ଏସ୍‌ବିଆଇ ପକ୍ଷରୁ ୟୋନୋରେ ନୂଆ ସୁବିଧା ଓ ଏଟିଏମ୍ ଜରିଆରେ ଇଟଂରଅପରେବଲ୍ କାର୍ଡଲେସ୍ ନଗଦ ଉଠାଣ ସୁବିଧାର ଶୁଭାରମ୍ଭ


ଭୁବନେଶ୍ୱର: ଦେଶର ସର୍ବବୃହତ ବ୍ୟାଙ୍କ୍ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ପକ୍ଷରୁ ୬୮ତମ ବ୍ୟାଙ୍କ୍ ଦିବସ ପାଳନ ପରିପ୍ରେକ୍ଷୀରେ ଏହାର ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ଆପ୍ “ୟୋନୋ’ରେ କେତେକ ନୂତନ ସୁବିଧାର ଶୁଭାରମ୍ଭ କରାଯାଇଥିବା ବେଳେ ଇଟଂରଅପରେବଲ୍ କାର୍ଡଲେସ୍ ନଗଦ ଉଠାଣ (ଆଇସିସିଡବ୍ଲୁ) ସୁବିଧା ମଧ୍ୟ ଆରମ୍ଭ କରାଯାଇଛି ।
“ସବୁ ଭାରତୀୟଙ୍କ ପାଇଁ ୟୋନୋ” ସହିତ ବ୍ୟାଙ୍କର ଗ୍ରାହକମାନେ ଏବେ “ସ୍କାନ ଆଣ୍ଡ୍ ପେ’, ପେ ବାଏ କଂଟାକ୍ଟ, ଅର୍ଥରାଶି ପାଇଁ ଅନୁରୋଧ ଆଦି ସୁବିଧାକୁ ନୂଆ ୟୁନୋ ଆପ୍‌ରେ ପାଇପାରିବେ । ୟୋନୋ ଏକ ନୂଆ ଅବତାରରେ ଉପଲବ୍ଧ ହୋଇଛି । ପ୍ରତି ଭାରତୀୟ ନାଗରିକଙ୍କୁ ଅନ୍ତର୍ଭୁକ୍ତୀକରଣ ଓ ଗ୍ରାହକ କୈନ୍ଦ୍ରୀକ ଡିଜିଟାଲ୍ ସେବା ପ୍ରଦାନ କରିବା ଲାଗି ଏସ୍‌ବିଆଇର ରହିଥିବା ପ୍ରତିବଦ୍ଧତାକୁ ଏହା ପ୍ରତିଫଳିତ କରୁଛି ।
୨୦୧୭ରେ ଶୁଭାରମ୍ଭ ହେବା ସହ ୟୋନୋ ହେଉଛି ବ୍ୟାଙ୍କର ଡିଜିଟାଲ୍ ଚେହେରା ଯାହା ଦେଶର ସବୁଠୁ ବିଶ୍ୱସନୀୟ ମୋବାଇଲ ଆପ୍ ଭାବେ ଉଭା ହେବା ସହ ଏହାର ୬ କୋଟିରୁ ଅଧିକ ପଂଜୀକୃତ ଗ୍ରାହକ ରହିଛନ୍ତି । ୨୦୨୨-୨୩ ଆର୍ଥିକ ବର୍ଷରେ ୬୪% କିମ୍ବା ୭୮.୬୦ ଲକ୍ଷ ସଂଚୟ ଖାତା ୟୋନୋ ମାଧ୍ୟମରେ ସମ୍ପୂର୍ଣ୍ଣ ଡିଜିଟାଲ୍ ଭାବେ ଖୋଲାଯାଇଛି । ୟୋନୋର ଉନ୍ନତ ଭର୍ସନ ଗ୍ରାହକମାନଙ୍କୁ ଏକ ନୂଆ ୟୋନୋ ଯାତ୍ରାରେ ଆଗକୁ ବଢ଼ିବାରେ ସଶକ୍ତ କରି ସେମାନଙ୍କୁ ସର୍ବଦା ବୃଦ୍ଧି ପାଉଥିବା ଏସ୍‌ବିଆଇ ପରିବାରର ଅଂଶରେ ପରିଣତ କରିବ ।
ଇଟଂରଅପରେବଲ୍ କାର୍ଡଲେସ୍ ନଗଦ ଉଠାଣ ସୁବିଧା ସହିତ ଉଭୟ ଏସବିଆଇ ଓ ଅଣ-ଏସବିଆଇ ଗ୍ରାହକମାନେ ଆଇସିସିଡବ୍ଲୁ ସକ୍ଷମ ଥିବା ଯେକୌଣସି ବ୍ୟାଙ୍କର ଏଟିଏମ୍‌ରୁ “ୟୁପିଆଇ କ୍ୟୁଆର୍ କ୍ୟାସ୍‌’କୁ ବ୍ୟବହାର କରି ନିରବଚ୍ଛିନ୍ନ ଭାବେ ନଗଦ ଟଙ୍କା ଉଠାଇପାରିବେ । ଏଟିଏମ୍ ସ୍କ୍ରିନ୍‌ରେ ଥିବା କ୍ୟୁଆର୍ କୋଡ୍ ଜରିଆରେ ଏହି କାରବାର ସମ୍ପାଦିତ ହେବ । ଗ୍ରାହକମାନେ ସେମାନଙ୍କ ୟୁପିଆଇ ଆପ୍‌ରେ ଉପଲବ୍ଧ ଥିବା ସ୍କାନ୍ ଆଣ୍ଡ୍ ପେ’କୁ ବ୍ୟବହାର କରି ସୁବିଧାରେ ଟଙ୍କା ଉଠାଇପାରିବେ । ଏହା ଟଙ୍କା ଉଠାଣକୁ ସହଜ କରିବା ସହ ସୁରକ୍ଷିତ ମଧ୍ୟ କରିବ କାରଣ ଗ୍ରାହକମାନଙ୍କୁ ପିନ୍ କିମ୍ବା ପ୍ରତ୍ୟକ୍ଷ ଡେବିଟ୍ କାର୍ଡ ଦରକାର ପଡ଼ିବନି । ଗ୍ରାହକମାନେ ବ୍ୟବହାରକାରୀ ମିତବ୍ୟୟୀ ଓ ସୁରକ୍ଷିତ ଡିଜିଟାଲ୍ ମାଧ୍ୟମ ଜରିଆରେ ତୁରନ୍ତ ଟଙ୍କା ଉଠାଣର ସୁବିଧା ଉପଭୋଗ କରିପାରିବେ ।
ଏହି ଅବସରରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଅଧ୍ୟକ୍ଷ ଶ୍ରୀ ଦୀନେଶ ଖାରା କହିଛନ୍ତି ଯେ, “ଭାରତୀୟମାନଙ୍କୁ ଆର୍ଥିକ ସ୍ୱାଧୀନତା ଓ ସୁବିଧା ମାଧ୍ୟମରେ ସଶକ୍ତ କରିବା ପାଇଁ ଉନ୍ନତ ଡିଜିଟାଲ୍ ବ୍ୟାଙ୍କିଂ ସମାଧାନ ପ୍ରଦାନ କରିବାକୁ ଏସ୍‌ବିଆଇ ପ୍ରତିବଦ୍ଧ ରହିଛି । ଗ୍ରାହକମାନଙ୍କୁ ନିରବଚ୍ଛିନ୍ନ ଓ ସୁଖଦ ଡିଜିଟାଲ୍ ଅନୁଭୂତି ପ୍ରଦାନ କରିବା ଲାଗି ୟୋନୋ ଆପ୍‌ରେ ପରିବର୍ତନ କରାଯାଇଛି । ପ୍ରତି ଭାରତୀୟଙ୍କ ପାଇଁ ୟୋନୋ ମିସନକୁ ବାସ୍ତବରେ ପରିଣତ କରିବାରେ ଏହା ଆମକୁ ଆହୁରି ସହାୟକ ହେବ ।’’


Share It

Comments are closed.