ଖୁବ ଶୀଘ୍ର ଆଜାରୁଦ୍ଦିନଙ୍କୁ ଘରେ ସଂପର୍କ ଯୋଡିପାରନ୍ତି ସାନିଆ


ଭାରତୀୟ କ୍ରିକେଟ ଦଳର ପୂର୍ବତ୍ତନ ଅଧିନାୟକ ମହମ୍ମଦ ଆଜାରୁଦ୍ଦିନଙ୍କ ପୁଅ ବର୍ତ୍ତମାନ ଖୁବ ଚର୍ଚ୍ଚାରେ ରହିଛନ୍ତି । ମିଳିଥିବା ସୂଚନା ମୁତାବକ ଆଜାରଙ୍କ ପୁଅ ବର୍ତ୍ତମାନ ଟେନିସ ତାରକା ସାନିଆଙ୍କ ଭଉଣୀ ‘ଅନମ ମିର୍ଜା’ଙ୍କୁ ଡେଟ କରୁଛନ୍ତି । କେବଳ ଏତିକି ନୁହଁ ଉଭୟ ପରସ୍ପରଙ୍କର ଏତେ ନିକଟତ୍ତର ହୋଇଗଲେଣି କେତେକାଂଶରେ ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ, ଦୁହେଁ ପରସ୍ପରକୁ ଭଲ ପାଇ ବସିଲେଣି । କାରଣ ସାନିଆଙ୍କ ଭଉଣୀ ‘ଅନମ’ ଇନଷ୍ଟାଗ୍ରାମରେ ‘ଅସଦ’ଙ୍କ ଏକ ଫଟୋ ସେୟାର କରି ଏକ କ୍ୟାପସନ ଲେଖିଛନ୍ତି । ଯାହାକୁ ଆପଣ ଦେଖିଲେ ସ୍ପଷ୍ଟ ଜାଣିପାରିବେ ଯେ, ଉଭୟଙ୍କ ମଧ୍ୟରେ କେତେ ଭଲ ପାଇବା ଅଛି ବୋଲି ।
ଅନମଙ୍କ ସମେତ ସାନିଆ ସୋସିଆଲ ମିଡିଆରେ ଏକ ଫଟୋକୁ ସେୟାର କରି କ୍ୟାପସନରେ ‘ଫ୍ୟାମିଲି’ ଲେଖିଥିବାବେଳେ ଅସଦ ମଧ୍ୟ ଉଭୟଙ୍କ ସହ ଉଠାଇଥିବା କିଛି ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ପ୍ରକାଶ ଥାଉକି ଅନମ ପୂର୍ବରୁ ବିବାହିତ ଥିବାବେଳେ ସେ ଗତ ବର୍ଷ ତାଙ୍କ ସ୍ୱାମୀ ‘ଅକବର ରସିଦ’ଙ୍କୁ ଛାଡପତ୍ର ଦେଇଥିଲେ । ଅକବର ଏବଂ ଅନମ ୧୮ ନେଭମ୍ବର ୨୦୧୬ରେ ପରସ୍ପରକୁ ବିବାହ କରିଥିଲେ । ଅକବର ହାଇଦ୍ରାବାଦର ଜଣେ ବିଶିଷ୍ଟ ବ୍ୟବସାୟୀ ଅଟନ୍ତି ।


Share It

Comments are closed.