ସାମସଙ୍ଗ ପକ୍ଷରୁ ନୂତନ ଓୟାରଲେସ ୟୁଭି ଷ୍ଟେରିଲାଇଜରର ଶୁଭାରମ୍ଭ


ଭୁବନେଶ୍ୱର: ସାମସଙ୍ଗ ପକ୍ଷରୁ ୱାୟରଲେସ ଚାର୍ଜିଂ ସୁବିଧା ସହିତ ଏହାର ନୂତନ ୟୁଭି ଷ୍ଟେରିଲାଇଜରର ଶୁଭାରମ୍ଭ କରାଯାଇଛି । ଏହା ଦ୍ୱାରା ଗ୍ୟାଲାକ୍ସି ସ୍ମାର୍ଟଫୋନ, ଗାଲାକ୍ସି ବଡ୍‌ସ ଓ ସ୍ମାର୍ଟ ୱାଚକୁ ମାତ୍ର ୧୦ ମିନିଟ ମଧ୍ୟରେ ସଂକ୍ରମଣ ମୁକ୍ତ କରାଯାଇପାରିବ । ଦୁଇଟି ପ୍ରାମାଣନ ସଂସ୍ଥା ଯଥା ଇଂଟରଟେକ ଓ ଏସଜିଏସ ଦ୍ୱାରା କରାଯାଇଥିବା ଅନୁଧ୍ୟାନ ଅନୁସାରେ, ୟୁଭି ଷ୍ଟେରିଲାଇଜର ଫଳପ୍ରଦ ଭାବରେ ୯୯% ଜୀବାଣୁ ଓ କୀଟାଣୁ ମାରିଥାଏ, ଯେଉଁମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ରହିଛି ଇ.କୋଲି, ଷ୍ଟାଫିଲୋକୋକୋସ ଆଉରିସିୟସ ଓ କ୍ୟାଣ୍ଡିଡା ଆଲ୍ଟିକାନସ । ଏହି ୟୁଭି ଷ୍ଟେରିଲାଇଜରକୁ ସାମସଙ୍ଗ ସି ଆଣ୍ଡ ଟି ଦ୍ୱାରା ପ୍ର୍‌ସ୍ତୁତ କରାଯାଇଛି, ଯାହାକି ସାମସଙ୍ଗର ମୋବାଇଲ ଆକ୍ସେସୋରି ପାର୍ଟନରସିପ ପ୍ରୋଗ୍ରାମ (ଏସଏମଏପିପି)ର ଏକ ସହଭାଗୀ ଓ ଏହାକୁ ଅନେକଗୁଡ଼ିଏ ଡିଭାଇସ ପାଇଁ ଉପଯୋଗୀ କରାଯାଇଛି ଯଦ୍ୱାରା ଆପଣ ବ୍ୟବହାର କରୁଥିବା ପ୍ରାୟତଃ ସମସ୍ତ ସାମଗ୍ରୀଗୁଡ଼ିକୁ ଜୀବାଣୁମୁକ୍ତ କରିପାରିବେ ।
ଏହା ସମ୍ପର୍କରେ ସାମସଙ୍ଗ ଇଣ୍ଡିଆ, ମୋବାଇଲ ବିଜନେସ, ବରିଷ୍ଠ ଉପାଧ୍ୟକ୍ଷ ଶ୍ରୀ ମୋହନଦୀପ ସିଂ କହିଛନ୍ତି ଯେ, “ଏହି ୟୁଭି ଷ୍ଟେରିଲାଇଜର ହେଉଛି ଏକ ଉପଯୁକ୍ତ କ୍ଷୁଦ୍ର ୟୁଭି ଷ୍ଟେରିଲାଇଜର ଯାହା ଆପଣଙ୍କ ସାମଗ୍ରୀଗୁଡ଼ିକୁ ଜୀବାଣୁ ମୁକ୍ତ କରିବା ସହ ଏଥିରେ ୱାୟରଲେସ ଚାର୍ଜିଙ୍ଗର ସୁବିଧା ମଧ୍ୟ ରହିଛି ।” ଏହି ୟୁଭି ଷ୍ଟେରିଲାଇଜରକୁ ଗୋଟିଏ ବଟନ ଦ୍ୱାରା ବ୍ୟବହାର କରାଯାଇପାରିବ ଯାହାକି ଡିଭାଇସକୁ ଅନ ଏବଂ ଅଫ କରିଥାଏ । ଡିଭାଇସଟି ୧୦ ମିନିଟ ପରେ ଆପେଆପେ ବନ୍ଦ ହୋଇଯାଇଥାଏ । ଏହାଛଡ଼ା ଏହି ୟୁଭି ସାନିଟେକ ଏକ ୱାୟରଲେସ ଚାର୍ଜିଙ୍ଗ ସହିତ ଆସିଛି ଯାହାକି ଆପଣଙ୍କ ଗ୍ୟାଲେକ୍ସି ସ୍ମାର୍ଟଫୋନ, ଗ୍ୟାଲେକ୍ସି ବଡ୍‌ସ ଏବଂ ଅନ୍ୟାନ୍ୟ ଡିଭାଇସଗୁଡ଼ିକୁ ଏକା ସମୟରେ ଚାର୍ଜିଙ୍ଗ ଏବଂ ସଂକ୍ରମଣମୁକ୍ତ କରିଥାଏ । ଏହି ଆଡଭାନ୍ସଡ ୟୁଭି ଷ୍ଟେରିଲାଇଜରର ମୂଲ୍ୟ ମାତ୍ର ୩,୫୯୯ଟଙ୍କା ରହିଥିବାବେଳେ ଏହା ସାମସଙ୍ଗ ଅଫିସିଆଲ ଅନଲାଇନ ଷ୍ଟୋର ସାମସଙ୍ଗ ସପ ସମେତ ସମସ୍ତ ରିଟେଲ ଚ୍ୟାନେଲଗୁଡ଼ିକରେ ଅଗଷ୍ଟ ୨୦୨୦ର ପ୍ରାରମ୍ଭରୁ ଉପଲବ୍ଧ ହୋଇଯାଉଛି ।


Share It

Comments are closed.