ଆରପାରିରେ ‘ଶଶୁରାଲ ସିମର କା’ର ଅଭିନେତା ଆଶିଷ ରୟ


ଟିଭି ଇଣ୍ଡଷ୍ଟ୍ରିର ଜଣାଶୁଣା କଳାକାର ଆଶିଷ ରାୟଙ୍କ ପରଲୋକ ହୋଇଛି। ‘ଶଶୁରାଲ ସିମର କା’, ‘ବନେଗୀ ଅପନି ବାତ’, ‘ବ୍ୟୋମକେଶ ବକ୍ସି’, ‘ୟେସ ବସ’, ‘ବା ବହୁ ଔର ବେବି’, ‘କୁଛ ରଙ୍ଗ ପ୍ୟାର କେ ଐସେ ଭି’ ଓ ‘ଆରମ୍ଭ’ ଭଳି ଟିଭି ଶୋ’ରେ ଅଭିନୟ କରିଥିଲେ ଆଶିଷ ରାୟ। ସେ ବହୁତ ଦିନ ହେଲା ଅସୁସ୍ଥ ଥିଲେ। କିଡନୀ ଫେଲ ଯୋଗୁଁ ତାଙ୍କର ନିଧନ ହୋଇଥିବା ଜଣାପଡିଛି। ୫୫ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ଅଭିନେତା ଆଶିଷ ରାୟ ଆର୍ଥିକ ସଙ୍କଟ ଯୋଗୁଁ ନିଜ ଚିକିତ୍ସା ଭଲ ଭାବେ କରିପାରିନଥିଲେ। ସେ ସୋସିଆଲ ମିଡ଼ିଆ ଜରିଆରେ ଲୋକଙ୍କୁ ସାହାଯ୍ୟ ମାଗିଥିଲେ। ଆଶିଷ ରାୟଙ୍କ ମୃତ୍ୟୁକୁ ନେଇ ବଲିଉଡ ଓ ଟିଭି ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ସୂଚନାଯୋଗ୍ୟ ଯେ, ଆଶିଷ ରାୟଙ୍କୁ ଦୁଇଥର ପକ୍ଷାଘାତ ହୋଇଥିଲା। ଗତ ବର୍ଷ ଠାରୁ ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଇଥିଲା। କିନ୍ତୁ କିଛି ମାସ ହେଲା ତାଙ୍କ ସ୍ୱାସ୍ଥ୍ୟ ଅତ୍ୟନ୍ତ ଖରାପ ଥିଲା। ଏକ ଇଣ୍ଟରଭ୍ୟୁ ସେ କହିଥିଲେ ଯେ ସେ ବିବାହ କରିନାହାନ୍ତି, ଏକା ଅଛନ୍ତି ସେଥିପାଇଁ ବେଳେବେଳେ ସମସ୍ୟା ହୁଏ। ଜୀବନ ଏତେ ସହଜ ନୁହେଁ। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଆଶିଷ ଫେସବୁକରେ ଏକା ପୋଷ୍ଟ କରିଥିଲେ। ପୋଷ୍ଟରେ ସେ ଲେଖିଥିଲେ ଯେ, ସକାଳ କଫି, ବିନା ଚିନିରେ। ଏହି ଯୋଉ ହସ ଏହା ଏକା ମଜବୁରି, ଭାବନା ମୋତେ ନେଇଯାଆନ୍ତୁ।

ଅନେକ ଦିନ ହେଲା ତାଙ୍କୁ କିଛି କାମ ମିଳୁନଥିଲା। ଯାହାଫଳରେ ତାଙ୍କର ଯାହା ସଞ୍ଚୟ ଥିଲା ସେଥିରେ ସେ ଗୁଜୁରାଣ କରୁଥିଲେ। ଧୀରେ ଧୀରେ ସବୁ ସଞ୍ଚୟ ମଧ୍ୟ ସରିଗଲା। ଫଳରେ ଚିକିତ୍ସା ପାଇଁ ମଧ୍ୟ ତାଙ୍କୁ ଅସୁବିଧା ହୋଇଥିଲା। ଆଶିଷ ରାୟ ଟିଭି ଛଡା ହଲିଉଡ଼ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ସେ ହଲିଉଡ଼ ଫିଲ୍ମରେ ଡବିଙ୍ଗ କରିଛନ୍ତି। ସେ ଜଣେ ଭଏସ ଓଭର ଆର୍ଟିଷ୍ଟ ଥିଲେ। ସେ ସୁପରମ୍ୟାନ ରିଟର୍ନ, ଦ ଡାର୍କ ନାଇଟ, ଗର୍ଜିଆନ୍ସ ଅଫ ଦ ଗ୍ୟାଲେକ୍ସି, ଜୋକର ଭଳି ଅନେକ ଫିଲ୍ମରେ ଅନେକ ଚରିତ୍ର ପାଇଁ ଡବିଙ୍ଗ କରିଛନ୍ତି।

 


Share It

Comments are closed.