କରୋନା ଟୀକାର ପ୍ରଥମ ଡୋଜ ଗ୍ରହଣ କଲେ ସଞ୍ଜୟ


ବଲିଉଡ ଷ୍ଟାର ସଞ୍ଜୟ ଦତ୍ତ କରୋନା ଭାଇରସ ଭ୍ୟାକସିନର ପ୍ରଥମ ଡୋଜ ଗ୍ରହଣ କରିଛନ୍ତି । ସଞ୍ଜୟ ଟୀକାକରଣର ଫଟୋ ସୋସିଆଲ ଟ୍ୱିଟରରେ ସେୟାର କରିଛନ୍ତି । ଫଟୋ ସେୟାର କରି ସଞ୍ଜୟ ଲେଖିଛନ୍ତି ଯେ, “ବିକେସି ଟୀକାକରଣ ସେଣ୍ଟରରେ କୋଭିଡ-୧୯ ଟୀକାର ପ୍ରଥମ ଡୋଜ ଗ୍ରହଣ କଲି । ମୁଁ ଡାକ୍ତର ଧିରେ ଏବଂ ତାଙ୍କ ପୂରା ଟିମକୁ ଏହି ମହାନ କାର୍ଯ୍ୟ ପାଇଁ ଧନ୍ୟବାଦ ଜଣାଉଛି । ତାଙ୍କୁ ଏବଂ ତାଙ୍କର ଏହି ମହାନ କାର୍ଯ୍ୟ ପାଇଁ ମୋ ତରଫରୁ ଅନେକ ଭଲପାଇବା ଓ ସମ୍ମାନ ରହିଛି । ”

ପ୍ରକାଶ ଥାଉକି, ସଞ୍ଜୟ ପୂର୍ବରୁ ଅନେକ ଅଭିନେତା କରୋନା ଭ୍ୟାକସିନର ପ୍ରଥମ ଡୋଜ ଗ୍ରହଣ କରି ସାରିଛନ୍ତି । ସେମାନେ ହେଲେ ଧର୍ମେନ୍ଦ୍ର, ସୈଫ ଅଲ୍ଲୀ ଖାନ, ମୋହନଲାଲ, ପରେଶ ରାୱଲ, ଜିତେନ୍ଦ୍ର, ନାଗାର୍ଜୁନ, ଅନୁପମ ଖେର, ସତୀଶ ଶାହା, ନୀନି ଗୁପ୍ତା, ରାକେଶ ରୋଶନ ଏବଂ ଜନୀ ଲିଭର ମଧ୍ୟ ସାମିଲ ରହିଛନ୍ତି ।


Share It

Comments are closed.