ଏସବିଆଇ ଲାଇଫ ଓ ବିସିସିଆଇର ମିଳିତ ସ୍ତନ କର୍କଟ ସଚେତନତା ଅଭିଯାନ ‘ଥାଙ୍କସ-ଏ-ଡଟ’
ଭୁବନେଶ୍ୱର: ଦେଶର ଅନ୍ୟତମ ସବୁଠୁ ବିଶ୍ୱାସଯୋଗ୍ୟ ବୀମା କମ୍ପାନି ଏସବିଆଇ ଲାଇଫ ଇନସ୍ୟୁରାନ୍ସ ଓ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବିସିସିଆଇ) ମିଳିତ ଭାବେ ଥାଙ୍କସ ଏ ଡଟ ଅଭିଯାନ ଜରିଆରେ ସ୍ତନ କର୍କଟ ସଚେତନତା କାର୍ଯ୍ୟକ୍ରମକୁ ଅର୍ନ୍ତାଜୀତୟ ମଂଚରେ ଉପସ୍ଥାପନ କରିଛନ୍ତି। ଭାରତୀୟ ମହିଳା କ୍ରିକେଟ ଦଳ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ମ୍ୟାଚରେ ଥାଙ୍କସ ଏ ଡଟ ଲୋଗୋ ଥିବା ଗୋଲାପୀ ରଙ୍ଗର ଜର୍ସି ପିନ୍ଧି ଖେଳିଥିଲେ। ମହିଳାଙ୍କ ସ୍ୱାସ୍ଥ୍ୟ ଉପରେ ଆଲୋକପାତ କରିବା, କଥାବାର୍ତା ଆରମ୍ଭ କରିବା ଏବଂ ସ୍ତନ କର୍କ ବିରୋଧ ଲଢ଼େଇରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବା ପାଇଁ କ୍ରୀଡ଼ା କିଭଳି ଏକ ଶକ୍ତି ହୋଇପାରିବ ତାହା ଏହି ଅଭିଯାନ ଦର୍ଶାଉଛି।
ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଆୟୋଜିତ ସମାରୋହରେ ଏସବିଆଇ ଲାଇଫର ସଭାପତି ଓ ସିଡିଓ ଶ୍ରୀ ଏମ ଆନନ୍ଦ, ସମେତ ଏସବିଆଇ ଲାଇଫର ବ୍ରାଣ୍ଡ, କର୍ପୋରେଟ ଯୋଗାଯୋଗ ଓ ସିଏସଆର ମୁଖ୍ୟ ଶ୍ରୀ ରବିନ୍ଦ୍ର ଶର୍ମା ଓ ଅଭିନେତ୍ରୀ ତଥା ସ୍ତନ କର୍କଟରୁ ଆରୋଗ୍ୟ ଲାଭ କରିଥିବା ଶ୍ରୀ ମହିମା ଚୌଧୁରୀ ଙ୍କ ଉପସ୍ଥିତିରେ ଥାଙ୍କସ ଏ ଡଟ ଗୋଲାପୀ ଜର୍ସିକୁ ଭାରତୀୟ ଟିମର ଅଧିନାୟିକା ହର୍ମନପ୍ରିତ କୌର, ଖେଳାଳୀ ପ୍ରତୀକ୍ଷା ରାୱାଲ ଓ ସ୍ନେହା ରାଣାଙ୍କୁ ହସ୍ତାନ୍ତର କରିଥିଲେ।
ଏହି ଅବସରରେ ଏସବିଆଇ ଲାଇଫ ଇନସ୍ୟୁରାନ୍ସର ସଭାପତି ଓ ମୁଖ୍ୟ ବଂଟନ ଅଧିକାରୀ ଶ୍ରୀ ଏମ ଆନନ୍ଦ କହିଛନ୍ତି ଯେ, “ଏସବିଆଇ ଲାଇଫରେ ଆମେ କେବଳ ଜୀବନ ନୁହେଁ ବରଂ ସ୍ୱପ୍ନ ଏବଂ ଆକାଂକ୍ଷାକୁ ମଧ୍ୟ ସୁରକ୍ଷା ଦେବାରେ ବିଶ୍ୱାସ କରୁ। ଥ୍ୟାଙ୍କସ-ଏ-ଡଟ୍ ହେଉଛି ସ୍ତନ କର୍କଟ ବିଷୟରେ ସଚେତନତା ବୃଦ୍ଧି କରିବା ଏବଂ ଜୀବନ ବଂଚାଇବା ସମ୍ବନ୍ଧୀୟ ଜ୍ଞାନ ଦ୍ୱାରା ମହିଳାଙ୍କୁ ସଶକ୍ତ କରିବା ପାଇଁ ଆମର ଏକ ପ୍ରୟାସ। ଆମକୁ ବିସିସିଆଇ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ସମର୍ଥନ ମିଳିବା ଏକ ସମ୍ମାନର ବିଷୟ। ସେମାନେ ଥ୍ୟାଙ୍କସ-ଏ-ଡଟ୍ ଗୋଲାପୀ ଜର୍ସି ପିନ୍ଧି ଏହି ମର୍ଯ୍ୟାଦାପୂର୍ଣ୍ଣ ଜାତୀୟ ପ୍ଲାଟଫର୍ମରେ ସ୍ତନ କର୍କଟ ସଚେତନତାକୁ ବ୍ୟାପକ ଭାବରେ ପ୍ରଚାର କରିଛନ୍ତି । ଆମେ ଆଶା କରୁଛୁ ଯେ ଏସବିଆଇ ଲାଇଫ୍ ଏବଂ ବିସିସିଆଇ ମିଶି ଭାରତ ଏବଂ ବାହାରେ ଲକ୍ଷ ଲକ୍ଷ ମହିଳାଙ୍କୁ ପ୍ରେରଣା ଦେଇ ସ୍ତନ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେବା ପାଇଁ କାର୍ଯ୍ୟ କରିବାରେ ସହାୟକ ହୋଇପାରିବେ।”
ଭାରତରେ ସ୍ତନ କର୍କଟ ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସମସ୍ୟା ହୋଇରହିଛି। ଅନେକ ମାମଲା ବହୁତ ବିଳମ୍ବରେ ଚିହ୍ନଟ ହୋଇଥାଏ ଯାହା ସଚେତନତା ଏବଂ ପ୍ରାରମ୍ଭିକ ଚିହ୍ନଟକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କରିଛି। ଏହି ଅଭିଯାନ ମାଧ୍ୟମରେ ଏସବିଆଇ ଲାଇଫ୍ ଲୋକମାନଙ୍କୁ ଆତ୍ମବିଶ୍ୱାସର ସହିତ ବଂଚିବା ପାଇଁ ସଶକ୍ତ କରିବା, ସେମାନଙ୍କ ଆକାଂକ୍ଷା ପୂରଣ କରିବା ସହିତ ନିଜ ପ୍ରିୟଜନଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ଆର୍ôଥକ ପ୍ରସ୍ତୁତି ନିଶ୍ଚିତ କରିବା ଲକ୍ଷ୍ୟ ରଖିଛି। ଏସବିଆଇ ଲାଇଫର ୨୫ ବର୍ଷ ପୂର୍ଣ୍ଣ ହେବା ଅବସରରେ ଆମେ ଚିନ୍ତାଧାରାରେ ଏକ ଅର୍ଥପୂର୍ଣ୍ଣ ପରିବର୍ତନ ଆଣିବା ଆଶା କରୁଛୁ। ତାହା ହେଉଛି ମହିଳା ଏବଂ ପରିବାରକୁ ଜ୍ଞାନ ପ୍ରଦାନ କରିବା, ସମୟୋଚିତ କାର୍ଯ୍ୟକଳାପକୁ ଉତ୍ସାହିତ କରିବା ଏବଂ ସ୍ତନ କର୍କଟ ବିଷୟରେ ଘରୋଇ ଆଳାପକୁ ସାଧାରଣ କରିବା। ପ୍ରାରମ୍ଭିକ ଚିହ୍ନଟକୁ ଆର୍ôଥକ ଯୋଜନା ସହିତ ସଂଯୋଗ କରି ଆମେ ସୂଚିତ ସକ୍ରିୟ ପସନ୍ଦ ଜୀବନ ବଂଚାଇ ପାରେ ଏବଂ ଆଶାର ସହିତ ଭବିଷ୍ୟତର ସମ୍ମୁଖୀନ ହେବାକୁ ଆତ୍ମବିଶ୍ୱାସକୁ ମଜଭୁତ କରିପାରିବ।’’
ଅଭିନେତ୍ରୀ ଏବଂ କର୍କଟରୁ ଆରୋଗ୍ୟ ଲାଭ କରିଥିବା ମହିମା ଚୌଧୁରୀ କହିଛନ୍ତି ଯେ, “ଏସବିଆଇ ଲାଇଫର ଥ୍ୟାଙ୍କ୍ସ ଏ ଡଟ୍ ଅଭିଯାନ ସହିତ ଜଡିତ ହେବା ମୋ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। କାରଣ ଏହା ଏକ ଶିକ୍ଷାମୂଳକ ଉପାୟରେ ସ୍ତନ କର୍କଟ ବିଷୟରେ ସଚେତନତା ବ୍ୟାପକ କରୁଛି। ନିଜେ ଏହି ସଂଗ୍ରାମ ଦେଇଆସିଛି, ମୁଁ ଜାଣେ ଯେ ପ୍ରାରମ୍ଭିକ ଚିହ୍ନଟ ହେଉଛି ଗୁରୁତ୍ୱପୂର୍ଣ୍ଣ ଏବଂ ହଗ୍ ଅଫ୍ ଲାଇଫ୍ ମହିଳାଙ୍କୁ ମାସିକ ଭାବରେ ସ୍ତନ ଆତ୍ମ ପରୀକ୍ଷା କରିବାକୁ ମନେ ପକାଉଛି।”
ଏସବିଆଇ ଲାଇଫର ସ୍ତନ କର୍କଟ ସଚେତନତା ଅଭିଯାନ, ଥ୍ୟାଙ୍କ୍ସ ଏ ଡଟ୍ ୨୦୧୯ରେ ଆରମ୍ଭ କରାଯାଇଥିଲା। ଏହାର ଉଦ୍ଦେଶ୍ୟ ଭାରତୀୟ ମହିଳାଙ୍କୁ ସ୍ତନ ଆତ୍ମ ପରୀକ୍ଷା, ପ୍ରାରମ୍ଭିକ ଚିହ୍ନଟ ଏବଂ ଆର୍ôଥକ ପ୍ରସ୍ତୁତିର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି, ପ୍ରଶିକ୍ଷଣ ଏବଂ ସ୍ମରଣ କରାଇବା। ପ୍ରାରମ୍ଭିକ ଚିହ୍ନଟକୁ ଉତ୍ସାହିତ କରିବା ମିଶନ ଜାରି ରଖି ଏସବିଆଇ ଲାଇଫର ଥ୍ୟାଙ୍କ୍ସ ଏ ଡଟ୍୨୦୨୩ ଅକ୍ଟୋବରରେ ପ୍ରୋଜେକ୍ଟ ହଗ୍ ଅଫ୍ ଲାଇଫ୍ ଆରମ୍ଭ କରିଥିଲା। ସେଥିରେ କର୍କଟ ପିଣ୍ଡ ସଦୃଶ ୩ଡି ପିଣ୍ଡଗୁଡିକୁ ସର୍ବତ୍ର ବ୍ୟବହୃତ ଗରମ ପାଣି ବ୍ୟାଗରେ ଖୋଦିତ କରାଯାଇଥିଲା, ଯାହାକି ମହିଳାମାନେ ଋତୁସ୍ରାବ ସମୟରେ ଯନ୍ତ୍ରଣା ନିମନ୍ତେ ବ୍ୟବହାର କରନ୍ତି। ତାହା ଏହାକୁ ଏକ ଅନନ୍ୟ ଉପକରଣରେ ପରିଣତ କରିଛି ଯାହା ମହିଳାଙ୍କୁ ନିୟମିତ ସ୍ତନ ଆତ୍ମ ପରୀକ୍ଷା କରିବାକୁ ପ୍ରଶିକ୍ଷିତ, ସ୍ମରଣ, ସଚେତନତା ବୃଦ୍ଧି ଏବଂ ଅର୍ଥପୂର୍ଣ୍ଣ ଆଚରଣଗତ ପରିବର୍ତନ ପାଇଁ ଉତ୍ସାହିତ କରୁଛି।
Comments are closed.