ଧୋନିଙ୍କ ଫର୍ମକୁ ନେଇ ପ୍ରଶ୍ନ ଉଠାଇଲେ ଗାଙ୍ଗୁଲି


ଟିମ ଇଣ୍ଡିଆକୁ ଯେଉଁ ଭଳି ଭାବରେ ଇଂଲଣ୍ଡ ଠାରୁ ପରାଜୟର ସମ୍ମୁଖୀନ ହେବାକୁ ପଡିଲା ତାହା ନେଇ ଏବେ ଧୋନିଙ୍କ ପ୍ରଦର୍ଶନକୁ ନେଇ ବାରମ୍ବାର ପ୍ରଶ୍ନ ଉଠିଲାଣି । ଏଥର ଆଉ କେହି ନୁହେଁ ବରଂ ଭାରତୀୟ କ୍ରିକେଟ ଦଳର ପୂର୍ବତ୍ତନ ଅଧିନାୟକ ସୌରଭ ଗାଙ୍ଗୁଲୀ ଧୋନିଙ୍କ ପଦର୍ଶନକୁ ପ୍ରଶ୍ନ କରିଛନ୍ତି । ସବୁଠାରୁ ମୁଖ୍ୟ କଥା ହେଲେ ଧୋନି ଦୀର୍ଘ ଦୀନ ହେବ କିଛି ଖାସ ପ୍ରଦର୍ଶନ କରିପାରୁନାହାନ୍ତି । ଯାହା ଫଳରେ ଟିମରେ ତାଙ୍କୁ ଖେଳାଇବାକୁ ନେଇ ବାରମ୍ବାର ପ୍ରଶ୍ନ ଉଠୁଛି ।
ଯଦି ଆମେ ଏସିଆ କପ କଥା ଚିନ୍ତା କରିବା ତେବେ ଧୋନି ପ୍ରଥମ ମ୍ୟାଚରେ ବିନା କୌଣସି ରନ ନକରି ଆଉଟ ହୋଇଯାଇଥିବାବେଳେ ଦ୍ୱିତୀୟ ମ୍ୟାଚ ବ୍ୟାଟିଂ କରିବା ପାଇଁ ଆବଶ୍ୟକତା ପଡିଲା ନାହିଁ ।
ଧୋନିଙ୍କ ପ୍ରଦର୍ଶନ ଏବଂ ତାଙ୍କୁ ଟିମରେ ଖେଳାଇବାକୁ ନେଇ ସୌରଭ ଗାଙ୍ଗୁଲି କହିଛନ୍ତି ଯେ, “ଧୋନିଙ୍କୁ ଟିମରେ ନିଜର ସ୍ଥାନକୁ ପକ୍କା କରିବାକୁ ହେଲେ ଉନ୍ନତ ପ୍ରଦର୍ଶନ କରିବାକୁ ପଡିବ । ଏସିଆ କପ ଧୋନିଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଅଟେ । ସେ ମହାନ ଖେଳାଳୀ ଅଟନ୍ତି ଏବଂ ତାଙ୍କ ନାମରେ ଅନେକ ରେକର୍ଡ ରହିବା ସହ ଆନ୍ତର୍ଜାତିକ କ୍ରିକେଟରେ ଅନେକ ରନ ସଂଗ୍ରହ ମଧ୍ୟ କରିଛନ୍ତି କିନ୍ତୁ ଏହା ମାନେ ନୁହେଁ ଯେ ସେଥିପାଇଁ ତାଙ୍କୁ ସବୁବେଳେ ଟିମରେ ଖେଳାଯିବ । ଦଳ ହେଉଛି ସମସ୍ତଙ୍କ ପାଇଁ । ମୁଁ ଏହା ଦେଖି ଆଶ୍ଚର୍ଯ୍ୟଚକିତ ହେଉଛି ଯେ, ରିସବ ପନ୍ଥଙ୍କୁ କାହିଁକି ଟିମରେ ଖେଳାଗଲା ନାହିଁ ।”

ଗାଙ୍ଗୁଲି କହିଛନ୍ତି, ଧୋନିଙ୍କୁ ଉନ୍ନତ ପ୍ରଦର୍ଶନ କରିବାର ଅଛି ନଚେତ ଟିମରେ ଧୋନିଙ୍କ ପାଇଁ ବିକଳ୍ପ ମଧ୍ୟ ରହିଛି । ଯୁବ ଖେଳାଳୀ ରିସବ ପନ୍ଥ ଏକାଧାରାରେ ଜଣେ ଦକ୍ଷ ୱିକେଟ କ୍ରିକେଟର ହେବ ଭଲ ବ୍ୟାଟ୍ସମାନ ମଧ୍ୟ । ସେ ଭାରତୀୟ ଦଳରେ ନିଜର ସ୍ଥାନ ପକ୍କା କରିବା ବର୍ତ୍ତମାନ ଜୋରଦାର ପ୍ରୟାସ ମଧ୍ୟ କରିଛନ୍ତି । ଇଂଲଣ୍ଡ ଗସ୍ତରେ ରିଜବ ପନ୍ଥ ଏକ ସୁନ୍ଦର ଶତକ ମଧ୍ୟ ଲଗାଇଥିଲେ । ଯାହା ଫଳରେ ଟିମରେ ତାଙ୍କୁ ବିକଳ୍ପ ପାଇଁ ମଧ୍ୟ ବଛା ସରିଛି ।


Share It

Comments are closed.