ଏସବିଆଇ ଜେନୋରାଲ ଇନ୍ସ୍ୟୁରାନ୍ସ ପକ୍ଷରୁ ଫ୍ଲେକ୍ସି ଗୃହ ବୀମାର ଶୁଭାରମ୍ଭ
ଭୁବନେଶ୍ୱର: ଭାରତର ଅଗ୍ରଣୀ ସାଧାରଣ ବୀମା କମ୍ପାନି ଏସବିଆଇ ଜେନେରାଲ୍ ଇନ୍ସ୍ୟୁରାନ୍ସ ପକ୍ଷରୁ ଏସ୍ବିଆଇ ଜେନେରାଲ୍ ଫ୍ଲେକ୍ସି ଗୃହ ବୀମାର ଶୁଭାରମ୍ଭ କରାଯାଇଛି। ଏହା ହେଉଛି ଏକ ବ୍ୟାପକ ଓ ବିକଳ୍ପ ଯୁକ୍ତ ବୀମା ପଲିସି ଯାହାକୁ ମାଲିକାନାରେ ଥିବା ଗୃହ, ଭଡ଼ା ସଂପତି ଓ ହାଉସିଂ ସୋସାଇଟି ଭଳି ବିବିଧ ଆବାସିକ ଆବଶ୍ୟକତା ପୂରଣ କରିବା ଲାଗି ଆର୍ଥିକ ସ୍ୱାଧୀନତା ପ୍ରଦାନ କରିବାକୁ ପ୍ରସ୍ତୁତ କରାଯାଇଛି।
ଏସବିଆଇ ଜେନେରାଲ୍ ଫ୍ଲେକ୍ସି ଗୃହ ବୀମା ବ୍ୟାପକ ନମନୀୟତା ପ୍ରଦାନ କରୁଛି ଓ ଏହା ଗ୍ରାହକମାନଙ୍କୁ ନିଜ ଆବଶ୍ୟକତା ଅନୁସାରେ ସୁହାଇବା ଭଳି ଗୃହ ବୀମା ପ୍ରସ୍ତୁତ କରିବାର ଅନୁମତି ଦେଉଛି। ଏହି ଉତ୍ପାଦର ସ୍ୱତନ୍ତ୍ର ବୈଶିଷ୍ଟ୍ୟ ହେଉଛି ଏହା ଗ୍ରାହକମାନଙ୍କୁ ବାଧ୍ୟତାମୂଳକ ଭାବେ “ଫାୟାର ଓନ୍ଲି” ବୀମା ସୁବିଧା ପ୍ରଦାନ କରାଯାଉଛି ଏବଂ ଏହା ସହିତ ଅନେକ ପ୍ରକାର ସୁବିଧାସୁଯୋଗ ଓ ଆଡ୍-ଅନ୍ ରହିଛି ଯାହା ପ୍ରତିଟି ଘର ମାଲିକଙ୍କ ବ୍ୟକ୍ତିଗତ ସୁରକ୍ଷା ସୁନିଶ୍ଚିତ କରୁଛି। ଏହି ଆଡ୍ ଅନ୍ଗୁଡ଼ିକ ମଧ୍ୟରେ ରହିିଛି ମୂଲ୍ୟବାନ ସାମଗ୍ରୀଗଗୁଡ଼ିକର ସୁରକ୍ଷା, ବିକଳ୍ପ ରହଣୀ ଖର୍ଚ୍ଚ, ଡକାୟତିରୁ ସୁରକ୍ଷା ଓ ବିଭିନ୍ନ ବିକଳ୍ପ ବୀମା ଉପରେ ରିହାତି ପ୍ରଦାନ କରୁଛି।
ଏହି ଉତ୍ପାଦ ଗୃହ ଢାଂଚା, ବିଷୟ ଓ ଅତିରିକ୍ତ ରିକ୍ସ ପାଇଁ ବ୍ୟାପକ ସୁରକ୍ଷା ପ୍ରଦାନ କରୁଛି। ସଂପତି ଭଙ୍ଗାରୁଜା, ପ୍ରାକୃତିକ ବିପର୍ଯ୍ୟୟ, ଅଗ୍ନିକାଣ୍ଡ ଓ ଚୋରି ଡକାୟତି ବିରୋଧରେ ସୁରକ୍ଷା ପ୍ରଦାନ କରାଯିବ। ଅନ୍ୟାନ୍ୟ ଯେକୌଣସି ଅଭାବନୀୟ ସ୍ଥିତିରେ ଏହା ସୁରକ୍ଷା ପ୍ରଦାନ କରୁଛି ଯାହା ଘର ମାଲିକ ଓ ଭଡ଼ାରେ ରହୁଥିବା ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବ। ଦୀର୍ଘକାଳୀନ ସୁରକ୍ଷା ପାଇଁଏଥିରେ ଏକକାଳୀନ ୨୦ ବର୍ଷ ପର୍ଯ୍ୟନ୍ତର ପେମେଂଟ୍ ସୁବିଧା ରହିଛି।
ଏ ସମ୍ପର୍କରେ ଏସବିଆଇ ଜେନେରାଲ ଇନ୍ସ୍ୟୁରାନ୍ସର ଚିଫ୍ ପ୍ରଡକ୍ଟ ଆଣ୍ଡ୍ ମାର୍କେଟିଂ ଅଫିସର ଶ୍ରୀ ସୁବ୍ରମଣ୍ୟମ ବ୍ରହ୍ମଯୋଗୟୁଲା କହିଛନ୍ତି ଯେ, “ଏସବିଆଇ ଲାଇଫରେ ଆମେ ବୁଝିଛୁ ଯେ ପ୍ରତିଟି ଘର ସ୍ୱତନ୍ତ୍ର ଏବଂ ତାହାର ସୁରକ୍ଷା ଆବଶ୍ୟକତା ମଧ୍ୟ ସ୍ୱତନ୍ତ୍ର। ଜଣେ ଘର ମାଲିକ ନିଜ ଦୀର୍ଘକାଳୀନ ନିବେଶର ସୁରକ୍ଷା କରିବା ହେଉ କିମ୍ବା ଜଣେ ଭଡ଼ାଟିଆ ନିଜ ମୂଲ୍ୟବାନ ଜିନିଷର ସୁରକ୍ଷା କରନ୍ତୁ, ପ୍ରତିଟି ଲୋକଙ୍କ ବୀମା ଆବଶ୍ୟକତା ହେଉଛି ସ୍ୱତନ୍ତ୍ର। ଏସବିଆଇ ଜେନେରାଲ୍ ଫ୍ଲେକ୍ସି ଗୃହ ବୀମା ସହିତ ଆମେ ସୁହାଇବା ଭଳି ସମାଧାନ ପ୍ରଦାନ କରୁଛୁ ଯାହା ବିକଳ୍ପ ଯୁକ୍ତ ଓ ବ୍ୟାପକ ସୁରକ୍ଷା ଜରିଆରେ ମାନସିକ ଶାନ୍ତି ପ୍ରଦାନ କରିବ। ଗ୍ରାହକମାନଙ୍କୁ ନିଜ ସୁରକ୍ଷ ସ୍ତର ଚୟନ କରିବାରେ ସ୍ୱାଧୀନ ଦେଇ ସଶକ୍ତ କରିବା ସହିତ ଅଭାବନୀୟ ସ୍ଥିତି ବିରୋଧରେ ଆର୍ଥିକ ସୁରକ୍ଷା ସୁନିଶ୍ଚିତ କରିବାକୁ ପ୍ରସ୍ତୁତ କରାଯାଇଛି।”
Comments are closed.