ପ୍ରେମରେ ଦେଶ ଓ ଜାତି ପ୍ରତିବନ୍ଧକ ହୁଏ ନାହିଁ ବୋଲି ପ୍ରମାଣିତ କଲେ ସାଉଦୀ ଝିଅ


ସାଉଦୀ ଆରବର ଜଣେ ୨୬ ବର୍ଷିୟ ଯୁବତୀ ନିଜ ଭଲ ପାଇବା ପାଇଁ ସବୁ କିଛି ପରିତ୍ୟାଗ କରି ଭାରତ ଚାଲି ଆସିଛନ୍ତି । ଭାରତର ତେଲେଙ୍ଗାନାରେ ରହୁଥିବା ତାଙ୍କ ପ୍ରେମିକ ପାଇଁ ସେ ସବୁ କିଛି ଛାଡି ଭାରତ ଚାଲି ଆସିଛନ୍ତି । ଏବଂ ଏଠାକୁ ଆସି ସେ ତାଙ୍କ ପ୍ରେମିକଙ୍କ ସହ ବିବାହ ମଧ୍ୟ କରି ନେଇଛନ୍ତି ।
ପୂରା ଫିଲ୍ମି ଷ୍ଟାଇଲ ଭଳି ଉକ୍ତ ଝିଅର ବାପା ତାଙ୍କୁ ପ୍ରେମରୁ ନିବୃତ ରହିବା ପାଇଁ ବାରଣ କରିଥିବା ସତ୍ତେ୍ୱ ମଧ୍ୟ ଝିଅଟି ବାପାଙ୍କ ସବୁ କଥାକୁ ବେଖାତିର କରି ଲୁଚି ଲୁଚି ଭାରତ ପଳାଇଆସିଥିଲେ ।
ମିଳିଥିବା ସୂଚନା ମୁତାବକ ଉକ୍ତ ଝିଅର ପ୍ରେମିକ ପୂର୍ବରୁ ସାଉଦୀ ଆରବରେ ଝିଅର ବାପାଙ୍କ ଡ୍ରାଇଭର ରୂପେ କାମ କରୁଥିଲା । ଏହି ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା । କିଛି ଦିନ ଗଲା ପରେ ପୁଅ ସେଠାରେ କରିଥିବା ଚାକିରି ଛାଡି ନିଜ ପରିବାର ପାଖକୁ ପ୍ରତ୍ୟାବର୍ତ୍ତନ କରି ଆସିଥିଲା ।
ପୁଅଟି ସାଉଦୀ ଛାଡି ଭାରତ ପଳାଇ ଆସିବା ପରେ ମଧ୍ୟ ଉଭୟଙ୍କ ସଂପର୍କରେ କେବେବି ଦୂରତା ଆସି ନଥିଲା । ଉଭୟ ଫୋନ, ଟେକ୍ସଟ ଏବଂ ଇମେଲ ସାହାର୍ଯ୍ୟରେ ନିଜର ଭଲ ପାଇବା ପରିପ୍ରକାଶ କରୁଥିଲେ । ଏଭଳି କିଛି ଦିନ ଗଲା ପରେ ଝିଅଟି ପୁଅକୁ ବିବାହ କରି ତା’ର ଜୀବନସାଥୀ ହୋଇ ରହିବା ପାଇଁ ନିଷ୍ପତି ନେଇଥିଲା, ଯାହା ଫଳରେ ସେ ନିଜ ଦେଶ ଛାଡି ଭାରତ ପଳାଇ ଆସିବା ପାଇଁ ନିଷ୍ପତି ନେଇଥିଲା ।
କଥାଟି କେବଳ ଏତିକିରେ ସରି ନାହିଁ । ଝିଅଟି ନିଜ ଦେଶ ଛାଡି ଭାରତ ପଳାଇ ଆସିବା ପରେ ଉକ୍ତ ପୁଅ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ମଧ୍ୟ ଝିଅଟିର ବାପା ତାର ପିଛା କରି ଭାରତକୁ ପଳାଇ ଆସିଥିଲେ । ଏହା ପରେ ଝିଅର ବାପା ସାଉଦି ଅଧିକାରୀଙ୍କୁ ନେଇ ଭାରତ ପହଞ୍ଚିଥିଲେ ଏବଂ ଏଠାକୁ ଆସି ସେ ତାଙ୍କ ଝିଅ ଅପହରଣ ହୋଇଥିବାର ଏକ ମାମଲା ମଧ୍ୟ ରୁଜୁ କରିଥିଲେ ।
ପୋଲିସ ତନାଘନା କରିବା ପରେ ଯେତେବେଳେ ନିଜାମାବାଦସ୍ଥିତ ପୁଅ ଠିକଣାରେ ଯାଇକି ପହଞ୍ଚିଥିଲା ସେତେବେଳେ ପୁଅ ଏବଂ ଝିଅ ପରସ୍ପରକୁ ବିବାହ କରିସାରିଥିଲେ । ଏହା ପରେ ଝିଅଟି ପୋଲିସକୁ ଘଟଣାର ସତ୍ୟାସତ୍ୟ କହିଥିଲା ।


Share It

Comments are closed.