚାର କରିବେ।
“ବ୍ୟବସାୟିକ ସଂଖ୍ୟାରେ ବାର୍ଷିକ ବୃଦ୍ଧି ସତ୍ୱେ ଭାରତର ମୋଟ ବୀମା ସାନ୍ଧ୍ରତା ହାର ୪%ରୁ କମ୍ ଅଛି। ଦେଶରେ ବୀମା ହାର ବୃଦ୍ଧି କରିବା ପାଇଁ ଆମର ପ୍ରୟାସରେ ଏସବିଆଇ ଲାଇଫ ବିଶ୍ୱାସ କରୁଛି ଯେ ପ୍ରଯୁକ୍ତି, ଏଆଇ ଏବଂ ନବସୃଜନ ବୃଦ୍ଧିର ମୁଖ୍ୟ କାରକ ହେବ। ମାତ୍ର ଆଇଡିଏସନଏକ୍ସ ପ୍ରୟାସ ମାଧ୍ୟମରେ ଆମର ଧ୍ୟାନ ଭବିଷ୍ୟତର ବ୍ୟବସାୟିକ ଲିଡରଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ବ୍ୟାପକ ସମାଧାନ ସୃଷ୍ଟି କରିବା ଉପରେ ରହିଛି।’’
ଯୁବ ପେସାଦାରମାନଙ୍କୁ ବାସ୍ତବ ପ୍ରତିଯୋଗିତା ସହିତ ଯୋଗଦେବା ଏବଂ ବୀମା ବର୍ଗର ବୃଦ୍ଧିରେ ସିଧାସଳଖ ଅବଦାନ କରିବାର ସୁଯୋଗ ସୃଷ୍ଟି କରି ଏସବିଆଇ ଲାଇଫ୍ ଏକ ପ୍ରଭାବଶାଳୀ ଜନସଂଖ୍ୟା ମଧ୍ୟରେ ସଚେତନତା, ବିଚାର ଏବଂ ଭବିଷ୍ୟତ ବ୍ରାଣ୍ଡ୍ ଆତ୍ମିୟତା ବୃଦ୍ଧି କରୁଛି। ଏହି ପ୍ରୟାସ ଏକ କୌଶଳଗତ ପଦକ୍ଷେପ ଯାହା ଯୁବ ଗ୍ରାହକଙ୍କ ସହିତ ଗଭୀର ସାମ୍ପ୍ରତିକ ଏବଂ ଦୀର୍ଘମିଆଦୀ ବିଶ୍ୱାସ ଗଠନ କରିବା ଲକ୍ଷ୍ୟରେ କାର୍ଯ୍ୟ କରୁଛି ଯେଉଁମାନେ ନିଜ ଆର୍ôଥକ ଯାତ୍ରା ଆରମ୍ଭ କରୁଛନ୍ତି ଏବଂ ଦେଶର ଆର୍ôଥକ ଭବିଷ୍ୟତକୁ ଆକୃତି ଦେଉଛନ୍ତି।
Comments are closed.