ଏସ୍ବିଆଇ ଲାଇଫ୍ ପକ୍ଷରୁ ଡବ୍ଲୁଓଏସ୍ସିଏ ସହଯୋଗିତାରେ ଶିଶୁ ଦିବସ ପାଳିତ; ନୂଆ ଡିଜିଟାଲ୍ ଭିଡିଓ ଉନ୍ମୋଚିତ
ଭୁବନେଶ୍ୱର: ଦେଶର ଅନ୍ୟତମ ବିଶ୍ୱାସଯୋଗ୍ୟ ଘରୋଇ ଜୀବନ ବୀମା କମ୍ପାନି ଏସ୍ବିଆଇ ଲାଇଫ୍ ଇନ୍ସ୍ୟୁରାନ୍ସ ପକ୍ଷରୁ ଅର୍ଥପୂର୍ଣ୍ଣ ଢଙ୍ଗରେ ଶିଶୁ ଦିବସ ପାଳନ କରାଯାଇଥିବା ବେଳେ ପ୍ରେରଣାଦାୟୀ ଭିଡିଓ “ଲିପି କି ଦୁନିଆ’ ଉନ୍ମୋଚନ କରାଯାଇଛି। ସେଥିରେ ଯୁବପିଢ଼ି, ସ୍ୱପ୍ନ ଓ ଶିକ୍ଷାର ରୂପାନ୍ତରୀତ ଶକ୍ତିକୁ ଉପସ୍ଥାପନ କରାଯାଇଛି। ଓଡ଼ିଶାର କେନ୍ଦୁଝର ଜିଲ୍ଲାର ଏନ୍ଜିଓ ଓମେନ୍ସ ଅର୍ଗାନାଇଜେସନ୍ ଫର ସୋସିଓ-କଲଚରାଲ୍ ଆୱାରନେସ୍ (ଡବ୍ଲୁଓଏସ୍ସିଏ) ସହ ସହଯୋଗିତାରେ ଯୁବପିଢ଼ିଙ୍କ ଶିକ୍ଷାକୁ ସମର୍ଥନ କରିବା ଓ ସେମାନଙ୍କ ସମ୍ଭାବନାକୁ ସମୃଦ୍ଧ କରିବାର ପ୍ରତିବଦ୍ଧତାକୁ କମ୍ପାନି ଜାରି ରଖିଛି। କମ୍ପାନିର ବ୍ରାଣ୍ଡ୍ ଦର୍ଶନ “ଅପ୍ନେ ଲିୟେ, ଅପ୍ନୋ କେ ଲିୟେ’ ଅନୁସାରେ ପ୍ରସ୍ତୁତ ହୋଇଥିବା ଏହି ଡିଜିଟାଲ୍ ଭିଡିଓ ଯୁବବର୍ଗଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଓ ଅଭିଳାଷ ପୂରଣ ଲାଗି ସେମାନଙ୍କୁ ସଶକ୍ତ କରିବାରେ ଏସ୍ବିଆଇ ଲାଇଫ୍ର ପ୍ରତିବଦ୍ଧତାକୁ ଦୋହରାଉଛି।
ଏହି ନୂଆ ଡିଜିଟାଲ୍ ଭିଡିଓରେ କେନ୍ଦୁଝରର ୧୨ ବର୍ଷୀୟ ବାଳିକା ଲିପିଙ୍କ ଅଭିଳାଷପୂର୍ଣ୍ଣ ଯାତ୍ରା ଓ ସ୍ୱପ୍ନ ପୂରଣ କରିବା ଲାଗି ତାଙ୍କ ଅତୁଟ ନିଷ୍ଠା ଉପରେ ଗୁରୁତ୍ୱାରୋପ କରାଯାଇଛି। ନିର୍ମାଣ ସ୍ଥଳରେ ନିରବଚ୍ଛିନ୍ନ କାମ କରୁଥିବା ବେଳେ ତାଙ୍କ ଗୁଣାତ୍ମକ ଶିକ୍ଷାକୁ ସୁନିଶ୍ଚିତ କରୁଥିବା ନିଜ ପିତାମାତାଙ୍କ ପ୍ରତି ତାର ଗଭୀର ନିଷ୍ଠା ରହିଛି। ଆହ୍ୱାନ ସତ୍ୱେ ସ୍କୁଲ ପାଠପଢ଼ା ପ୍ରତି ସେ ପ୍ରତିବଦ୍ଧ ରହିଛି। ନିଜ ପିତାମାତାଙ୍କ ଲମ୍ବା ସମୟ କାମକୁ ସହଜ କରିବା ଲାଗି ଯେତେବେଳେ ଲିପି ଏକ ମିନି ଫ୍ୟାନ୍ ପ୍ରସ୍ତୁତ କରନ୍ତି ତାହା କାହାଣୀରେ ରୋମାଂଚ ଭରିଦିଏ। ଶିକ୍ଷା ଓ ପରିବାର ସମ୍ପର୍କ କିଭଳି ଆହ୍ୱାନ ଅତିକ୍ରମ କରିବାରେ ସହାୟକ ହୁଏ ତାହା ଏଥିରେ ପ୍ରଦର୍ଶିତ କରାଯାଇଛି।
ଏସବିଆଇ ଲାଇଫର ବ୍ରାଣ୍ଡ, କର୍ପୋରେଟ୍ କମ୍ୟୁନିକେସନ ଏବଂ ସିଏସଆର ମୁଖ୍ୟ ରବୀନ୍ଦ୍ର ଶର୍ମା କହିଛନ୍ତି ଯେ, “ଏହି ଶିଶୁ ଦିବସରେ ଆମେ ସାରା ଦେଶର ଯବପିଢ଼ିଙ୍କ ସ୍ୱପ୍ନ ଏବଂ ସ୍ଥିରତାକୁ ପାଳନ କରୁଛୁ ଏବଂ ଏପରି ଏକ ପରିବେଶ ସୃଷ୍ଟି କରିବା ପାଇଁ ଆମର ପ୍ରତିବଦ୍ଧତାକୁ ଦୋହରାଇଛୁ ଯେଉଁଠାରେ ପ୍ରତ୍ୟେକ ପିଲାଙ୍କର ବିକାଶ ପାଇଁ ସୁଯୋଗ ଅଛି ଏବଂ ଏକ ଉଜ୍ଜ୍ୱଳ ଭବିଷ୍ୟତକୁ ଅନୁସରଣ କରିବା ପାଇଁ ସେମାନେ ସଶକ୍ତ ହେବେ। ଡିଜିଟାଲ ଭିଡିଓ “ଲିପି କି ଦୁନିଆ’ ଜରିଆରେ ଆମେ ଦୈନନ୍ଦିନ ଜୀବନର ସୌନ୍ଦର୍ଯ୍ୟ ଉପରେ ଆଲୋକପାତ କରିବାକୁ ଲକ୍ଷ୍ୟ ରଖିଛୁ ଯାହା ଯୁବପିଢ଼ିଙ୍କ ସ୍ୱପ୍ନକୁ ପ୍ରେରଣା ଦେଇଥାଏ ଏବଂ ସେହି ସ୍ୱପ୍ନକୁ ପୂରଣ କରିବାରେ ପାରିବାରିକ ସମର୍ଥନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି ଅଭିଯାନ ଆମର ବ୍ରାଣ୍ଡ ଉଦ୍ଦେଶ୍ୟ ସହିତ ଗଭୀର ଭାବରେ ପ୍ରତିଫଳିତ ହୋଇଛି। ତାହା ହେଉଛି ବ୍ୟକ୍ତିମାନେ ନିଜ ପାଇଁ ଏବଂ ସେମାନଙ୍କ ପ୍ରିୟଜନଙ୍କ ପାଇଁ ଉଜ୍ଜ୍ୱଳ ଭବିଷ୍ୟତ ସୃଷ୍ଟି କରି ସେମାନଙ୍କ ଆକାଂକ୍ଷା ପୂରଣ କରିବା ପାଇଁ ସଶକ୍ତ କରିବା। ଲିପିିଙ୍କ କାହାଣୀ ଉପରେ ଆଲୋକପାତ କରି ଆମେ ସମଗ୍ର ସମ୍ପ୍ରଦାୟକୁ ପ୍ରେରଣା ଯୋଗାଇବୁ ଏବଂ ଶିକ୍ଷା, କରୁଣା ଏବଂ ଆତ୍ମବିଶ୍ୱାସର ପରିବର୍ତନଶୀଳ ଶକ୍ତିକୁ ଚିହ୍ନିବାକୁ ଆଶା କରୁଛୁ।’’
ସେ କହିଛନ୍ତି ଯେ, “କେନ୍ଦୁଝରର ଡବ୍ଲୁଓଏସସିଏ ଏନଜିଓ ସହ ଆମର ସହଯୋଗ ଅବହେଳିତ ଅଂଚଳରେ ଯୁବକମାନଙ୍କୁ ସଶକ୍ତ କରିବା, ଆହ୍ୱାନକୁ ମୁକାବିଲା କରିବା ଏବଂ ସେମାନଙ୍କ ଆକାଂକ୍ଷାକୁ ପୂରଣ କରିବା ପାଇଁ ଭିତିଭୂମି ପ୍ରଦାନ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଏଭଳି ପଦକ୍ଷେପ ମାଧ୍ୟମରେ ଏସ୍ବିଆଇ ଲାଇଫ୍ ପିଲା ଓ ପରିବାରକୁ ସେମାନଙ୍କ ସାମର୍ଥ୍ୟକୁ ଉପଲବ୍ଧ କରାଇବା ପାଇଁ ପ୍ରୟାସ କରୁଛି ।
ଡବ୍ଲୁଓଏସସିଏର ସମ୍ପାଦକ ଧରିତ୍ରୀ ରାଉତ କହିଛନ୍ତି ଯେ, “୨୦୦୦ ମସିହାରୁ ଡବ୍ଲୁଓଏସସିଏ ଶିଶୁ ଅଧିକାର ଓ ଗରିବ ଲୋକଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଉତ୍ସର୍ଗୀକୃତ ହୋଇଛି। ୨୦୨୨ରୁ ଏସବିଆଇ ଲାଇଫ ସହିତ ସହଯୋଗ ଏହି ପରିବାରମାନଙ୍କ ପାଇଁ ଆଶାର କିରଣ ହୋଇଛି। ସେମାନଙ୍କ ସହାୟତା ଗ୍ରାମୀଣ, ବଂଚିତ ପିଲାଙ୍କ ପାଖରେ ଗୁଣାତ୍ମକ ଶିକ୍ଷା ପହଂଚାଇଛି ଏବଂ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଆଶାର କିରଣ ପ୍ରଦାନ କରୁଛି। ଏହି ପରିବର୍ତନକାରୀ ଭାଗିଦାରୀ ଜୀବନକୁ ଉନ୍ନତ କରିଛି ଏବଂ ଏହି ପରିବାରଗୁଡ଼ିକରେ ନୂତନ ଆକାଂକ୍ଷା ସୃଷ୍ଟି କରିଛି।’’
Comments are closed.