ସାମ୍‌ସଙ୍ଗ୍ ପକ୍ଷରୁ ଫ୍ଲିପକାର୍ଟ ସହବନ୍ଧିତାରେ ଭାରତରେ ଗ୍ୟାଲେକ୍ସି ଏଫ ସିରିଜ୍


ଭୁବନେଶ୍ୱର: ଭାରତର ଯୁବା ଉପଭୋକ୍ତାମାନଙ୍କ ପାଇଁ ଗ୍ୟାଲେକ୍ସି ଏଫ ସିରିଜ ନେଇ ଆସିବା ଲାଗି ସାମସଙ୍ଗ ପକ୍ଷରୁ ଭାରତର ନିଜସ୍ୱ ଇ-କମର୍ସ ପ୍ଲାଟଫର୍ମ, ଫ୍ଲିପକାର୍ଟ ସହିତ ଏକ ସହବନ୍ଧିତାର ଘୋଷଣା କରାଯାଇଛି । ଗ୍ୟାଲେକ୍ସି ଏଫ ସିରିଜ, ଫ୍ଲିପକାର୍ଟର ଗଭୀର ଉପଭୋକ୍ତା ବୁଝାମଣା ଓ ସାମସଙ୍ଗର ଅଭିନବ ନିପୁଣତା ଉପରେ ନିର୍ମିତ ଏବଂ ଉଭୟ କମ୍ପାନୀ ମଧ୍ୟରେ ଏହି ସହବନ୍ଧିତା ଆଗାମୀ ପାର୍ବଣ ରୁତୁ ଏବଂ ବହୁ ପ୍ରତିକ୍ଷୀତ ବିଗ୍ ବିଲିୟନ ଡେଜ୍ ସମୟରେ ଗ୍ରାହକମାନଙ୍କ ପାଇଁ ଅନେକ ଆନନ୍ଦ ନେଇଆସିବ । ଯେହେତୁ ବର୍ତମାନ ସମୟରେ ଯୁବା ଉପଭୋକ୍ତାମାନଙ୍କର ସାମାଜିକ ଓ ପେଶାଗତ ଆବଶ୍ୟକତା ପାଇଁ ସ୍ମାର୍ଟଫୋନ ଏକ ସମ୍ପୂର୍ଣ୍ଣ ଆବଶ୍ୟକତାରେ ପରିଣତ ହୋଇଛି, ତେଣୁ ଗ୍ୟାଲେକ୍ସି ଏଫ ସିରିଜର ବିଶ୍ୱସ୍ତରୀୟ ପ୍ରଥମ ଶୁଭାରମ୍ଭ ଯୁବ ଦର୍ଶକମାନଙ୍କର ବର୍ଦ୍ଧିତ ଆବଶ୍ୟକତାକୁ ପୂରଣ କରିବ ।
“ଗ୍ୟାଲେକ୍ସି ଏଫ ସିରିଜ ସହିତ ସାମସଙ୍ଗ ଏବଂ ଫ୍ଲିପାକର୍ଟ, ଜୀବନକୁ ସମ୍ପୂର୍ଣ୍ଣ ରୂପେ ଉପଭୋଗ କରିବାକୁ ପସନ୍ଦ କରୁଥିବା ଯୁବ ଗ୍ରାହକମାନଙ୍କ ପାଇଁ ଫିଚରରେ ଭରପୂର ବିକଳ୍ପ ପ୍ରଦାନ କରୁଛନ୍ତି । ଆମର ଦୃଢ଼ ବିଶ୍ୱାସ ଯେ ଏଫ ସିରିଜ ସ୍ମାର୍ଟଫୋନ ଏହି ‘ଫୁଲ୍ ଅନ୍‌’ ବିଶ୍ୱାସକୁ ସାର୍ଥକ କରିବ,” ବୋଲି ସମୀମ ୱାର୍ଶୀ, ବରିଷ୍ଠ ଉପାଧ୍ୟକ୍ଷ ଏବଂ ଇ-କମର୍ସ ବ୍ୟବସାୟ ମୁଖ୍ୟ, ସାମସଙ୍ଗ ଇଣ୍ଡିଆ କହିଛନ୍ତି । ସେହିଭଳି ସାମସଙ୍ଗ ସହିତ ହୋଇଥିବା ଏହି ସହବନ୍ଧିତା ସମ୍ପର୍କରେ ମତ ରଖି, ଶ୍ରୀ କଲ୍ୟାଣ କ୍ରିଷ୍ଣାମୂର୍ତି, ସିଇଓ, ଫ୍ଲିପକାର୍ଟ ଗ୍ରୁପ କହିଛନ୍ତି ଯେ, “ସାମସଙ୍ଗ ସହିତ ଆମର ରଣନୈତିକ ସହବନ୍ଧିତା ଭାରତର ୨୫୦ ମିଲିୟନରୁ ଉର୍ଦ୍ଧ୍ୱ ଗ୍ରାହକଙ୍କୁ ନୂତନ ପ୍ରଯୁକ୍ତିଗୁଡ଼ିକୁ ପହଂଚଯୋଗ୍ୟ କରିବା ନେଇ ଆମର ପ୍ରତିଶ୍ରୁତିକୁ ଆହୁରି ମଜବୁତ କରିଛି ।”
ଗ୍ୟାଲେକ୍ସି ଏଫ୪୧ ଏଫ ସିରିଜରେ ଶୁଭାରମ୍ଭ ହେବାକୁ ଥିବା ପ୍ରଥମ ସ୍ମାର୍ଟଫୋନ ହେବ । ଗ୍ୟାଲେକ୍ସି ଏଫ୪୧ ସହିତ ଉପଭୋକ୍ତାମାନେ ଏକ ସ୍ମାର୍ଟଫୋନର ପ୍ରତ୍ୟେକ ଦୃଷ୍ଟିକୋଣରୁ ଏକ ‘ଫୁଲ୍ ଅନ୍‌’ ଅଭିଜ୍ଞତା ପାଇପାରିବେ । ଗ୍ୟାଲେକ୍ସି ଏଫ୪୧ ଉନ୍ନତମାନର ଡିସପ୍ଲେ, ଶକ୍ତିଶାଳୀ ବ୍ୟାଟେରୀ ଏବଂ ଆକର୍ଷଣୀୟ ରୂପରେ ସୁସଜ୍ଜିତ ହୋଇ ଆସିବ, ଯାହାକି ସିନେମା, ଗେମ, ମ୍ୟୁଜିକ କିମ୍ବା ମନୋରଞ୍ଜନ ପ୍ରତ୍ୟେକ କ୍ଷେତ୍ରରେ ‘ଫୁଲ୍ ଅନ୍‌’ ଅଭିଜ୍ଞତା ପ୍ରଦାନ କରିବ । ଗ୍ୟାଲେକ୍ସି ଏଫ୪୧ ‘ଫୁଲ ଅନ୍ ଫେଷ୍ଟିଭାଲ’ରେ ଏହାର ବିଶ୍ୱସ୍ତରୀୟ ପ୍ରବେଶ କରିବ, ଯାହାକି ଆସନ୍ତା ଅକ୍ଟୋବର ୮ ତାରିଖରେ ହେବ । ଫ୍ଲିପକାର୍ଟ ଅନେକ ସୁଲଭ ସେବା ନିର୍ମାଣ କରିଛି, ଯାହାକି ଲକ୍ଷ ଲକ୍ଷ ଗ୍ରାହକଙ୍କୁ ନୂତନ ସ୍ମାର୍ଟଫୋନର ସୁବିଧାଗୁଡ଼ିକ ପାଇଁ ଉପଲବ୍ଧ କରାଇବାରେ ସାହାଯ୍ୟ କରୁଛି । ଏଥିରେ ବାଏ ନାଓ ପେ ଲ୍ୟାଟର, ନୋ କଷ୍ଟ ଇଏମଆଇ, ପ୍ରଡକ୍ଟ ଏକ୍ସଚେଞ୍ଜ ଏବଂ କାର୍ଡବିହୀନ କ୍ରେଡିଟ ଭଳି ସୁବିଧା ଅନ୍ତର୍ଭୁକ୍ତ ରହିଛି, ଯାହାକି ଗ୍ରାହକମାନଙ୍କୁ ସହଜରେ ସେମାନଙ୍କ ଫୋନ କ୍ରୟ କରିବା କିମ୍ବା ଅପଗ୍ରେଡ କରିବାକୁ ସକ୍ଷମ କରିଥାଏ ।


Share It

Comments are closed.