ପାକିସ୍ତାନ ପାଇଁ ସମସ୍ତ ଦ୍ୱାର ବନ୍ଦ କଲା ସାଉଦି ଆରବ, ତେଲ ଏବଂ ଋଣ ଦେବାକୁ କଲା ମନା


ଗୋଟିଏ ପରେ ଗୋଟିଏ ଦେଶ ପାକିସ୍ତାନକୁ ଝଟକା ଦେବାରେ ଲାଗିଛନ୍ତି ।ସାଉଦି ଆରବ ପାକିସ୍ତାନକୁ ଏକ ବଡ଼ ଝଟ୍‌କା ଦେଇଛି। ତୈଳ କିମ୍ବା ଋଣ ନ ଦେବାକୁ ସାଉଦି ଆରବ ପାକିସ୍ତାନକୁ ରୋକଠୋକ୍ ମନା କରିଦେଇଛି। ଫଳରେ ଦୁଇ ଦେଶ ମଧ୍ୟରେ ଦସନ୍ଧି ଧରି ଚାଲିଆସିଥିବା ସମ୍ପର୍କର ଅବସାନ ଘଟିଛି। କେବଳ ଏତିକି ନୁହେଁ, ଏବେ ଋଣରେ ବୁଡ଼ିଥିବା ପାକିସ୍ତାନ ସାଉଦି ଆରବକୁ ୧୦୦ କୋଟି ଡଲାର ଅର୍ଥରାଶି ଦେବାକୁ ପଡ଼ିବ। ଏହା ହେଉଛି ୨୦୧୮ ନଭେମ୍ବରରେ ସାଉଦି ଆରବ ଦ୍ୱାରା ଘୋଷରା କରାଯାଇଥିବା ୬.୨ ବିଲିୟନ ଡଲାର ପ୍ୟାକେଜର ଏକ ଅଂଶ। ଏହି ପ୍ୟାକେଜ୍‌ରେ ପାକିସ୍ତାନ ପାଇଁ ୩୦୦ କୋଟି ଡଲାରର ଋଣ ଏବଂ ୩୨୦ କୋଟି ଡଲାରର ଅଏଲ କ୍ରେଡିଟ୍ ସୁବିଧା ରହିଥିଲା। ଗତବର୍ଷ କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ପାକିସ୍ତାନ ଗସ୍ତ କରିବା ସମୟରେ ଏହି ଚୁକ୍ତି ସ୍ୱାକ୍ଷର କରିଥିଲେ। ସୂଚନା ଅନୁସାରେ, ପାକିସ୍ତାନ ବିଦେଶ ମନ୍ତ୍ରୀ ଶାହ ମହମୁଦ କୁରେଶୀ କାଶ୍ମୀର ପ୍ରସଙ୍ଗରେ ଭାରତ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ ନ କରିବାରୁ ସାଉଦି ଆରବ ନେତୃତ୍ଵାଧୀନ ଇସଲାମିକ ସହଯୋଗୀ ସଂଗଠନ(ଓଆଇସି) ଚେତାବନୀ ଦେଇଥିଲେ। ଏହା ପରେ ସାଉଦି ଆରବ ପାକିସ୍ତାନ ବିରୋଧରେ ଏପରି ପଦକ୍ଷେପ ନେଇଛି। କୁରେଶୀ କହିଥିଲେ, ଯଦି ଆପଣ ଏଥିରେ ହସ୍ତକ୍ଷେପ କରି ନ ପାରିବେ, ତେବେ ମୁଁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ନେତୃତ୍ଵରେ ସେହି ଇସଲାମିକ ଦେଶଗୁଡ଼ିକର ବୈଠକ ଡକାଇବାକୁ ବାଧ୍ୟ ହେବି, ଯେଉଁମାନେ କାଶ୍ମୀର ପ୍ରସଙ୍ଗରେ ଆମକୁ ସହଯୋଗ କରିବାକୁ ପ୍ରସ୍ତୁତ ଅଛନ୍ତି। କୁରେଶୀଙ୍କ ଏହି ଚେତାବନୀପୂର୍ଣ୍ଣ ମନ୍ତବ୍ୟ ପାକିସ୍ତାନକୁ ମହଙ୍ଗା ପଡ଼ିଛି।


Share It

Comments are closed.