୨୫ ବର୍ଷ ପରେ ପୁଣି ଏକାଠି ହେବେ ମାଧୁରୀ ଏବଂ ସଞ୍ଜୟ !


ଫିଲ୍ମ ପ୍ରସ୍ତୁତକର୍ତ୍ତା କରଣ ଜୋହରଙ୍କ ନୂତନ ଫିଲ୍ମ କଲଙ୍କରେ ଦୀର୍ଘ ୨୫ ବର୍ଷ ପରେ ନଜରରେ ଆସିବେ ସୁପରଷ୍ଟାର ମାଧୁରୀ ଦିକ୍ଷୀତ୍ ଏବଂ ସଞ୍ଜୟ ଦତ୍ତ । ଏହି ଫିଲ୍ମରେ ମାଧୁରୀ ଏବଂ ସଞ୍ଜୟଙ୍କ ବ୍ୟତୀତ ସୋନା କ୍ଷୀ ସିହ୍ନା, ଆଲିଆ ଭଟ୍ଟ, ବରୁଣ ଧୱନ ଏବଂ ଆଦିତ୍ୟ ରୟ କପୁର ପ୍ରମୁଖ ନଜରରେ ଆସିବେ । ଏହି ଫିଲ୍ମଟି ଫକ୍ସ ଷ୍ଟାର ଷ୍ଟୁଡିଓ, ଧର୍ମା ପ୍ରଡକସନ ଏବଂ ନାଦିଆୱାଲା ଗ୍ରାନସନ ଏଣ୍ଟରଟେନମେଣ୍ଟ ଦ୍ୱାରା ପ୍ରସ୍ତୁତ କରାଯିବ ।
ନିର୍ଦ୍ଦେଶକ ଅଭିଷେକ ବର୍ମନଙ୍କ ଏହି ଫିଲ୍ମରେ ନିର୍ଦ୍ଦେଶନା ଦବେ । ଫିଲ୍ମଟିରେ ପୂର୍ବରୁ ମାଧୁରୀ ଏବଂ ସଞ୍ଜୟଙ୍କ କାଷ୍ଟିଙ୍ଗକୁ ନେଇ ଦ୍ୱନ୍ଦ ଥିବା ବେଳେ କରନ ଜୋହର ନିଜ ଟ୍ୱିଟର ଆକାଉଣ୍ଟରେ ଏହି ଫିଲ୍ମର ଏକ ପୋଷ୍ଟର ସହିତ ସମ୍ପୂର୍ଣ୍ଣ ଷ୍ଟାର କାଷ୍ଟର ବିବରଣୀ ଦେଇଛନ୍ତି । ଏହି ଫିଲ୍ମଟି କରନ ଜୋହରଙ୍କ ଡ୍ରିମ ପ୍ରୋଜେକ୍ଟ ହୋଇଥିବା ବେଳେ ଫିଲ୍ମଟି ଦୀର୍ଘ ୧୫ ବର୍ଷ ପରେ କାର୍ଯ୍ୟକାରୀ ହେବାକୁ ଯାଉଛି । ଏହା ଠିକ୍ ବର୍ଷକ ପରେ ତଥା ଏପ୍ରିଲ ୧୯, ୨୦୧୯ରେ ପରଦାକୁ ଆସିବ ।


Share It

Comments are closed.