ଏସ୍‌ବିଆଇ କାର୍ଡର ପାର୍ବଣ ଅଫର୍‌


ଭୁବନେଶ୍ୱର: ଭାରତର ସର୍ବବୃହତ୍ କ୍ରେଡିଟ୍ କାର୍ଡ ପ୍ରଦାନକାରୀ, ଏସ୍‌ବିଆଇ କାର୍ଡ ଚଳିତ ପାର୍ବଣ ଋତୁରେ ଏହାର କାର୍ଡହୋଲ୍ଡରମାନଙ୍କୁ ପାର୍ବଣର ଉତ୍ସାହ ପ୍ରଦାନ କରିବା ପାଇଁ ପ୍ରସ୍ତୁତ ହୋଇଛି । ୨୦୦୦ ସହରରେ ୧୦୦୦ରୁ ଅଧିକ ଅଫର୍ ସହିତ ସ୍ୱତନ୍ତ୍ର ଭାବେ ପରିବର୍ତିତ ଧାରା ଓ ଉପଭୋକ୍ତାଙ୍କ ପସନ୍ଦକୁ ପୂରଣ କରିବା ଲାଗି ଏସ୍‌ବିଆଇ କାର୍ଡ ପକ୍ଷରୁ ଗ୍ରାହକଙ୍କୁ ସେମାନଙ୍କର ପାର୍ବଣ ଋତୁ କ୍ରୟ ଉପରେ ଏକ ରିୱାର୍ଡିଙ୍ଗ୍ ସପିଙ୍ଗ୍ ଅଭିଜ୍ଞତା ପ୍ରଦାନ କରିବ । ଏହି ବିସ୍ତୃତ ବର୍ଗର ଅଫର୍ ମଧ୍ୟରେ ୩୦୦ରୁ ଅଧିକ ଜାତୀୟ ଓ ୭୦୦ରୁ ଅଧିକ ଆଂଚଳିତ ଓ ହାଇପର୍‌ଲୋକାଲ ଅଫର୍ ସାମିଲ ରହିଛି । ଏହି ଅଫର୍ ଏକ ବ୍ୟାପକ ବର୍ଗ ଯେପରିକି ଫ୍ୟାଶନ ଓ ଲାଇଫ୍‌ଷ୍ଟାଇଲ, ଇଲେକ୍‌ଟ୍ରୋନିକ୍ସ, ମୋବାଇଲ, ଜୁଏଲାରୀ, ଡିପାର୍ଟମେଂଟାଲ ଷ୍ଟୋର୍ ଏବଂ ଟ୍ରାଭେଲ୍ ଓ ଅନ୍‌ଲାଇନ୍ ମାର୍କେଟ୍‌ପ୍ଲେସ୍ ଆଦିରେ ଉପଲବ୍ଧ ରହିବ । ଅଫର୍‌ଗୁଡିକ ଦେଶବ୍ୟାପୀ ପ୍ରମୁଖ ବ୍ରାଣ୍ଡ ଯେପରିକି ଆମାଜନ୍‌, ବ୍ରାଣ୍ଡ ଫ୍ୟାକ୍ଟ୍ରି, କ୍ରୋମା, କାରାଟ୍‌ଲେନ୍‌, ଫ୍ୟାବ୍‌ଇଣ୍ଡିଆ, ଫାର୍ଷ୍ଟକ୍ରାଏ, ଗ୍ରୋଫର୍ସ, ହୋମ୍‌ସେଂଟର୍‌, ଲୟଡ୍‌ସ, ହାଇପର୍‌ମାର୍କେଟ୍‌, ସୁପର୍‌ମାର୍କେଟ୍‌, ପାଂଟାଲୁନ୍ସ, ସାମ୍‌ସଙ୍ଗ ମୋବାଇଲ ଓ ଟାଟା କ୍ଲିକ୍‌ରେ ଉପଲବ୍ଧ ହେଉଛି । ଏହି ରଣନୈତିକ ସହଭାଗିତା ଗ୍ରାହକମାନଙ୍କୁ ସମସ୍ତ ପ୍ରମୁଖ ସପିଙ୍ଗ୍ ବର୍ଗରେ ଲାଭ ହାସଲ କରିବା ପାଇଁ ସକ୍ଷମ କରିବ । ଅଫର୍‌ଗୁଡିକ ମଧ୍ୟରେ ଆକର୍ଷଣୀୟ କ୍ୟାଶବ୍ୟାକ୍ ସମେତ ୧୦% ପର୍ଯ୍ୟନ୍ତ ଇନ୍‌ଷ୍ଟାଂଟ୍ ରିହାତି ସାମିଲ ରହିଛି ।
ଏସ୍‌ବିଆଇ କାର୍ଡ ଫ୍ଲିପ୍‌କାର୍ଟର ‘ଦ ବିଗ୍ ବିଲିୟନ ଡେଜ୍‌’ ଅନ୍‌ଲାଇନ୍ ଫେଷ୍ଟିଭାଲ ପାଇଁ ସ୍ୱତନ୍ତ୍ର କ୍ରେଡିଟ୍ କାର୍ଡ ପାର୍ଟନର୍ ହୋଇଚି । ଏସ୍‌ବିଆଇ କାର୍ଡ ଗ୍ରାହକମାନେ ଏହି ଅଫର୍ ସମୟରେ ଅନ୍ୟାନ୍ୟ ଆକର୍ଷଣୀୟ ଡିଲ୍ ସମେତ୧୦%ର ଇନ୍‌ଷ୍ଟାଂଟ୍ ରିହାତି ପାଇପାରିବେ । ଏସମ୍ପର୍କରେ ଏସ୍‌ବିଆଇ କାର୍ଡର ଏମ୍‌ଡି ଓ ସିଇଓ ଅଶ୍ୱିନୀ କୁମାର ତିୱାରୀ କହିଛନ୍ତି, ଚଳିତ ବର୍ଷ ଆମେ ଆମର କାର୍ଡହୋଲ୍ଡରମାନଙ୍କୁ ସମସ୍ତ ବର୍ଗରେ ଆକର୍ଷଣୀୟ ଲାଭ ପାଇବାକୁ ସକ୍ଷମ କରିବା ଲାଗି ୨୦୦୦ ସହରରେ ଉଭୟ ଷ୍ଟୋର୍ ଓ ଅନ୍‌ଲାଇନ୍‌ରେ ଜାତୀୟ ଓ ସ୍ଥାନୀୟ ବ୍ୟବସାୟୀଙ୍କ ସହିତ ୧୦୦୦ରୁ ଅଧିକ ଅଫର୍ ସୃଷ୍ଟି କରିଛୁ । ପାର୍ବଣ ସପିଙ୍ଗ୍‌କୁ ଅଧିକ ସୁଲଭ କରିବା ପାଇଁ ଏସ୍‌ବିଆଇ କାର୍ଡ ଗ୍ରାହକମାନେ ୧.୩ ଲକ୍ଷରୁ ଅଧିକ ଷ୍ଟୋର୍‌ରେ ଇଏମ୍‌ଆଇ କ୍ରୟ ସୁବିଧା ପାଇପାରିବେ । ଇଲେକ୍‌ଟ୍ରୋନିକ୍ସ ଓ ମୋବାଇଲ କ୍ଷେତ୍ରରେ ଲୋକପ୍ରିୟ ବ୍ରାଣ୍ଡଗୁଡିକ ସହିତ ବୃହତ୍ ଟିକେଟ୍ ସାମଗ୍ରୀ ଗୁଡିକ ଉପରେ ବିନା କୌଣସି ଅତିରିକ୍ତ ଦେୟରେ ଇଏମ୍‌ଆଇ ସୁବିଧା ମଧ୍ୟ ଉପଲବ୍ଧ ହେଉଛି । ଜାତୀୟ ଅଫର୍ ସହିତ ଏସ୍‌ବିଆଇ କାର୍ଡ ଛୋଟ ସହର ଓ ଟାଉନ୍‌ଗୁଡିକରେ ଗ୍ରାହକଙ୍କ ପାଇଁ ଅନେକ ରିଜିଅନ-ସ୍ପେସିଫିକ୍ ଓ ହାଇପର୍‌ଲୋକାଲ୍ ଅଫର୍ ମଧ୍ୟ ଆଣିଛି । ଏସ୍‌ବିଆଇ କାର୍ଡ ଦୂର୍ଗା ପୂଜା ଓ ନବରାତ୍ରି ପର୍ବ ସମୟରେ ଆଂଚଳିତ ବ୍ରାଣ୍ଡଗୁଡିକ ସହିତ ସହଭାଗିତା କରିଛି ଯାହାକି ୧୭ଟି ସହରରେ ୧୨୦ରୁ ଅଧିକ ରିହାତି ଅଫର୍ ଓ ୧୧୦୦ରୁ ଅଧିକ ଷ୍ଟୋର୍‌ରେ କ୍ୟାଶବ୍ୟାକ୍ ଅଫର୍ ମାଧ୍ୟମରେ ଗ୍ରାହକଙ୍କୁ ଅଧିକ ସଂଚୟ ହାସଲ କରିବାକୁ ସକ୍ଷମ କରିବ । ସେହିପରି ୪୬ଟି ସହରରେ ୧୦%ରୁ ୫୫% ପର୍ଯ୍ୟନ୍ତ ରିହାତି ସହିତ ୭୦୦ରୁ ଅଧିକ ହାଇପର୍‌ଲୋକାଲ ଅଫର୍ ସୃଷ୍ଟି କରାଯାଇଛି । ସୁଲଭତା ନିଶ୍ଚିତ କରିବା ପାଇଁ ଏସ୍‌ବିଆଇ କାର୍ଡ ଗ୍ରାହକମାନେ ୮୪୫୦୦ ମର୍ଚ୍ଚାଂଟ୍ ଓ ୧.୩ ଲକ୍ଷରୁ ଅଧିକ ଷ୍ଟୋର୍‌ରେ ଇଏମ୍‌ଆଇ ସୁବିଧା ପାଇପାରିବେ । ଏହି ପାର୍ବଣ ଅଫର୍ ଅକ୍ଟୋବର ୧ ତାରିଖ ୨୦୨୦ରୁ ନଭେମ୍ବର ୧୫ ତାରିଖ ୨୦୨୦ ପର୍ଯ୍ୟନ୍ତ ବୈଧ ରହିବ ।


Share It

Comments are closed.