ସାନୋଫି ପାଶ୍ଚର୍ ପକ୍ଷରୁ ଫ୍ଲୁକ୍ୱାଡ୍ରିର ଶୁଭାରମ୍ଭ


ସାନୋଫିର ଟିକା ବିଭାଗ ସାନୋଫି ପାଶ୍ଚର ଆଜି ୪-ଷ୍ଟ୍ରେନ୍ ଇନଫ୍ଲୁଏଞ୍ଜା ଟିକା ଫ୍ଲୁକ୍ୱାଡ୍ରିର ଶୁଭାରମ୍ଭ କରିଛି । ଫ୍ଲୁକ୍ୱାଡ୍ରି ଭାରତର ପ୍ରଥମ କ୍ୱାଡ୍ରିଭାଲେଣ୍ଟ ଟିକା ହେବ, ଯାହା ୩ ବର୍ଷରୁ ଅଧିକ ପିଲା ମାନଙ୍କ ପାଇଁ ପ୍ରଜୁଯ୍ୟ । ସଂକ୍ରାମକ ରୋଗ ବିଜ୍ଞାନରେ ପରିବର୍ତ୍ତନ ଆଣି, କ୍ୱାଡ୍ରିଭାଲେଣ୍ଟ ଟିକାକରଣ ଅତ୍ୟାଧୁନିକ ସ୍ତରର ପରବର୍ତ୍ତୀ ଯୁକ୍ତିଯୁକ୍ତ ପଦକ୍ଷେପ ସହ ସୁରକ୍ଷାକୁ ପ୍ରଦର୍ଶନ କରିଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତାହାର ସୁପାରିଶରେ କ୍ୱାଡ୍ରିଭାଲେଣ୍ଟ ଇନ୍ଫ୍ଲୁଏଞ୍ଜା ଟିକାକରଣକୁ ଅନ୍ତର୍ଭୁକ୍ତ କରିଛି ଓ ପ୍ରକାଶ କରିଛି ଯେ, “କ୍ୱାଡ୍ରିଭାଲେଣ୍ଟ ଇନଫ୍ଲୁଏଞ୍ଜା ଟିକା ଇନ୍ଫ୍ଲୁଏଞ୍ଜା ବି ଭୂତାଣୁ କବଳରୁ ବହୁଳମାତ୍ରାରେ ସୁରକ୍ଷା ପ୍ରଦାନ କରିପାରିବ ଏବଂ ଏଗୁଡ଼ିକ ଆଗକୁ ଉପଲବ୍ଧ ହେବାକୁ ଯାଉଛି ଏବଂ ଟ୍ରାଇଭାଲେଣ୍ଟ ଟିକାଗୁଡ଼ିକ ପାଇଁ ସୁପାରିଶ ସିମୀତ ହେବା ଉଚିତ ନୁହେଁ ।”
ଏହି ପରିପ୍ରେକ୍ଷୀରେ ଆଇସିଏଚ, ଆପୋଲୋ ହସପିଟାଲ, ନାଭି ମୁମ୍ବାଇର ମୁଖ୍ୟ ଏବଂ ନାଭି ମୁମ୍ବାଇ, ମଲ୍ଟି ସ୍ପେସାଲିଟି ହସପିଟାଲର ପେଡ଼ିଆଟ୍ରିକ୍, ନିର୍ଦ୍ଦେଶକ ଏବଂ ପରାମର୍ଶଦାତ. ଡା. ବିଜୟ ୱାଲେ କହିଛନ୍ତି ଯେ, “ଏହି ଇନଫ୍ଲୁଏଞ୍ଜା ଟୀକା ନୂତନଭାବେ ବର୍ଷକୁ ଦୁଇ ଥର ପ୍ରସ୍ତୁତ ହୋଇଥାଏ ଏବଂ ଇନଫ୍ଲୁଏଞ୍ଜା ଭାଇରସର ପ୍ରକାର, ଉଭୟ ଏ ଏବଂ ବି ବୈ÷ଜ୍ଞାନିକ ପ୍ରେଡିକସନ ଆଧାରରେ ବର୍ଷରେ ବଣ୍ଟନ ହୋଇଥାଏ । ଏହି ଟୀକାକରଣରେ ସାମିଲ ନଥିବା ଉପପ୍ରକାର ବିରୁଦ୍ଧରେ ଟୀକାକରଣ ହୋଇଥିବା ବ୍ୟକ୍ତିମାନଙ୍କୁ ଅସୁରକ୍ଷିତ କରିଥାଏ । ଏକ କ୍ୟାଡ୍ରିଭାଲେଣ୍ଟ ଟୀକାକରଣ ଏହି ସମସ୍ତ ୪ଟି ଉପ ପ୍ରକାର ତଥା ଦୁଇଟି ଇନଫ୍ଲୁଏଞ୍ଜା ବି ଏବଂ ଦୁଇଟି ଇନଫ୍ଲୁଏଞ୍ଜା ଏ ଉପପ୍ରକାରକୁ ସୁରକ୍ଷା ପ୍ରଦାନ କରିଥାଏ । ଏହା ସମସ୍ତ ସରକୁଲେଟିଙ୍ଗ ଉପପ୍ରକାରକୁ ସୁରକ୍ଷା ପ୍ରଦାନ କରିଥାଏ ।”
ସାନୋଫି ପାଶ୍ଚର ଦକ୍ଷିଣ ଏସିଆର ଦେଶ-ମୁଖ୍ୟ ଜିନ-ପିରେ ବେଲେଟ କହିଛନ୍ତିଯେ, “ଇନଫ୍ଲୁଏଞ୍ଜା ବିରୁଦ୍ଧରେ ଲଢିବା ପାଇଁ ସାନୋଫି ପାଶ୍ଚର ସର୍ବଦା ଅଗ୍ରଣୀ ସ୍ଥାନରେ ରହିଛି । ଇନଫ୍ଲୁଏଞ୍ଜା ନିରାକରଣରେ ଆମ୍ଭମାନଙ୍କର ୬୦ ବର୍ଷରୁ ଅଧିକ ଅନୁଭୂତି ଆମ୍ଭମାନଙ୍କୁ ରୋଗ ଦୂରିକରଣ ପାଇଁ ଶ୍ରେଷ୍ଠ ଟୀକାକରଣ ସମାଧାନ ପ୍ରଦାନ ପାଇଁ ଉତ୍ସାହିତ କରିଛି ।”


Share It

Comments are closed.