ଟାଇପ ସି ସ୍ମାର୍ଟଫୋନ ପାଇଁ ସାନ୍‌ଡିସ୍କର ନୂଆ ଅଲ୍‌ଟ୍ରା ଡୁଆଲ ଡ୍ରାଇଭ୍ ଲ୍ୟୁକ୍ସ ୟୁଏସ୍‌ବି


ଭୁବନେଶ୍ୱର: ଆପଣଙ୍କର ଷ୍ଟୋରେଜ୍ ଓ ଡାଟା ଟ୍ରାନ୍ସଫର୍ ସମସ୍ୟାର ସମାଧାନ ପାଇଁ ସାନ୍‌ଡିସ୍କ ପକ୍ଷରୁ ଏହାର ନୂତନ ଡୁଆଲ ଡ୍ରାଇଭ୍‌ର ଶୁଭାରମ୍ଭ କରାଯାଇଛି । ଟାଇପ୍ ସି ସ୍ମାର୍ଟଫୋନ୍‌ଗୁଡିକ ପାଇଁ ଉଦ୍ଦିଷ୍ଟ ନୂଆ ସାନ୍‌ଡିସ୍କ ଅଲ୍‌ଟ୍ରା ଡୁଆଲ ଡ୍ରାଇଭ୍ ଲ୍ୟୁକ୍ସ ୟୁଏସ୍‌ବିକୁ ୧ ଟିବି ପର୍ଯ୍ୟନ୍ତ କ୍ଷମତା ସହିତ ଭାରତୀୟ ବଜାର ପାଇଁ ଶୁଭାରମ୍ଭ କରାଯାଇଛି । ବର୍ତମାନର ୪୦%ରୁ ଅଧିକ ସ୍ମାର୍ଟଫୋନ୍‌ରେ ଏକ ୟୁଏସ୍‌ବି ଟାଇପ୍‌-ସି ଇଂଟର୍‌ଫେସ୍ ରହିଛି ଯାହା ଡାଟାର ଶୀଘ୍ର ସ୍ଥାନାନ୍ତରଣକୁ ସକ୍ଷମ କରିଥାଏ । ତେଣୁ ସାନ୍‌ଡିସ୍କ ପକ୍ଷରୁ ଏହାର ସାନ୍‌ଡିସ୍କ ଅଲ୍‌ଟ୍ରା ଡୁଆଲ ଡ୍ରାଇଭ୍ ପୋର୍ଟଫୋଲିଓରେ ଏକ ନୂତନ ୟୁଏସ୍‌ବି ଟାଇପ୍‌-ସି ମୋବାଇଲ ପେନ୍‌ଡ୍ରାଇଭ୍‌କୁ ସାମିଲ କରାଯାଇଛି । ସାନ୍‌ଡିସ୍କ ଅଲ୍‌ଟ୍ରା ଡୁଆଲ ଡ୍ରାଇଭ୍ ଲ୍ୟୁକ୍ସ ୟୁଏସ୍‌ବି ଟାଇପ୍‌-ସି ହେଉଛି ଏକ ୨-ଇନ୍‌-୧ ହାଇ-କ୍ୱାଲିଟି ମେଟାଲ ଫ୍ଲାସ୍ ଡ୍ରାଇଭ୍‌, ଯାହାକି ଏହାକୁ ସାଙ୍ଗରେ ନେଇ ଯିବା ପାଇଁ ଓ ଡିଜିଟାଲ ଜୀବନଶୈଳୀକୁ ସମ୍ପୂର୍ଣ୍ଣ ରୂପେ ବଂଚିବା ପାଇଁ ବିଶାଳ ଷ୍ଟୋରେଜ କ୍ଷମତା ପ୍ରଦାନ କରିଥାଏ ।
ଅଧିକ କଂଟେଂଟ୍ କ୍ୟାପ୍‌ଚର କରିବା ଓ ସୃଷ୍ଟି କରିବା ପାଇଁ ନିର୍ମିତ ଏହି ଉଚ୍ଚ କ୍ଷମତାବିଶିଷ୍ଟ ଷ୍ଟୋରେଜ୍ ସମାଧାନ ୟୁଏସ୍‌ବି, ଟାଇପ୍‌-ସି ସ୍ମାର୍ଟଫୋନ୍‌, ଟାବ୍‌ଲେଟ୍‌, ଲାପ୍‌ଟପ୍ ଓ କମ୍ପ୍ୟୁଟର୍‌ଗୁଡିକ ମଧ୍ୟରେ ସହଜରେ ଓ ଶୀଘ୍ର କଂଟେଂଟ୍ ଟ୍ରାନ୍ସଫର୍ କରିଥାଏ । ଏକ ଷ୍ଟାଇଲିସ୍ ଅଲ୍‌-ମେଟାଲ ବଡିରେ ପ୍ୟାକ୍ ହୋଇଥିବା ଏହି ଉଚ୍ଚ କ୍ଷମତା ବିଶିଷ୍ଟ ୟୁଏସ୍‌ବି ୩.୧ ଜେନ୍ ୧ ଡ୍ରାଇଭ୍ ୧୫୦ଏମବି/ଏସ୍‌୨ ପର୍ଯ୍ୟନ୍ତ ରିଡ୍ ସ୍ପିଡ୍ ପ୍ରଦାନ କରିଥାଏ । ଏବେ ଆପଣ ଅଧିକ ଫଟୋ ଉଠାଇପାରିବେ ଏବଂ ସେଗୁଡିକୁ ନିଜର ସମସ୍ତ ଡିଭାଇସ୍‌ରେ ଆକ୍‌ସେସ୍ କରିପାରିବେ ।
ସାନ୍‌ଡିସ୍କ ମେମୋରୀ ଜୋନ୍ ବ୍ୟବହାର କରି ଆପେଆପେ ଫଟୋଗୁଡିକର ବ୍ୟାକ୍ ଅପ୍ କରୁଥିବା ସାନ୍‌ଡିସ୍କ ଡୁଆଲ ଡ୍ରାଇଭ୍ ଲ୍ୟୁକ୍ସ ୟୁଏସ୍‌ବି ଟାଇପ୍‌-ସି ପେନ୍‌ଡ୍ରାଇଭ୍‌ର ବ୍ୟବହାର କରି ଆପଣ ସବୁବେଳେ ନିଜ ଡାଟାକୁ ଗୋଟିଏ ସ୍ଥାନରେ ସୁରକ୍ଷିତ ରଖିପାରିବେ । ଏହି ଡିଭାଇସ୍ ୩୨ ଜିବି, ୬୪ ଜିବି, ୧୨୮ ଜିବି, ୨୫୬ ଜିବି, ୫୧୨ ଜିବି ଓ ୧ ଟିବି ଭାରିଆଂଟ୍‌ରେ ଉପଲବ୍ଧ ହେଉଛି ଏବଂ ୩୨ ଜିବି ଭାରିଆଂଟ୍ ପାଇଁ ଏହାର ପ୍ରାରମ୍ଭିକ ମୂଲ୍ୟ ୮୪୯ ଟଙ୍କା ରହିଥିବା ବେଳେ ୧ ଟିବି ଭାରିଆଂଟ୍ ପାଇଁ ୧୩,୫୨୯ ଟଙ୍କା ରହିଛି । ଏହାର ଅନ୍ୟ ଏକ ଭାରିଆଂଟ୍‌, ସାନ୍‌ଡିସ୍କ ଅଲ୍‌ଟ୍ରା ଡୁଆଲ ଡ୍ରାଇଭ୍ ଏମ୍‌୩.୦କୁ ଆପଣଙ୍କ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ କିମ୍ବା ଟାବ୍‌ଲେଟ୍‌ରୁ ଆପଣଙ୍କ ଲାପ୍‌ଟପ୍‌, ପିସି କିମ୍ବା ମାକ୍ କମ୍ପ୍ୟୁଟରକୁ ଡାଟା ଟ୍ରାନ୍ସଫର କରିବା ପାଇଁ ବ୍ୟବହାର କରାଯାଇପାରିବ ।


Share It

Comments are closed.