ଏସ୍‌ବିଆଇ ଲାଇଫ ଇନସ୍ୟୁରାନ୍ସ ପକ୍ଷରୁ ଜୁନ ତ୍ରୈମାସିକରେ ୭,୦୩୩ କୋଟି ଟଙ୍କାର ନୂଆ ବ୍ୟବସାୟ ପ୍ରିମିୟମ ହାସଲ


ଭୁବନେଶ୍ୱର: ଦେଶର ଅନ୍ୟତମ ଅଗ୍ରଣୀ ଜୀବନ ବୀମା କମ୍ପାନି ଏସବିଆଇ ଲାଇଫ ଇନସ୍ୟୁରାନ୍ସ ୨୦୨୪ ଜୁନ୍ ୩୦ରେ ଶେଷ ହୋଇଥିବା ଅବଧିରେ ୭,୦୩୩ କୋଟି ଟଙ୍କାର ନୂତନ ବ୍ୟବସାୟ ପ୍ରିମିୟମ୍ ହାସଲ କରିଛି । ୨୦୨୩ ଜୁନ୍ ୩୦ରେ ଶେଷ ହୋଇଥିବା ଅବଧିରେ ତାହା ୬,୨୦୭ କୋଟି ଟଙ୍କା ଥିଲା । ୨୦୨୩ ୩୦ ଜୁନରେ ଶେଷ ହୋଇଥିବା ସମାନ ଅବଧି ତୁଳନାରେ ନିୟମିତ ପ୍ରିମିୟମ୍ ୧୯% ବୃଦ୍ଧି ପାଇଛି ।
ଏସବିଆଇ ଲାଇଫର ସୁରକ୍ଷା ନୂତନ ବ୍ୟବସାୟ ପ୍ରିମିୟମ୍ ୨୦୨୪, ଜୁନ ୩୦ରେ ଶେଷ ହୋଇଥିବା ଅବଧିରେ ୭୨୦ କୋଟି ଟଙ୍କା ରହିଛି । ୨୦୨୪ ଜୁନ୍ ୩୦ରେ ଶେଷ ହୋଇଥିବା ଅବଧି ପାଇଁ ସୁରକ୍ଷା ବ୍ୟକ୍ତିଗତ ନୂତନ ବ୍ୟବସାୟ ପ୍ରିମିୟମ୍ ୧୫୦ କୋଟି ଟଙ୍କା ରହିଛି । ବ୍ୟକ୍ତିଗତ ନୂତନ ବ୍ୟବସାୟ ପ୍ରିମିୟମ ୪,୭୪୯ କୋଟି ଟଙ୍କା ରେ ପହଞ୍ଚିଛି ଯାହା ଗତବର୍ଷର ସମାନ ଅବଧି ତୁଳନାରେ ୧୭% ଅଧିକ । ୨୦୨୪, ଜୁନ୍ ୩୦ରେ ଶେଷ ହୋଇଥିବା ଅବଧିରେ ଏସବିଆଇ ଲାଇଫର ଟିକସ ପରେ ଲାଭ ୫୨୦ କୋଟି ଟଙ୍କା ରହିଛି ।
ନିୟାମକ ଆବଶ୍ୟକତା ୧.୫୦ ଥିବା ବେଳେ ୨୦୨୪, ଜୁନ୍ ୩୦ ସୁଦ୍ଧା କଂପାନିର ସଲଭେନ୍ସି ଅନୁପାତ ୨.୦୧ରେ ସ୍ଥିର ରହିଛି ।
ଏସବିଆଇ ଲାଇଫର ପରିଚାଳନା ଅଧୀନ ସଂପତି (ଏୟୁଏମ) ମଧ୍ୟ ୨୬% ବୃଦ୍ଧି ପାଇ ଜୁନ୍ ୩୦ ସୁଦ୍ଧା ୪,୧୪,୭୭୨ କୋଟି ଟଙ୍କାରେ ପହଞ୍ଚିଛି । ୨୦୨୩ ଜୁନ୍ ୩୦ ସୁଦ୍ଧା ତାହା ୩,୨୮,୨୮୩ କୋଟି, ଥିଲା । ଋଣ ନିବେଶର ୯୫% ରୁ ଅଧିକ ଏଏଏ ଏବଂ ସାର୍ବଭୌମ ଉପକରଣରେ ରହିଛି ।
କଂପାନିର ୩,୨୭,୦୩୮ ପ୍ରଶିକ୍ଷିତ ବୀମା ପେସାଦାରଙ୍କ ବିବିଧ ବିତରଣ ନେଟୱାର୍କ ରହିଛି ଏବଂ ସମଗ୍ର ଦେଶରେ ୧,୦୬୨ଟି କାର୍ଯ୍ୟାଳୟ ରହିଛି ଯେଉଁଥିରେ ଦୃଢ଼ ବ୍ୟାଙ୍କାସ୍ୟୁରାନ୍ସ ଚ୍ୟାନେଲ୍‌, ଏଜେନ୍ସି ଚ୍ୟାନେଲ୍ ଏବଂ କର୍ପୋରେଟ୍ ଏଜେଣ୍ଟ, ବ୍ରୋକର, ପଏଣ୍ଟ ଅଫ୍ ସେଲ୍ ପର୍ସନ (ପିଓଏସ୍‌), ବୀମା ମାର୍କେଟିଂ ଫାର୍ମ, ୱେବ୍ ଏଗ୍ରିଗେଟର୍ ଏବଂ ପ୍ରତ୍ୟକ୍ଷ ବ୍ୟବସାୟ ରହିଛି ।
ନୂଆ ବ୍ୟବସାୟ ପ୍ରିମିୟମ ୧୩ ପ୍ରତିଶତ ଅଭିବୃଦ୍ଧି ସହ ୭୦୩୩ କୋଟି ଟଙ୍କା ହୋଇଥିବା ବେଳେ ବଜାର ଅଂଶ ୨୧.୮ ପ୍ରତିଶତ ରହିଛି । ବ୍ୟାଙ୍କିଂଗତ ଏନବିପିରେ ଘରୋଇ ବଜାର ନେତୃତ୍ୱ ଥିବା ବେଳେ ୧୭ ପ୍ରତିଶତ ବୃଦ୍ଧି ସହ ତାହା ୪,୭୪୯ କୋଟି ଟଙ୍କା ରହିଛି । ଏକ୍ଷେତ୍ରରେ ବଜାର ଅଂଶ ୨୫.୯ ପ୍ରତିଶତ ରହିଛି । ଏଜେନ୍ସି ଚ୍ୟାନେଲରୁ ବାର୍ଷିକ ପ୍ରିମିୟମ ୪୫ ପ୍ରତିଶତ ବୃଦ୍ଧି ସହ ୧,୦୯୨ କୋଟି ଟଙ୍କା ରହିଛି । ନୂଆ ବ୍ୟବସାୟର ମୂଲ୍ୟ ୧୨ ପ୍ରତିଶତ ବୃଦ୍ଧି ସହ ୯୭୪ କୋଟି ଟଙ୍କା ରହିଛି ।


Share It

Comments are closed.