ଏସ୍‌ବିଆଇ ଫାଉଣ୍ଡେସନ ପକ୍ଷରୁ ଆଶା ପ୍ରୋଗ୍ରାମ ୨୦୨୪ ଘୋଷଣା


ଭୁବନେଶ୍ୱର: ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ସିଏସ୍‌ଆର୍ ଶାଖା ଏସ୍‌ବିଆଇ ଫାଉଣ୍ଡେସନ ପକ୍ଷରୁ ଆଶା ସ୍କଲାରସିପ୍ ପ୍ରୋଗ୍ରାମର ତୃତୀୟ ସଂସ୍କରଣ ଘୋଷଣା କରାଯାଇଛି ଯେଉଁଥିରେ ସାରା ଦେଶର ଅନଗ୍ରସର ପୃଷ୍ଠଭୂମିର ୧୦,୦୦୦ ମେଧାବୀ ଛାତ୍ରଛାତ୍ରୀଙ୍କୁ ନିଶ୍ଚିତ ସହାୟତା ପ୍ରଦାନ କରାଯିବ।
ଏଥିରେ ଷଷ୍ଠରୁ ସ୍ନାତକୋତର ପର୍ଯ୍ୟନ୍ତର ଛାତ୍ରଛାତ୍ରୀମାନେ ବର୍ଷକୁ ୧୫,୦୦୦ ଟଙ୍କାରୁ ୨୦,୦୦,୦୦୦ ଟଙ୍କା ପର୍ଯ୍ୟନ୍ତ ଶିକ୍ଷାବୃତି ପାଇପାରିବେ। ଏହି କାର୍ଯ୍ୟକ୍ରମରେ ସ୍କୁଲ ଛାତ୍ରଛାତ୍ରୀ, ଅଣ ସ୍ନାତକ, ସ୍ନାତକୋତର ଏବଂ ଆଇଆଇଟି ଓ ଆଇଆଇଏମ୍‌ରେ ନାମଲେଖାଉଥିବା ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାବୃତି ପ୍ରଦାନ କରାଯିବ। ଏସ୍‌ସି ଓ ଏସ୍‌ଟି ଛାତ୍ରଛାତ୍ରୀଙ୍କ ପାଇଁ “ବିଦେଶ ପାଠପଢ଼ା’ ବର୍ଗ ଖୋଲାଯାଇଛି ଯେଉଁଥିରେ ବିଶ୍ୱର ପ୍ରମୁଖ ଶିକ୍ଷାନୁଷ୍ଠାନରେ ମାଷ୍ଟର ଓ ତା’ଠାରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସହାୟତା ପ୍ରଦାନ କରାଯିବ।
ଏହି ଶିକ୍ଷାବୃତି ପାଇଁ ୨୦୨୪ ଅଗଷ୍ଟ ୧୬ରୁ ଆବେଦନ ଖୋଲାହେବ ଏବଂ ତାହା ୨୦୨୪ ଅକ୍ଟୋବର ୧ ପର୍ଯ୍ୟନ୍ତ ଖୋଲାରହିବ। ଛାତ୍ରଛାତ୍ରୀମାନେ https://www.sbifashascholarship.org/ ରେ ଆବେଦନ କରପାରିବେ।
ଏଥିପାଇଁ ହେଲ୍‌ପଲାଇନ୍ ହେଉଛି sbiashascholarship@buddy4study.com ଓ ଫୋନ୍ ନମ୍ବର: ୦୧୧-୪୩୦-୯୨୨୪୮ (ସୋମବାରରୁ ଶୁକ୍ରବାର ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୬ଟା)।
ଅନଗ୍ରସର ପୃଷ୍ଠଭୂମିର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଚିହ୍ନଟ ଓ ସହାୟତା ପ୍ରଦାନ କରିବା ଲାଗି ଆଶା ସ୍କଲାରସିପ୍ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ୨୦୨୨ରେ ଶୁଭାରମ୍ଭ ହେବା ପରଠାରୁ ଏହି ଶିକ୍ଷାବୃତି କାର୍ଯ୍ୟକ୍ରମରେ ୩୧୯୮ ଛାତ୍ରଛାତ୍ରୀଙ୍କୁ ୩.୯୧ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।
ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଅଧ୍ୟକ୍ଷ ଶ୍ରୀ ଚାଲା ଶ୍ରୀନିବାସୁଲୁ ସେଟ୍ଟି କହିଛନ୍ତି ଯେ, “ଆଶା ଶିକ୍ଷାବୃତି ହେଉଛି ଏସବିଆଇର ମୂଳ ମୂଲ୍ୟବୋଧ ଯାହା ବ୍ୟାଙ୍କିଙ୍ଗ ସେବା ଠାରୁ ଊର୍ଦ୍ଧରେ ଏବଂ ସମସ୍ତଙ୍କ ପାଇଁ ପ୍ରଗତି ଓ ସମୃଦ୍ଧି ଦିଗରେ ବଢ଼ିବା ଲାଗି ଦେଶକୁ ପ୍ରତ୍ୟକ୍ଷ ଯୋଗଦାନ ପ୍ରଦାନ କରୁଛି। ଏହି ଅଭିଯାନକୁ ଚଳିତ ବର୍ଷ ୧୦,୦୦୦ ଛାତ୍ରଛାତ୍ରୀଙ୍କ ପର୍ଯ୍ୟନ୍ତ ସମ୍ପ୍ରସାରଣ କରି ଆମେ ଗର୍ବିତ। ୨୦୪୭ ସୁ୍‌ଦ୍ଧା ବିକଶିତ ଭାରତ ପାଇଁ ଦେଶର ଲକ୍ଷ୍ୟ ହାସଲ କରିବାରେ ଆଶା ଶିକ୍ଷାବୃତି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।’’


Share It

Comments are closed.