ସାମସଙ୍ଗ ପକ୍ଷରୁ ଭାରତରେ ବିଟିଏସ୍ ଏଡିସନର ଗ୍ୟାଲେକ୍ସି ଏସ୨୦+, ଗ୍ୟାଲେକ୍ସି ବଡ୍‌ସ+ର ପ୍ରିବୁକିଙ୍ଗର ଘୋଷଣା


ଭୁବନେଶ୍ୱର: ସାମସଙ୍ଗ ପକ୍ଷରୁ ଭାରତରେ ଏହାର ବହୂ ପ୍ରତିକ୍ଷିତ ବିଟିଏସ ସଂସ୍କରଣର ଗ୍ୟାଲେକ୍ସି ଏସ୨୦+ ଏବଂ ଗ୍ୟାଲେକ୍ସି ବଡ୍‌ସ+ର ପ୍ରିବୁକିଙ୍ଗ କରିବାର ସମ୍ପୂର୍ଣ୍ଣ ବିବରଣୀ ସମ୍ପର୍କରେ ଘୋଷଣା କରାଯାଇଛି । ସାମସଙ୍ଗ ଏବଂ ବିଶ୍ୱସ୍ତରୀୟ ପପ୍ ମ୍ୟୁଜିକ ଏବଂ ସାଂସ୍କୃତିକ ସେନ୍ସେସନ ବିଟିଏସର ମିଳିତ ସହଯୋଗରେ ଏହି ସ୍ୱତନ୍ତ୍ର ଏଡିସନ ଗ୍ୟାଲେକ୍ସି ଏସ ୨୦+ ଏବଂ ଗ୍ୟାଲେକ୍ସି ବଡ୍‌ସ+ ଭାରତରେ ପ୍ରିବୁକିଙ୍ଗ ପାଇଁ ଜୁଲାଇ ୧ରୁ ଉପଲବ୍ଧ ହୋଇଯାଇଛି । ଏହାବ୍ୟତୀତ ସାମସଙ୍ଗ ଭାରତରେ କ୍ଲାଉଡ ହ୍ୱାଇଟ ରଙ୍ଗରେ ଏହାର ଗ୍ୟାଲେକ୍ସି ଏସ୨୦ ଅଲଟ୍ରା ପାଇଁ ପ୍ରି-ବୁକିଙ୍ଗ ମଧ୍ୟ ଆରମ୍ଭ କରିଛି । ଗ୍ୟାଲେକ୍ସି ଏସ୨୦ ଅଲଟ୍ରା ହେଉଛି ସାମସଙ୍ଗର ସବୁଠାରୁ ପ୍ରିମିୟମ ଫ୍ଲାଗସିପ, ଯାହାକି ୧୦୮ ଏମପି କ୍ୟାମେରା ଏବଂ ପ୍ରତିଦ୍ୱନ୍ଦୀ ୧୦୦ଗୁଣ ସ୍ପେସ ଜୁମ ବହନ କରୁଛି ।
ଏହି ଗ୍ୟାଲେକ୍ସି ଏସ୨୦+ ସଂସ୍କରଣ ଏକ ପର୍ପଲ ଗ୍ଲାସ ଏବଂ ମେଟାଲ ଏକ୍ସଟେରିୟର ବହନ କରୁଛି । ଗ୍ୟାଲେକ୍ସି ବଡ୍‌ସ+ ବିଟିଏସ ସଂସ୍କରଣ ଏବଂ ବଡ୍‌ସ+ ଚାର୍ଜିଙ୍ଗ କେସ ମଧ୍ୟ ପର୍ପଲ ରଙ୍ଗରେ ଉପଲବ୍ଧ ହେଉଛି, ଯେବେକି ବ୍ରାଣ୍ଡର ଲୋଗୋ ଏବଂ ପର୍ପଲ ହାର୍ଟ ଆଇକୋନୋଗ୍ରାଫିକୁ ବହନ କରୁଛି, ଯାହାକି ଭାରତୀୟ ପ୍ରଶଂସକମାନଙ୍କୁ ସେମାନଙ୍କ ସ୍ମାର୍ଟଫୋନ ମାଧ୍ୟମରେ ସେମାନଙ୍କର ଭଲପାଇବାକୁ ପ୍ରଦର୍ଶନ କରିବାର ଅନୁମତି ଦେଉଛି । ଗ୍ୟାଲେକ୍ସି ଏସ୨୦+ ବିଟିଏସ ସଂସ୍କରଣ ପୂର୍ବରୁ ଇନଷ୍ଟଲ ହୋଇଥିବା ବିଟିଏସ-ଅନୁପ୍ରାଣିତ ଥିମ ଏବଂ ଏକ ପ୍ରଶଂସକ ସମୁଦାୟ ପ୍ଲାଟଫର୍ମ, ୱିଭର୍ସ ସହିତ ଆସୁଛି । ବାକ୍ସ ମଧ୍ୟରେ ଏହି ଡିଭାଇସଟି ସଜ୍ଜିତ ଷ୍ଟିକର ଏବଂ ବ୍ୟାଣ୍ଡ ସଦସ୍ୟ ମାନଙ୍କର ଫଟୋକାର୍ଡ ସହିତ ଆସୁଛି ।
“ଭାରତରେ କେ-ପପ୍‌ର ଏକ ଅଦ୍ଭୂତପୂର୍ବ ଫ୍ୟାନ ଫଲୋଇଙ୍ଗ ରହିଛି ଏବଂ ଆମେ ବିଟିଏସ ସଂସ୍କରଣର ଗ୍ୟାଲେକ୍ସି ଏସ୨୦+ ଏବଂ ଗ୍ୟାଲେକ୍ସି ବଡ୍‌ସ+ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରି ବେଶ ଆନନ୍ଦିତ ଯାହାକି ବର୍ତମାନ ପ୍ରଶଂସକମାନଙ୍କୁ ସେମାନଙ୍କ ପ୍ରିୟ ବ୍ରାଣ୍ଡ ସହ ଆହୁରି ନୀକଟରୁ ଯୋଡ଼ି ହେବା ପାଇଁ ଏକ ସ୍ୱତନ୍ତ୍ର ସୁଯୋଗ ପ୍ରଦାନ କରୁଛି ।,” ବୋଲି ଆଦିତ୍ୟ ବାବର, ନିର୍ଦ୍ଦେଶକ, ମୋବାଇଲ ବିଜନେସ, ସାମସଙ୍ଗ ଇଣ୍ଡିଆ କହିଛନ୍ତି ।
ଉଭୟ ଗ୍ୟାଲେକ୍ସି ଏସ୨୦+ ଏବଂ ଗ୍ୟାଳେକ୍ସି ବଡ୍‌ସ+ ବିଟିଏସ ସଂସ୍କରଣ ସମେତ ଗ୍ୟାଲେକ୍ସି ଏସ୨୦ ଅଲଟ୍ରା କ୍ଲାଉଡ ହ୍ୱାଇଟ ଭାରିଆଂଟକୁ ସମାସଙ୍ଗ.କମ୍‌/ ଇନରେ ଆସନ୍ତା ଜୁଲାଇ ୧ ରୁ ଜୁଲାଇ ୯ ପର୍ଯ୍ୟନ୍ତ ପ୍ରି-ବୁକିଙ୍ଗ କରାଯାଇପାରିବ । ଗ୍ୟାଲେକ୍ସି ଏସ୨୦+ ବିଟିଏସ ସଂସ୍କରଣର ମୂଲ୍ୟ ରହିଛି ୮୭,୯୯୯ଟଙ୍କା, ବିଟିଏସ ସଂସ୍କରଣର ଗ୍ୟାଲେକ୍ସି ବଡ୍‌ସ+ର ମୂଲ୍ୟ ରହିଛି ୧୪,୯୯୦ ଟଙ୍କା ଏବଂ ଗ୍ୟାଲେକ୍ସି ଏସ୨୦ ଅଲଟ୍ରା ହ୍ୱାଇଟ ଭାରିଆଂଟର ମୂଲ୍ୟ ରହିଛି ୯୭,୯୯୯ଟଙ୍କା । ଗ୍ୟାଲେକ୍ସି ଏସ୨୦+ ବିଟିଏସ ସଂସ୍କରଣ ସମସ୍ତ ସାମସଙ୍ଗ ଏକ୍ସକ୍ଲୁସିଭ ଷ୍ଟୋର ଏବଂ ସାମସଙ୍ଗ.କମରେ ଉପଲବ୍ଧ ହେବ, ଯେବେକି ଗ୍ୟାଲେକ୍ସି ଏସ୨୦+ ଅଲଟ୍ରା ହ୍ୱାଇଟ କ୍ଲାଉଡ ଭାରିଆଂଟ ସମସ୍ତ ସାମସଙ୍ଗ ଚ୍ୟାନେଲଗୁଡ଼ିକରେ ଉପଲବ୍ଧ ହେବାକୁ ଯାଉଛି । ଗ୍ୟାଲେକ୍ସି ଏସ୨୦+ ବିଟିଏସ ସଂସ୍କରଣ ଏବଂ ଗ୍ୟାଲେକ୍ସି ଏସ୨୦ ଅଲଟ୍ରା ହ୍ୱାଇଟ କ୍ଳାଉଡ ଭାରଆଂଟ ଭାରତରେ ଲିମିଟେଡ ସଂଖ୍ୟାରେ ଉପଲବ୍ଧ ହେଉଛି । ସେଗୁଡ଼ିକର ବିକ୍ରୟ ଆସନ୍ତା ଜୁଲାଇ ୧୦ ତାରିଖରୁ ଆରମ୍ଭ ହୋଇଯିବ ।


Share It

Comments are closed.