ଧୋନୀଙ୍କୁ ସୋଏବଙ୍କ ସହ ତୁଳନା କଲେ ସାନିଆ, କହିଲେ କିଛି ଏପରି..


ଅଗଷ୍ଟ ୧୫ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଛନ୍ତି ମହେନ୍ଦ୍ର ସିଂହ ଧୋନୀ । ଧୋନୀଙ୍କୁ ସନ୍ୟାସ ନେବା ୧୦ ଦିନ ହୋଇସାରିଛି । କିନ୍ତୁ ଏବେ ମଧ୍ୟ ପ୍ରଶଂସକ ତଥା ସେଲିବ୍ରିଟି ତାଙ୍କୁ ଶୁଭକାମନା ଜଣାଉଛନ୍ତି । ଭାରତର ଷ୍ଟାର ଟେନିସ ଖେଳାଳି ସାନିଆ ମିର୍ଜା ମଧ୍ୟ ଧୋନୀଙ୍କୁ ଶୁଭକାମନା ଜଣାଇଛନ୍ତି । ସ୍ପୋର୍ଟସ୍ କିଡା ସହିତ ଏକ ଫେସବୁକ୍ ଚାଟ୍ ସମୟରେ ସାନିଆ କହିଥିଲେ ଯେ ଧୋନୀ ଚାହିଁଥିଲେ ମଇଦାନରୁ ବିଦାୟ ନେଇ ପାରିଥାନ୍ତେ । କିନ୍ତୁ ସେ ଶାନ୍ତିପୂର୍ବକ ବିଦାୟ ନେଇଛନ୍ତି । ଧୋନୀଙ୍କ ଏହି ଶାନ୍ତ ସ୍ୱଭାବ ହିଁ ତାଙ୍କୁ କ୍ୟାପଟେନ କୁଲର ପରିଚୟ ଦେଇଛି ବୋଲି ସାନିଆ କହିଥିଲେ । ସେ କେବଳ ନିଜ ପାଇଁ ନୁହେଁ ବରଂ ଦେଶ ପାଇଁ ବହୁତ କିଛି ହାସଲ କରିଛନ୍ତି । ଧୋନୀଙ୍କ ବ୍ୟକ୍ତିତ୍ୱ ସମ୍ପର୍କରେ ମଧ୍ୟ ସାନିଆ ପ୍ରଶଂସା କରିଛନ୍ତି । ଦୁନିଆର ପୂର୍ବତନ ଏକ ନମ୍ବର ଯୁଗଳ ଟେନିସ ଖେଳାଳି ସାନିଆ ମିର୍ଜା କହିଛନ୍ତି ଯେ, ଧୋନୀଙ୍କ ଅନେକ ଗୁଣ ତାଙ୍କ ସ୍ୱାମୀ ସୋଏବ ମଲିକଙ୍କ ସହ ସମାନ । ଧୋନୀ ଓ ସୋଏବଙ୍କ ମଧ୍ୟରେ ଅନେକ ସାମଞ୍ଜସ୍ୟ ଅଛି । ଧୋନୀ ତାଙ୍କୁ ତାଙ୍କ ସ୍ୱାମୀ କଥା ମନେପକାଇ ଦିଅନ୍ତି ବୋଲି ସାନିଆ କହିଛନ୍ତି । ଧୋନୀ ଓ ସୋଏବ ପ୍ରାୟ ଏକାଭଳି । ଉଭୟ ମଇଦାନରେ ବହୁତ ଶାନ୍ତ ରୁହନ୍ତି । ଅନେକ ମାମଲାରେ ଧୋଇ ସୋଏବଙ୍କ ଭଳି ବୋଲି ସାନିଆ କହିଛନ୍ତି ।


Share It

Comments are closed.