ପୁତ୍ର ସନ୍ତାନର ଜନନୀ ହେଲେ ସାନିଆ


ଭାରତୀୟ ଟେନିସ ତାରକା ‘ସାନିଆ ମିର୍ଜା’ ଏବଂ ପାକିସ୍ତାନୀ କ୍ରିକେଟର ‘ସୋଏବ ମଲ୍ଲିକ’ଙ୍କ ଘରକୁ ଜଣେ ନୂଆ ସଦସ୍ୟ ଆସିଛନ୍ତି । ସାନିଆ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ନିଜର ଏହି ସନ୍ତାନକୁ ଜନ୍ମ ଗ୍ରହଣ କରିଛନ୍ତି । ସାନିଆ ଜଣେ ପୁତ୍ର ସନ୍ତାନକୁ ଜନ୍ମ ଗ୍ରହଣ କରିଥିବାର ଜାଣି ସୋଏବ ବହୁତ ଖୁସି ଅନୁଭବ କରିବା ସହ ଟ୍ୱିଟରରେ ଏହାର ସୂଚନା ମଧ୍ୟ ଦେଇଛନ୍ତି ।
ଟ୍ୱିଟରରେ ପୁତ୍ର ସନ୍ତାନ ଜନ୍ମ ହୋଇଥିବା ଖବର ସୋଏବ ସେୟାର କରିବା ସହ ଏହା ମଧ୍ୟ କହିଛନ୍ତି, ସାନିଆ ବର୍ତ୍ତମାନ ସୁସ୍ଥ ଅଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ପ୍ରଶଂସକ ପକ୍ଷରୁ ଦିଆଯାଇଥିବା ଶୁଭାକାମନା ପାଇଁ ସେ ତାଙ୍କ ପାଖରେ ଚିରକୃତଜ୍ଞ ।

ସୋଏବ ଏହା ଲେଖିଛନ୍ତି ଯେ, “ ମୁଁ ବହୁତ ଉତ୍ସାହିତ ଅଛି । ପୁଅ ହୋଇଛି । ମୋ ଗାର୍ଲ (ସାନିଆ)ବର୍ତ୍ତମାନ ଠିକ ଅଛନ୍ତି ଏବଂ ସବୁଦିନ ଭଳି ସୁସ୍ଥ ମଧ୍ୟ ଅଛନ୍ତି । ଆପଣ ସମସ୍ତଙ୍କ ଶୁଭକାମନ ପାଇଁ ମୁଁ ଚିରଋଣି #BabyMirzaMalik”


Share It

Comments are closed.