ଗ୍ରାହକଙ୍କୁ ଏସବିଆଇର ଝଟକା: ମହଙ୍ଗା ହେଲା ହୋମ ଲୋନ, ଜାଣନ୍ତୁ କେତେ ରହିଛି ସୁଧ ହାର


ଦେଶର ସର୍ବବୃହତ ରାଷ୍ଟ୍ରାୟତ୍ତ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ସାଧାରଣ ଲୋକଙ୍କୁ ଏକ ବଡ଼ ଝଟକା ଦେଇଛି। ଏପ୍ରିଲ୍ ୧, ୨୦୨୧ ଠାରୁ, ଗୃହ ଋଣ ଉପରେ ସର୍ବନିମ୍ନ ସୁଧ ବୃଦ୍ଧି ପାଇଛି | ଏସବିଆଇ ୱେବସାଇଟ୍ ଅନୁଯାୟୀ, ଗ୍ରାହକଙ୍କ ପାଇଁ ଗୃହ ଋଣର ସର୍ବନିମ୍ନ ହାର ଏହି ମାସଠାରୁ ୬.୯୫ ପ୍ରତିଶତ ହୋଇଯାଇଛି। ଗତ ମାସ ସୁଦ୍ଧା ଏହା ୬.୭୦ ପ୍ରତିଶତ ଥିଲା। ଏହାର ଅର୍ଥ ହେଉଛି ଏହାକୁ ୨୫ ଆଧାର ପଏଣ୍ଟ କିମ୍ବା ୦.୨୫ ପ୍ରତିଶତ ବୃଦ୍ଧି କରାଯାଇଛି | ୧୦୦ ଆଧାର ପଏଣ୍ଟ ଅର୍ଥ ହେଉଛି ଏକ ପ୍ରତିଶତ |

ସୀମିତ ଅବଧି ପାଇଁ ୭୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଘର ଋଣ ୬.୭୦ ସୁଧରେ ଦେବାକୁ ଏସବିଆଇ ଘୋଷଣା କରିଥିଲା। ୭୫ ଲକ୍ଷରୁ ୫ କୋଟି ଟଙ୍କା ଉପରେ ସୁଧ ହାର ୬.୭୫ ପ୍ରତିଶତ ଥିଲା। ଏସବିଆଇ ଘର ଋଣରେ ସୁଧ ବଢ଼ାଇଥିବା ବେଳେ ଏପ୍ରିଲ୍‌ ପହିଲାରୁ ଏହା ଲାଗୁ ହୋଇଯାଇଛି। ଏସ୍‌ବିଆଇ ସୁଧ ବଢ଼ାଇବା ପରେ ଅନ୍ୟାନ୍ୟ ବ୍ୟାଙ୍କ ମଧ୍ୟ ଏହା ବଢ଼ାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଏହା ବ୍ୟତୀତ ଗୃହ ଋଣ ଉପରେ ଅତିରିକ୍ତ ପ୍ରୋସେସିଂ ଚାର୍ଜ ଲଗାଇଛି ଏସବିଆଇ। ଋଣ ରାଶିର ୦.୪୦ ପ୍ରତିଶତ ହେବ ପ୍ରୋସେସିଂ ଚାର୍ଜ। ପ୍ରକ୍ରିୟାକରଣ ଶୁଳ୍କ ବାବଦକୁ ସର୍ବନିମ୍ନ ୧୦ ହଜାର ଏବଂ ସର୍ବାଧିକ ୩୦ ହଜାର ଟଙ୍କା ଆଦାୟ କରାଯିବ। ତେବେ ବ୍ୟାଙ୍କ ପକ୍ଷରୁ ୩୧ ମାର୍ଚ୍ଚ ଯାଏ ପ୍ରୋସେସିଂ ଶୁଳ୍କ ଛାଡ଼ କରିବାକୁ କୁହାଯାଇଥିଲା।


Share It

Comments are closed.