ଫିଲ୍ମ ସଞ୍ଜୁର ଟିଜର ରିଲିଜ


ନିର୍ଦ୍ଦେଶକ ରାଜ କୁମାରୀ ହିରାନୀ ଙ୍କ ଦ୍ୱାରା ନିର୍ଦ୍ଦେଶିତ ସଞ୍ଜୁର ପ୍ରଥମ ଟିଜର ରିଲିଜ ହୋଇଛି । ଫିଲ୍ମଟି ଅଭିନେତା ସଞ୍ଜୟ ଦତ୍ତଙ୍କ ବାୟୋପିକ ଉପରେ ପର୍ଯ୍ୟବେସିତ ହୋଇଛି । ଏହି ଚଳଚ୍ଚିତ୍ରରେ ରଣବୀର କପୁର ସଞ୍ଜୟ ଦତ୍ତଙ୍କ ଭୂମିକାରେ ନଜରରେ ଆସିବେ । ଏହି ଫିଲ୍ମଟି ଜୁନ ୨୯, ୨୦୧୮ରେ ପରଦାକୁ ଆସିବ । ଫିଲ୍ମ ମେକର ସୁବାସ ଘାଇ ଏହି ଫିଲ୍ମର ଟ୍ରେଜର ରିଲିଜ କରିଛନ୍ତି ।
ଏହି ଫିଲ୍ମରେ ରଣବୀର କପୁରଙ୍କ ବ୍ୟତୀତ ଅନୁଷ୍କା ଶର୍ମା, ସୋନମ କପୁର, ପରେଶ ରାୱଲ, ଦିଆ ମିର୍ଜା, କରିସ୍ମା ତନ୍ନା, ମନିସା କୋରିଆଲା, ଜିମ ସର୍ବ ପ୍ରମୁଖ ନଜରରେ ଆସିବେ । ଏହି ଫିଲ୍ମଟିର ସୁଟିଙ୍ଗ ଜାନୁଆରୀ ୧୨, ୨୦୧୭ରୁ ଆରମ୍ଭ ହୋଇ ଜାନୁଆରୀ ୨୧, ୨୦୧୮ରେ ଶେଷ ହୋଇଛି ।


Share It

Comments are closed.