ଏସ୍‌ଏଆର ଟେଲିଭେଂଚର ଲିମିଟେଡ ପକ୍ଷରୁ ୪୫୦ କୋଟି ଟଙ୍କାର କଂପୋଜିଟ ଇକ୍ୱିଟି ଇସ୍ୟୁ ଘୋଷଣା


ଭୁବନେଶ୍ୱର: ଏସଏଆର ଟେଲିଭେଂଚର ଲିମିଟେଡ ପକ୍ଷରୁ ୪୫୦ କୋଟି ଟଙ୍କାର କଂପୋଜିଟ ଇକ୍ୱିଟି ଇସ୍ୟୁ ସମ୍ପର୍କରେ ଘୋଷଣା କରାଯାଇଛି । ଏଥିରେ ୩୦୦ କୋଟି ଟଙ୍କାର ରାଇଟ ଇସ୍ୟୁ ଏବଂ ୧୫୦ କୋଟି ଟଙ୍କାର ଫଲୋ-ଅନ ପବ୍ଲିକ ଅଫର (ଏଫପିଓ) ରହିଛି ।
୨୦୨୪ ଜାନୁଆରି ୨୪ରେ ଅନୁଷ୍ଠିତ କଂପାନିର ବୋର୍ଡ ବୈଠକରେ କଂପୋଜିଟ ଇସ୍ୟୁ ଜରିଆରେ ୪୫୦ କୋଟି ଟଙ୍କା ସଂଗ୍ରହ କରିବା ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରାଯାଇଛି । ଏହି ରାଇଟ ଇସ୍ୟୁରେ ୧,୫୦,୦୦୦,୦୦୦ ଫୁଲି ପେଡ ଅପ ଇକ୍ୱିଟି ସେୟାର ଜାରି କରାଯିବ । ପ୍ରତି ରାଇଟ ସେୟାରର ମୂଲ୍ୟ ୨୦୦ ଟଙ୍କା ରହିଛି । ଏହି ରାଇଟ ଇସ୍ୟୁ ୨୦୨୪ ଜୁଲାଇ ୧୫ ସୋମବାର ଖୋଲିବ ଏବଂ ୨୦୨୪ ଜୁଲାଇ ୨୨ ସୋମବାର ବନ୍ଦ ହେବ।
ଅଂଶଧନକାରୀମାନଙ୍କ ଲାଗି ଧାର୍ଯ୍ୟ କରାଯାଇଥିବା ତାରିଖ ୨୦୨୪ ଜୁଲାଇ ୯ରେ ପୁରୁଣା ଅଂଶଧନକାରୀମାନଙ୍କୁ ପ୍ରତି ସେୟାର ପିଛା ଗୋଟିଏ ରାଇଟ ସେୟାର ଜାରି କରାଯିବ । ଏହି ଏଫପିଓରେ ଇକ୍ୱିଟି ସେୟାର ପିଛା ଦାମ ୨୦୦ ଟଙ୍କାରୁ ୨୧୦ ଟଙ୍କା ମଧ୍ୟରେ ଧାର୍ଯ୍ୟ କରାଯାଇଛି ।
ଏହି ଇସ୍ୟୁରୁ ଯେଉଁ ପାଣ୍ଠି ସଂଗୃହୀତ ହେବ, ସେଥିରୁ ୧) ୨୭୩ କୋଟି ଟଙ୍କାକୁ ୩,୦୦,୦୦୦ ହୋମ୍ ପାସେ୍‌ସ୍ ପାଇଁ ଫାଇବର ଟୁ ଦି ହୋମ (ଏଫଟିଟିଏଚ) ନେଟୱର୍କ ସମାଧାନ ସ୍ଥାପନ କରିବାରେ, ୨) ୪୨.୫୦ କୋଟି ଟଙ୍କାକୁ ୧୦୦୦ ଅତିରିକ୍ତ ୪ଜି/୫ଜି ଟେଲିକମ ଟାୱାର ସ୍ଥାପନ କରିବାରେ, ୩) ୩୦ କୋଟି ଟଙ୍କାକୁ କଂପାନିର ବର୍ଦ୍ଧିତ କାର୍ଯ୍ୟକାରୀ ପୁଂଜି ଆବଶ୍ୟକତା ପୂରଣ କରିବାରେ ଏବଂ ଅବଶିଷ୍ଟ ରାଶିକୁ ୨୦୨୪-୨୫ ଆର୍ôଥକ ବର୍ଷରେ ସାଧାରଣ କର୍ପୋରେଟ କାର୍ଯ୍ୟରେ ବ୍ୟବହାର କରାଯିବ ।
୨୦୨୪ ଜୁଲାଇ ୩ରେ କଂପାନିର ସେୟାର ମୂଲ୍ୟ ୨୬୫.୭୦ କୋଟି ଟଙ୍କା ଥିବା ବେଳେ ବଜାର ପୁଂଜି ପରିମାଣ ୩୯୮.୫୫ କୋଟି ଟଙ୍କା ରହିଛି ।
ଏହି ଇସ୍ୟୁର ବୁକ ରନିଂ ଲିଡ ମ୍ୟାନେଜର ହେଉଛି ପାଂଟୋମାଥ୍ କ୍ୟାପିଟାଲ ଆଡଭାଇଜର୍ସ ପ୍ରାଇଭେଟ ଲିମିଟେଡ ।


Share It

Comments are closed.