ପୁଣି ଥରେ ରାଜନୀତିରେ ପାଦ ଥାପିବାକୁ ଯାଉଛନ୍ତି ସଞ୍ଜୟ


ସଞ୍ଜୟ ପୁଣିଥରେ ରାଜନୀତିରେ ପାଦ ଥାପିବାକୁ ଯାଉଛନ୍ତି । ସଞ୍ଜୟଙ୍କ ରାଜନୀତରେ ଏଣ୍ଟ୍ରିକୁ ନେଇ ମହାରାଷ୍ଟ୍ରର କ୍ୟାବିନେଟ ମନ୍ତ୍ରୀ ‘ମହାଦେବ ଜାଙ୍କର’ କହିଛନ୍ତି ଯେ, ସଞ୍ଜୟ ୨୫ ସେପ୍ଟେମ୍ବରରେ ରାଷ୍ଟ୍ରୀୟ ସମାଜ ପକ୍ଷ (ଆଇଏସପି)ରେ ସାମିଲ ହେବାକୁୁ ଯାଉଛନ୍ତି । ମହାଦେବ ଆଇଏସପିର ପ୍ରତିଷ୍ଠାତା ଅଟନ୍ତି । ଏହା ପୂର୍ବରୁ ସଞ୍ଜୟ, ସମାଜବାଦୀ ଅଂଶ ରହିସାରିଛନ୍ତି । ଏହି ଅବସରରେ ଏକ ଭିଡିଓ କ୍ଲିପ ପ୍ରଦର୍ଶନ କରାଯାଇଥିଲା, ଯେଉଁଥିରେ ସଞ୍ଜୟ ଦତ୍ତ କହିଥିଲେ, ମୁଁ ମୋ ଭାଇ ତଥା ବନ୍ଧୁ ଆରଏସପି ସଭାପତି ମହାଦେବ ଜାଙ୍କରଙ୍କୁ ଅଭିନନ୍ଦନ ଜଣାଉଛି। ଯଦି ମୁଁ ଏଠାରେ ଥାଆନ୍ତି, ତେବେ ନିଶ୍ଚୟ ଉତ୍ସବକୁ ଆସିଥାନ୍ତି।\nଏହା ପରେ ଜାଙ୍କର ଦଳୀୟ କର୍ମୀଙ୍କୁ ଉଦବୋଧନ ଦେଇ କହିଥିଲେ, ସଞ୍ଜୟ ବର୍ତ୍ତମାନ ଦୁବାଇରେ ଅଛନ୍ତି। ସେ ମୁମ୍ବଇରେ ଥିଲେ, ନିଶ୍ଚୟ ଆମ ଦଳରେ ଯୋଗ ଦେଇଥାନ୍ତେ। ରାଜ୍ୟରେ ଦଳର ପ୍ରଭାବ ବୃଦ୍ଧି ପାଇଛି। ଆସନ୍ତା ବିଧାନସଭା ନିର୍ବାଚନରେ ଦଳ ବିଜେପି ସହିତ ମିଶି ୫୭ ଆସନରେ ନିର୍ବାଚନ ଲଢ଼ିବାକୁ ଆଶା ରଖିଛି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ବର୍ତ୍ତମାନ ଆରଏସପି ମହାରାଷ୍ଟ୍ରରେ ଶାସକ ବିଜେପି ସହ ମେଣ୍ଟ ସରକାରର ଏକ ଅଂଶ ରହିଛି।


Share It

Comments are closed.