ସନ୍ତାନ ଫର୍ଟିଲିଟି ସେଂଟର ଆଣ୍ଡ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ବାଙ୍ଗାଲୋରରେ ଏଆଇ-ପ୍ରେରିତ ଫର୍ଟିଲିଟି ସେଂଟର୍ ଉଦ୍‌ଘାଟିତ


ଭୁବନେଶ୍ୱର: ସନ୍ତାନ ଫର୍ଟିଲିଟି ସେଂଟର ଆଣ୍ଡ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ବେଙ୍ଗାଲୁରୁରେ ଏକ ଅତ୍ୟାଧୁନିକ ଫର୍ଟିଲିଟି କେନ୍ଦ୍ର ସ୍ଥାପନ କରାଯାଇଛି ଯାହା ଫର୍ଟିଲିଟି ଯତ୍ନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହି କେନ୍ଦ୍ର ଆର୍ଟିଫିସିଆଲ ଇଟେଂଲିଜେନ୍ସ (ଏଆଇ) ଭଳି ପ୍ରଯୁକ୍ତି ଦ୍ୱାରା ପ୍ରେରିତ ଯାହା ନିଃସନ୍ତାନ ଦମ୍ପତିଙ୍କୁ ସନ୍ତାନ ସୁଖ ପ୍ରଦାନ କରିବାରେ ସହାୟକ ହେବ ।
ଏହି କେନ୍ଦ୍ରର ଉଦଘାଟନ ସମାରୋହରେ ବିଶିଷ୍ଟ ଅତିଥି ଭାବେ କର୍ଣ୍ଣାଟକର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ଦୀନେଶ ଗୁଡୁ ରାଓ, କର୍ଣ୍ଣାଟକର ଶିବାଜୀ ନଗର ବିଧାୟକ ଶ୍ରୀ ରିଜୱାନ ଅର୍ସଦ ଓ ଶାନ୍ତିନଗର ବିଧାୟକ ଏନ୍ ଏ ହାରିସ ଉପସ୍ଥିତ ଥିଲେ ।
ଏହି ଅବସରରେ ସନ୍ତାନର ସହ ପ୍ରତିଷ୍ଠାତା ଓ ସିଇଓ ଶ୍ରୀ ରାଘବ ପ୍ରସାଦ ପଣ୍ଡା କହିଛନ୍ତି ଯେ, “ବାଙ୍ଗାଲୋରରେ ମହିଳାଙ୍କ ସ୍ୱାସ୍ଥ୍ୟକ୍ଷେତ୍ରରେ ରୂପାନ୍ତରଣ ଆଣିବା ଦିଗରେ ଏହି ଯାତ୍ରାକୁ ନେଇ ଆମେ ବେଶ ଉତ୍ସାହିତ ।’’
କଂପାନି ସୁଲଭତା ପ୍ରତି ପ୍ରତିବଦ୍ଧ ରହିଛି ଯାହା ଉନ୍ନି ପ୍ରଯୁକ୍ତି ଓ ସୁଲଭ ପେଟୋକଲ୍ ବ୍ୟବହାର କରି ସୁନିଶ୍ଚିତ କରାଯାଉଛି । ଓଡ଼ିଶାର ସବୁଠୁ ଆଧୁନିକ ଫର୍ଟିଲିଟି କେନ୍ଦ୍ର ସ୍ଥାପନ କରି ଆମେ ଶହ ଶହ ଖୁସି ପରିବାର ସୃଷ୍ଟି କରିବା ସହ ସାରା ଦେଶରେ ତାହାକୁ ବ୍ୟାପକ କରିବା ଲାଗି ଏକ ପ୍ଲାଟଫର୍ମ ବିକାଶ କରିପାରିଛୁ । ପ୍ରଯୁକ୍ତି ଓ କରୁଣାର ମିଶ୍ରଣର ସେହି ପ୍ଲାଟଫର୍ମ ଆଧାରରେ ବାଙ୍ଗାଲୋର କେନ୍ଦ୍ରକୁ ସ୍ଥାପନ କରାଯାଇଛି ।
ପ୍ରଯୁକ୍ତି ଉପରେ ଗୁରୁତ୍ୱ ଦେଉଥିବା ଏକ ସଂସ୍ଥା ଭାବେ ସନ୍ତାନ ପକ୍ଷରୁ ଆର୍ଟିଫିସିଆଲ ଇଟେଂଲିଜେନ୍ସ (ଏଆଇ), ମେସିନ ଲର୍ଣ୍ଣିଂ (ଏମ୍‌ଏଲ୍‌) ଆଦି ପ୍ରଯୁକ୍ତିର ବ୍ୟବହାର କରି ଫର୍ଟିଲିଟି ସେବା ପ୍ରଦାନ କରାଯାଉଛି । ଏଆଇ ଓ ଏମ୍‌ଏଲ୍‌ର ଶକ୍ତିକୁ ବ୍ୟବହାର କରି ଏହା ଚିକିତ୍ସାର ପାରଦର୍ଶିତାରେ ଉନ୍ନତି ଆଣିଥିବା ବେଳେ ଫଳାଫଳ ହାରରେ ମଧ୍ୟ ଉନ୍ନତି ଆଣିପାରିଛି ।
ଦୀର୍ଘ ୯ ବର୍ଷରୁ ଅଧିକ ସମୟ ଧରି କଂପାନି ନିଃସନ୍ତାନ ଦମ୍ପତିଙ୍କ ସନ୍ତାନ ହେବା ଯାତ୍ରାର ସାଥୀ ହୋଇରହିଛି । ସନ୍ତାନର ଉତ୍ସର୍ଗୀକୃତ ଫର୍ଟିଲିଟି ସ୍ପେସିଆଲିଷ୍ଟ୍‌, ଦକ୍ଷ ନର୍ସ ଓ ସହାୟକ କର୍ମଚାରୀ ରହିଛନ୍ତି । ବିଶ୍ୱାସ ହେଉଛି ସନ୍ତାନ ପ୍ରଦାନ କରୁଥିବା ସେବାର ଏକ ପ୍ରମୁଖ ମୂଳଦୁଆ । କଂପାନି ରୋଗୀଙ୍କୁ ସଚେତନତା କରିବା ଏବଂ ବ୍ୟବସ୍ଥାର ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଉଛି ।


Share It

Comments are closed.